ଆଜିର ଖବର..

୧-ଖୁବଶୀଘ୍ର ହେବ ସକାଳୁଆ ସ୍କୁଲ ! ଖରାକୁ ଦୃଷ୍ଟିରେ ରଖି ନିଆଯିବ ନିଷ୍ପତ୍ତି।
୨-ପୁରୀ:ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେବା ପଡ଼ିଲା ମହଙ୍ଗା; ଯୁବକଙ୍କୁ ବାନ୍ଧିଲା ପୋଲିସ।
୩-ଭୁବନେଶ୍ୱର:୩୦ ଲକ୍ଷରୁ ଉର୍ଦ୍ଧ୍ବ ଇ- କେଓ୍ବାଇସ୍ କରି ନାହାନ୍ତି,୫୦ ହଜାର ନୂଆ ରେସନ କାର୍ଡ ପାଇଁ ହୋଇଛି ଆବେଦନ।
୪-ପିଲାମାନଙ୍କ ମଧ୍ୟରେ ମେଦ ବହୁଳତା ଚିନ୍ତା ଜନକଙ୍କ; ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ହ୍ରାସ ହେବ ୧୦% ତେଲ।
୫-ଭୁବନେଶ୍ୱର:ରାଜ୍ୟରେ ମାର୍ଚ୍ଚ ୩୧ ତାରିଖ ଧାନ କିଣାର ଶେଷ ଦିବସ।
୬-ଓଡ଼ିଶାରେ ଉପରମୁହାଁ ପାରଦ, ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ ଜାରି।
୭-ରାଜଧାନୀ ଡବଲ ମର୍ଡର ଘଟଣାରେ ୬ ଗିରଫ,ହୋଲି ଖେଳ ବଚସାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ।
୮-ଯେଉଁ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ରାକ୍ଷୀ ପୂର୍ଣ୍ଣିମାରେ।
୯-ପରଲୋକରେ କାଳଜୟୀ କବି ପଦ୍ମଭୂଷଣ ରମାକାନ୍ତ ରଥ; ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ସଂପନ୍ନ।
୧୦-ଭୁବନେଶ୍ୱର:ବୁଦ୍ଧ ବିହାରରେ ଯୁବକଙ୍କୁ କଟୁରୀରେ ଆକ୍ରମଣ ମାମଲା, ୪ ଗିରଫ।
୧୧-ଭଞ୍ଜନଗର:ବସ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣଙ୍କର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର।
୧୨-ଭୁବନେଶ୍ୱର:ରାଜ୍ୟରେ ବେଲଗାମ ସଡ଼କ ଦୁର୍ଘଟଣା, ବଢ଼ୁଛି ମୃତାହତଙ୍କ ସଂଖ୍ୟା।
୧୩-କଫି ପରେ କୋରାପୁଟରେ ସଫଳ ହେଉଛି ଷ୍ଟ୍ରବେରୀ ଚାଷ : ଲାଭବାନ ହେଉଛନ୍ତି ଚାଷୀ।
୧୪-ରିଲିଜ ହେଲା ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହ ମୋଦୀଙ୍କ ପୋଡକାଷ୍ଟ୍; ଯୁବପିଢୀଙ୍କୁ ସର୍ଟକଟ୍ ନ ଆପଣାଇ ଧୈର୍ଯ୍ୟ ରଖିବାକୁ ପରାମର୍ଶ, କହିଲେ, ‘ଗରିବିକୁ କେବେ ଭାବିନି ବୋଝ’।
୧୫-କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ମଞ୍ଜୁରୀ, ଭୁବନେଶ୍ୱରରେ ଖୋଲିବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଶାଖା।
୧୬-ଛତିଶଗଡ଼ର ‘ତୁଳସୀ’ ଗାଁ:ଗାଁ ପାଲଟିଛି ଡିଜିଟାଲ ହଟସ୍ପଟ୍, ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଆୟ କରୁଛନ୍ତି ଗ୍ରାମବାସୀ।
୧୭-ନୂଆ ଦିଲ୍ଲୀ:ଚାମ୍ପିଅନ୍ସ ଟ୍ରଫି ପରେ ପୁଣି ଚାମ୍ପିଅନ ଭାରତ, ଓ୍ଵେଷ୍ଟଇଣ୍ଡିଜକୁ ହରାଇ ଜିତିଲା ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ଲିଗ୍ ଟାଇଟଲ୍।
୧୮-ବାଲୋଚିସ୍ତାନ ପ୍ରଦେଶ:ପାକ୍ ସେନା ଗାଡ଼ି ଉପରେ ଭୟଙ୍କର ଆକ୍ରମଣ, ୯୦ ଯବାନ ମୃତ।
୧୯-ହାଫିଜ୍ ସଈଦକୁ ନେଇ ଆସିଲା ବଡ଼ ଖବର, ପାକିସ୍ତାନର ସବୁଠୁ ସୁରକ୍ଷିତ ହସ୍ପିଟାଲରେ ଚିକିତ୍ସିତ ହେଉଛି ଭାରତର ବଡ଼ ଶତ୍ରୁ।
୨୦-ୟେମେନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହୁତି ଉପରେ ଆମେରିକାର ଆକ୍ରମଣ,୩୧ ମୃତ।
୨୧-ସ୍ପେସ୍ ଷ୍ଟେସନରେ ମହାକାଶଯାନ ‘ଡ୍ରାଗନ୍’ ପହଞ୍ଚିବାପରେ ଖୁସିରେ ଝୁମିଲେ ସୁନୀତା।
🙏 *ସୁପ୍ରଭାତ* 🙏