March 12, 2026

ନବଦମ୍ପତ୍ତିଙ୍କୁ ଉପହାରରେ ମିଳିଲା “ଦୁଇଟି” ବରଗଛ “…

sorm
Share

 

ଆଜିର ଜମାନାରେ ଯେକୌଣସି ବିବାହଭୋଜି କୁ ଆମନ୍ତ୍ରଣ ରଖିବାକୁ ହେଲେ ଚିନ୍ତାପଡେ କି ଉପହାର ଦିଆଗଲେ ଭଲ ହେବ !ଅନେକ ଆକର୍ଷଣୀୟ ଉପହାର ମାନ ଦେଇ ନବଦମ୍ପତ୍ତିଙ୍କୁ ସୁଭେତ୍ସା ଜଣେଇଥାନ୍ତି ! କିନ୍ତୁ ଏଠାରେ ଆମେ କହୁଛୁ ଏପରି ଉପହାର ବିଷୟରେ ଯାହାକୁ ଦେଖି ଆମନ୍ତ୍ରିତ ଅତିଥିମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ !ଏହି ଅଭିନଵ ଘଟଣା ଦେଖିବାକୁ ମିଳିଥିଲା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ର ଅଲଣା ଗ୍ରାମର ଦିଗଦର୍ଶୀ ସିଦ୍ଧାର୍ଥ ପଲାଇ ଓ ଅରୁନ୍ଧତୀ ଦାସ ଙ୍କ ବିବାହ ଉତ୍ସବରେ !ଏହି ବିବାହ ଉତ୍ସବ ରେ ଶ୍ରୀ ଶ୍ରୀ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ୨୦୧୦ ମାଟ୍ରିକବ୍ୟାଚ ର ଛାତ୍ରମାନେ ନବ ଦମ୍ପତ୍ତି ଙ୍କୁ ଉପହାର ଦେଇଛନ୍ତି ଦୁଇଟି ବରଗଛ ! ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ର ବାର୍ତ୍ତା ବହନ କରୁଥିବା ଏହି ଉପହାର ଯୁଗଯୁଗକୁ ପ୍ରେମର ପ୍ରତୀକ ହୋଇ ସ୍ମୃତିବହନ କରିପାରିବ ବୋଲି ଉପହାର ଦାତା ମତ ଦେଇଛନ୍ତି !ଏବଂ ଏହି ବରଗଛ ପୃଥିବୀର ସୁସ୍ଥ ପ୍ରଦ୍ୟୁଷଣ ପାଇଁ ଯଥେଷ୍ଟ ଅବଦାନ ରଖିବା ସହିତ ନବବିବାହିତ ଦମ୍ପତିଙ୍କ ଏକ ଚିରସ୍ଥାୟୀ ସ୍ମୃତିର ସ୍ମାରକ ହୋଇରହିବ ବୋଲି ଛାତ୍ର ମାନେ ଏକ ପୋଷ୍ଟର ଲେଖିବା ସହିତ କବିତା ମାଧ୍ୟମରେ ନବ ଦମ୍ପତ୍ତି ଙ୍କ ଦୀର୍ଘାୟୁ କାମନା କରିଥିଲେ। ବୈବାହିକ ଜୀବନ ସୁଖମୟ ଓ ସରସ ସୁନ୍ଦର ହୋଇ ସାଂସାରିକ ଓ ପାରିବାରିକ କ୍ଷେତ୍ରରେ ବରଗଛ ତୁଲ୍ୟ ଦଣ୍ଡାୟମାନ ହୋଇରହୁ ବୋଲି ଆଶୀର୍ବାଦ କରିଥିଲେ ! ଏହି ବରଗଛ ଉପହାର ର ନୂତନ ପ୍ରୟାସ କୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ବେଶ୍ ପ୍ରଶଂସା କରିବା ସହିତ ସାଙ୍ଗମାନଙ୍କ ଉପହାର ପାଇଁ ନବ ଦମ୍ପତ୍ତି ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି ।

( ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର).