March 17, 2025

ହାତୀଖାମ୍ବା ଠାରେ ମାଟିତଳେ ପୋତିହୋଇ ରହିଛି ତ୍ରୟଦଶ ଶତାବ୍ଦୀ ସ୍ମାରକୀ ଦୁର୍ଗ ପୁନଃଉଦ୍ଧାର କେବେ!!!!

Share

ରାୟଗଡା : ରାୟଗଡା ଜ଼ିଲ୍ଲା ର କୋଳନରା ବ୍ଲକ ର ମୁକୁନ୍ଦପୁର ଗ୍ରାମପଞ୍ଚାୟତ ଅଧୀନରେ ଜାତୀୟ ରାଜପଥ 326 କଡ଼ରେ ରାୟଗଡା ଜ଼ିଲ୍ଲା ସଦର ମୋହକୁମା ଠାରୁ ମାତ୍ର 32 କିଲୋମିଟର ଦୂରରେ ହାତୀଖାମ୍ବା ଗ୍ରାମ ରେ ପୋତିହୋଇରହିଛି ତ୍ରୟଦଶ ଶତାବ୍ଦୀ ର ଐତିହାସିକ ସ୍ମାରକୀ ଦୁର୍ଗ କିନ୍ତୁ ଭାଗ୍ୟ ର ବିଡମ୍ବନା ଏହା ଆଜିପଯ୍ୟନ୍ତ ଏହାର ପୁନଃଉଦ୍ଧାର ହୋଇପାରୁନାହିଁ କି ଏହା ବାହାର କୁ ଆସିପାରୁନାହିଁ l ରାୟଗଡା ଜ଼ିଲ୍ଲା ରେ ପ୍ରଥମ କରି ମହିଳା ଜ଼ିଲ୍ଲାପାଳ ଭାବେ ଗୁହା ପୁନମ କୁମାର ଭାରତୀୟ ପ୍ରସାଶନିକ ଅଧିକାରୀ 2016 ମସିହା ରେ ଯୋଗଦାନ କରିବାପରେ ସ୍ଥାନୀୟ ମୁକୁନ୍ଦପୁର ଓ ରେଖାପଦର ର ବହୁ ଜନସାଧାରଣ ସମାଜସେବି ଲକ୍ଷ୍ମୀ ମୋହନ ପଟ୍ଟନାୟକ, ୟୁବ ସାମ୍ବାଦିକ ସୋନୁ ବାଘ ଓ ଟୁନା କୋଣ୍ଡାଗୋରୀ ଙ୍କ ନେତୃତ୍ୱ ରେ ଜ଼ିଲ୍ଲାପାଳ ଗୁହା ପୁନମ କୁମାର ଙ୍କୁ ଭେଟି ହାତୀଖାମ୍ବା ଠାରେ ମାଟିତଳେ ପୋତି ହୋଇଥିବା ଦୁର୍ଗ ବିଷୟରେ ଅବଗତ କରାଇଥିଲେ l ଜନସାଧାରଣ ଙ୍କ ଠାରେ ଅଭିଯୋଗ ଶୁଣିବା ପରେ ପ୍ରଥମେ ଏହି ହାତୀଖାମ୍ବା ଗ୍ରାମ ନିକଟରେ ପୋତି ହୋଇଥିବା ଦୁର୍ଗ କୁ ପରିଦର୍ଶନ କରିବା ସହିତ ଏହି ସ୍ଥାପତ୍ୟ ଓ ଦୁର୍ଗ ସମ୍ପର୍କ ରେ ପ୍ରଶାର କରାଯିବା ସହିତ ଐତିହାସିକ ଓ ପର୍ଯ୍ୟଟକ ଙ୍କ ନଜର କୁ ଅଣାଯିବ ବୋଲି କହିଥିଲେ l କେତେକ ଭଗ୍ନୀବିଶେଷ ମୂର୍ତ୍ତି ମାନଂକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲ ବିଭାଗ ର ନର୍ସରୀ ରେ ରଖିଥିଲେ l କିନ୍ତୁ ଜ଼ିଲ୍ଲାପାଳ ବଦଳି 2019 ମସିହା ରେ ହୋଇଗଲା କିନ୍ତୁ ତାଙ୍କରି ବଦଳି ପରେ ଏହା ଅଧୁରା ରହିଗଲା ଓ ଲୋକଲୋଚନ କୁ ଆସିପାରିଲା ନାହିଁ l ଇତି ମଧ୍ୟ୍ୟ ରେ ବହୁ ଜ଼ିଲ୍ଲାପାଳ ବଦଳି ଲେ କିନ୍ତୁ କେହି ମଧ୍ୟ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ଜଣାପଡିଛି l

