March 12, 2026
IMG-20230317-WA0002
Share

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

 

ଅପଖ୍ୟା ର ଅନ୍ତ ବର୍ଷ ତମାମ ଜଗି ରହି ଥିବା କାଜୁ ଚାଷୀ ଙ୍କ ଦୁଃଖ କହିଲେ ନ ସରେ l ଗତ ଦୁଇ ବର୍ଷ ହେଲାଣି କାଜୁ ଚାଷୀ କାଜୁ ଆଦାୟ ଭଲ ନହେବାରୁ ନାହିଁ ନଥିବା ଦୁଃଖ ରେ ଦିନ କଟୁ ଥିଲେ ଏବର୍ଷ କାଜୁ ଭଲ ବେଲି ଆଶା ବାନ୍ଧି ଥିଲେ ଗତ କିଛି ଦିନ ହେଲାଣି କହୁଡି ହୋଇ କାଜୁ ବଉଳ ନଷ୍ଟ ହେବାକୁ ଲାଗିଥିଲା ବେଳେ ଗୁରୁବାର ଦିନ ଧରି କୌଣସି କାରଣରୁ ଗଞ୍ଜାମ ବ୍ଲକ ମଲାଡ଼ ପଂଚାୟତ ବରୋଦା ଗ୍ରାମ ସ୍ଥିତ କାଜୁ ଜଙ୍ଗଲରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା l ଏନେଇ ଖବର ପାଇ ସ୍ଥାନୀୟ ମହିଳା ସରପଞ୍ଚ ମମତା ବେହେରା ଓ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା ନିଆଁ ଲାଗି ହୁତୁ ହୋଇ ହୋଇ ଜଳୁଥିବା କାଜୁ ଜଙ୍ଗଲରେ ପହଂଚି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଫୋନ ଯୋଗେ ଅବଗତ କରିବା ସହ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି l ଅନ୍ୟପଟେ ତହସିଲଦାର ଅରୁଣ କୁମାର ନାୟକଙ୍କ ପରାମର୍ଶ କ୍ରମେ ମଲାଡ଼ ଆରଆଇ ମଧ୍ୟ ଘଟଣା ସ୍ଥଳରେ ପହଂଚି ନିଆଁ କେମିତି ଲାଗିଲା ତଦନ୍ତ କରିଛନ୍ତି l ବର୍ତମାନ ଅଗ୍ନିଶମ ବିଭାଗର ଦମକଳ କର୍ମଚାରୀ ମାନେ ନିଆଁ ଲିଭା କାର୍ଯ୍ୟ ଜାରୀ ରଖିଛନ୍ତି l ଖବର ଶେଷ ସୁଦ୍ଧା ନିଆଁ ଜଳୁଥିବା ଦେଖିବାକୁ ମିଳିଛି l