ଓକେସିଏଲର ଗଞ୍ଜାମ ଓ ଗଜପତି ଜିଲ୍ଲା ସ୍ତରୀୟ ବାର୍ଷିକ ଉତ୍ସବ

ଛତ୍ରପୁର -୧୭/୨/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ସ୍ଥିତ ଡିଆରଡିଏ କାର୍ଯ୍ଯାଳୟର ଜଉଗଡ ସମ୍ମିଳନୀ କକ୍ଷରେ ଓକେସିଏଲର ଜିଲ୍ଲା ସ୍ତରୀୟ ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ଯ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓକେସିଏଲର ମୂଖ୍ଯ ଡକ୍ଟର ମନୋରଞ୍ଜନ ପୁଥଳ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ଉପସ୍ଥିତ ସମସ୍ତ ଅଧିକୃତ କେନ୍ଦ୍ରମାନଙ୍କ ସଞ୍ଚାଳକ ମାନଙ୍କୁ ଉଚିତ ଦିଗଦର୍ଶନ ଦେଇଥିଲେ। ଚଳିତ ବର୍ଷ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଓକେସିଏଲର ସମସ୍ତ ଉତ୍ପାଦ ଗୁଡିକର ସଫଳତାର ସହ କାର୍ଯ୍ଯାନ୍ବୟନ ପାଇଁ ଏକ ଖସଡା ପ୍ରସ୍ତୁତ କରାଯିବା ସହ ଏହାର ସଫଳ ରୂପାୟନ ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା। ୨୦୨୪ ମସିହାରେ ଉଲ୍ଲେଖଯୋଗ୍ଯ ପ୍ରଦର୍ଶନ କରିଥିବା କେନ୍ଦ୍ର ଗୁଡିକୁ ମୂଖ୍ଯ ଅତିଥି ପୁରସ୍କୃତ କରିଥିଲେ। ଗଞ୍ଜାମ ଓ ଗଜପତି ଜିଲ୍ଲାର ୮୨ ଜଣ କେନ୍ଦ୍ର ସଞ୍ଚାଳକ ଓ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।