ହାତୀଖାମ୍ବା ଗାଁ ନିକଟରେ ଏକ ଜଙ୍ଗଲ ମଧ୍ୟରେ ମାଟିତଳେ ପୋତି ହୋଇ ରହିଛି ଏହି ଦୁର୍ଗ l ଏହାର ଧ୍ବଂସାବଶେଷ ରୁ କିଛି ମାଟି ଉପରେ ଦୃଶ୍ୟମାନ ହେଉଛି l ଇତିହାସ କୁ ଅବଲୋକନ କରିଲେ ଜଣାପଡୁଛିଯେ ଏଠାରେ ଦିନେ ଶିବ, ଶକ୍ତି ଓ ବିଷ୍ଣୁ ଙ୍କ ଭବ୍ୟ ମନ୍ଦିର ରହିଥିଲା ଏହି ଦୁର୍ଗ ଟି ପୋଡା ରଙ୍ଗ ଇଟା ଓ ଚୂନ ରେ ନିର୍ମିତ ହୋଇଥିବା ର ଜଣାପଡିଛି l ତିନି ଗୋଟି ପାହାଡ଼ ର ମଧ୍ୟଭାଗ ରେ ଏହି ଦୁର୍ଗ ଅବସ୍ଥିତ l କୋଳନରା ତହସିଲ ର ହାତୀଖାମ୍ବା ମୋୖଜ଼ା ର ଖାତା ନମ୍ବର 30 ପ୍ଲଟ ନମ୍ବର 861 ରେ 28.38 ଏକର ଜମିରେ ଏହା ପରିବ୍ୟାପ୍ତ ଆର୍ଥିକ ଓ ସାମାଜିକ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ପ୍ରଭାବ ସାଳି ଥିଲା ବୋଲି ଲକ୍ଷ୍ମୀ ମୋହନ ପଟ୍ଟନାୟକ କହିଛନ୍ତି l ଦୁର୍ଗ ର ପୂର୍ବ ରେ ପଦରସିଂ ଓ କୁଳବନ୍ଧ ପାହାଡ଼, ପଶ୍ଚିମ ରେ ହିରଦୁଇଆ ଓ ଉତ୍ତର ରେ ଡାଡିଙ୍ଗିଝୋଲା ପାହାଡ଼ କିନ୍ତୁ ଦକ୍ଷିଣ ରେ କୌଣସି ପାହାଡ଼ ନ ଥିବାରୁ ବିରାଟ ଗଡ଼ଖାଇ ନିର୍ମାଣ ହୋଇଥିଲା l ବର୍ତ୍ତମାନ ଏହି ଗଡ଼ଖାଇ ଟି ବନ ବିଭାଗ ଅଧୀନରେ ନର୍ସିରୀ ତଳେ ରହିଛି l ଦୁର୍ଗ ସ୍ଥଳୀ ରେ ପୁରାତନ ମନ୍ଦିର ଏହାର ପ୍ରାଚୀନତା କୁ ବଖାଣୁଛି l

ଏହି ଦୁର୍ଗ ଟି ତ୍ରୟୋଦଶ ଶତାବ୍ଦୀ ହୋଇଥିଲେ ହେଁ ମନ୍ଦିର ଗୁଡିକର କଳା ଓ ସ୍ଥାପତ୍ୟରୁ ଏହା ପାଞ୍ଚଦସ କିମ୍ବା ସପ୍ତଦଶ ଶତାବ୍ଦୀ ରେ ନିର୍ମାଣ ହୋଇଥାଏ ପରେ ବୋଲି ସ୍ଥାନୀୟ ଗବେଷକ ଓ ବୁଦ୍ଧିଜୀବୀ କହୁଛନ୍ତି l ଶିବ ମନ୍ଦିର ଟି କାରୁକାର୍ଯ୍ୟ ବିହୀନ ଥିବା ବେଳେ ବିଷ୍ଣୁ ମନ୍ଦିର ଟି କାରୁକାର୍ଯ୍ୟପୂର୍ଣ୍ଣ ପରୀତାପ ର ବିଷୟ ଶିବ ମନ୍ଦିର ର ମୁଖ୍ୟ ଲିଙ୍ଗ ନଥିବା ବେଳେ କେବଳ ଚତୃରପାର୍ଶ୍ଵ ରେ ଅବସ୍ଥିତ l ବିଷ୍ଣୁ ମନ୍ଦିର ର କୌଣସି ପ୍ରତିମା ସେ ସ୍ଥାନ ରେ ଦେଖିବାକୁ ମିଳୁନାହିଁ l ଯେଉଁ ପଥର ଗୁଡିକ ନଜର କୁ ଆସୁଛି ତାହା ବଉଳମାଳି ପଥର ବୋଲି ଲୋକେ କହୁଛନ୍ତି l ସ୍ଥାନୀୟ ଅଂଚଳ ର ଜନଶ୍ରୁତି ଅନୁଯାଇ ବହୁ ବର୍ଷ ଧରି ବହୁ ହାତୀ ଏହି ଦୁର୍ଗ ଅଂଚଳ କୁ ଆସୁଥିଲେ l ସେମାନ ଙ୍କୁ ଫାଶ ରେ ଧରାଯାଇ କିଛିଦିନ ପର୍ଯ୍ୟନ୍ତ ଉପବାସ ରେ ରଖାଯାଉଥିଲା l ମଣିଷମାନେ ହାତୀ କୁ ବଶୀଭୂତ କରି ବଡ଼ ବଡ଼ ଖମ୍ବ ରେ ବାନ୍ଧି ରଖୁଥିଲେ ବୋଲି ଏହି ଗାଁ ର ନାମକରଣ ହାତୀଖାମ୍ବା ହୋଇଥିବା ର ଜଣାପଡିଛି l 1343 ରୁ 1373ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ର ନନ୍ଦପୁର ରାଜା ବିକ୍ରମ ଦେବ କୁଆଡେ ବହୁ ସମୟରେ ଏହି ଦୁର୍ଗ ପରିଦର୍ଶନ ରେ ଆସୁଥିଲେ ବୋଲି ସ୍ଥାନୀୟ ଅଂଚଳ ବାସୀ ଙ୍କ ଠାରୁ ଶୁଣିବାକୁ ମିଳୁଛି l ପ୍ରତନ୍ନତତ୍ୱ ବିଭାଗ ଦ୍ୱାରା ଏହା ଖନନ କରାଗଲେ ଆହୁରି ଅନେକ ତଥ୍ୟଓ ରହସ୍ୟ ବାହାର କୁ ଆସିପାରିବ l ରାଜ୍ୟ ସଂସ୍କୃତି ବିଭାଗ ଏଥିପ୍ରତି ବିଶେଷ ଧ୍ୟାନଦେବା ଆବଶ୍ୟକ ବୋଲି ଅଂଚଳ ବାସୀ ଦାବୀ କରୁଛନ୍ତି l ସଂରକ୍ଷଣ ପ୍ରତି ଧ୍ୟାନ ଦିଆଗଲେ ବହୁ ପର୍ଯ୍ୟଟକ ଏହି ସ୍ଥାନ କୁ ଆସିପାରିଥାନ୍ତେ l ବିଡମ୍ବନା ର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ ପର୍ୟ୍ୟଟନ ବିଭାଗ ଏହି ସ୍ଥାନ ସମ୍ପର୍କ ରେ କିଛି ଜାଣି ପାରିନାହାନ୍ତି l ଜ଼ିଲ୍ଲା ର ବହୁ ସ୍ଥାନ ପର୍ୟ୍ୟଟନ ସ୍ଥଳ ର ମାନ୍ୟତା ପାଇଛି କିନ୍ତୁ ଏଥିରେ ହାତୀଖାମ୍ବା ଦୁର୍ଗ ର ନାଁ ନାହିଁ l ସୂଚନା ଯୋଗ୍ୟଯେ ସ୍ଥାନୀୟ ଅଂଚଳ ର ପ୍ରତିଭାବାନ ଓ ପ୍ରଭାବ ସାଳି ତତ୍କାଳୀନ କଂଗ୍ରେସ ର ମନ୍ତ୍ରି ରାମ ଚନ୍ଦ୍ର ଉଲାକା ଓ ପରେ ବିଜେଡି ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ଅଂଚଳ ରୁ ପ୍ରତିନିଧିତ୍ୱ କରିଥିଲେ କିନ୍ତୁ ହାତୀଖାମ୍ବା ଦୁର୍ଗ ଓ କୁଳବନ୍ଧ ର କୌଣସି ପ୍ରକାର ର ଉନ୍ନତି କରିବାରେ ବିଫଳ ହୋଇଛନ୍ତି ବୋଲି ସ୍ଥାନୀୟ ସମାଜ ସେବି ଲକ୍ଷ୍ମୀ ମୋହନ ପଟ୍ଟନାୟକ କହିବା ସହିତ ବର୍ତମାନ ର ଡବଲ ଇଂଜିନ ରମୋଦି ଓ ମୋହନ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ହାତୀଖାମ୍ବା ଦୁର୍ଗ ଉଦ୍ଧାର ପାଇଁ ନିବେଦନ କରିଛନ୍ତି l ଦେଖାଯାଉ ଏଭଳି ଏକ ପ୍ରାଚୀନ ସ୍ମାରକୀ ର ପୁନଃଉଦ୍ଧାର ଦିଗରେ ନୂତନ ମୋହନ ସରକାର ଓ ବିଭାଗୀୟ କେବେ ଶୁଭ ଦୃଷ୍ଟି ଦେଉଛନ୍ତି ତାହା ଦେଖିବା କୁ ବାକି ରହିଲା ବୋଲି ସାମ୍ବାଦିକ ସୋନୁ ବାଘ, ମୁକୁନ୍ଦପୁର ପଂଚାୟତ ର ୟୁବ ଆଦିବାସୀ ନେତା ତଥା ପୂର୍ବତନ ସରପଞ୍ଚ ଶିବ କୋଣ୍ଡାଗରୀ ନିଜର ମତ ବ୍ୟକ୍ତ କରିଛନ୍ତି l ସୂଚନା ଯୋଗ୍ୟଯେ ମୁକୁନ୍ଦପୁର ଫୋରେଷ୍ଟ ନର୍ସରି ରେ ଯେଉଁ କୀର୍ତ୍ତିମାନ ମୂର୍ତ୍ତି ମାନଙ୍କୁ ରଖାଯାଇଥିଲା ତାହା ମଧ୍ୟ୍ୟ ସେଠିସ୍ଥାନ ରୁ ଉଭାନ ହୋଇଥିବା ର ଆଲୋଚନା ଚାଲିଛି l

ରାୟଗଡା ରୁ ରବି ରାଜ ବୈଦ୍ୟ ଙ୍କ ରିପୋର୍ଟ

You may have missed