February 22, 2025

ନ୍ୟୁଜ୍‌ ଷ୍ଟୁଡ଼ିଓରେ ଲେଖିକା ଜାଗୃତି ଶୁଳ୍କା.

Share

ନ୍ୟୁଜ୍‌ ଷ୍ଟୁଡ଼ିଓରେ ଲେଖିକା ଜାଗୃତି ଶୁଳ୍କା । ବାଦ ବିବାଦ ପରେ ଅନୁଭବଙ୍କ ଉପରେ ଲେଖିଥିବା ବହିକୁ ନେଇ ଏବେ ଚର୍ଚ୍ଚା । ଆଉ ଏନେଇ ଜାଗୃତି କହିଛନ୍ତି, ବହି ଲେଖିବା ପରେ ଅନେକ ଫିଡବ୍ୟାକ ମିଳିଛି । ଯେବେ ବହି ଲେଖିବାକୁ କୁହାଯାଇଥିଲା ସେତେବେଳେ ଅନୁଭବଙ୍କୁ ମୁଁ ସାଂସଦ ଓ ଅଭିନେତା ଭାବରେ ଜାଣିଥିଲି । ପ୍ରତିଦିନ ତାଙ୍କ ସମ୍ପର୍କରେ ମିଡିଆରେ ଖବର ପ୍ରସାରଣ ହୁଏ । ଏଥିରୁ ଜଣାପଡୁଥିଲା, ତାଙ୍କ ସମ୍ପର୍କରେ ଲୋକ ଜାଣିବାକୁ ଇଚ୍ଛା କରନ୍ତି । ତେଣୁ ମୁଁ ବହି ଲେଖିଲି ବୋଲି କନକ ନ୍ୟୁଜ୍‌ ଷ୍ଟୁଡ଼ିଓରେ କହିଲେ ଜାଗୃତି ଶୁଳ୍କା । ଆମେ କେବଳ ତାଙ୍କୁ ଅଭିନେତା ଓ ସାଂସଦ ଭାବରେ ଜାଣନ୍ତି । ହେଲେ ଜୀବନରେ ଏମିତି କିଛି ଘଟଣା ଅଛି ଯାହା ଅନେକ ଜାଣନ୍ତି ନାହିଁ । ଏହି ବହିରେ ସେ ଜନ୍ମ ହେବା ପୂର୍ବର କଥା ବି ଅଛି । କେମିତି ସେ ବଢିଲେ, ଟ୍ୟୁସନ ସ୍କୁଲ ସବୁକଥା ରହିଛି । ମୁଁ ଯେବେ ଅନୁଭବଙ୍କ ଶିକ୍ଷୟିତ୍ରୀଙ୍କ ସହ କଥା ହୋଇଥିଲି । ସେ କହିଥିଲେ ବହିରେ ପିଲାଦିନରୁ କିଛି ଫଟୋ ଲୁଚାଇ ରଖନ୍ତି । ଫଟୋ ଶିକ୍ଷୟିତ୍ରୀ ଦେଖିବା ପରେ ଗାଳି ଦେଇନଥିଲେ ବରଂ କହିଥିଲେ ଦିନେ ତୁମେ ଷ୍ଟାର ହେବ ।

 

୪ ବର୍ଷ ଲାଗିଥିଲା ଅନୁଭବଙ୍କ ଲାଗି ବହି ଲେଖିବାକୁ । ଏମିତିରେ ବହି ଲେଖି ହୁଏନି। ଏଇଥି ଲାଗି ଅନେକ କଥା ଜାଣିବାକୁ ପଡ଼େ । ଅନେକଙ୍କୁ ଫୋନ୍‌ କରେ…ବାରମ୍ବାର ଓଡ଼ିଶା ଆସିବାକୁ ପଡ଼ିଥିଲା । ୨ ବର୍ଷ ତଳେ ଓଡ଼ିଶାରେ ମୁଁ ଏକ ସାକ୍ଷାତକାର ଦେଇଥିଲି । ସେତେବେଳେ ଓଡ଼ିଆ ବୁଝିନଥିଲି । ମୁଁ ଯେବେ ବୁଝିଲି ଲୋକମାନେ ମୋ ସମ୍ପର୍କରେ ଏମିତି କଥା କୁହନ୍ତି ମତେ ଡର ଲାଗିଥିଲା । ହେଲେ ଓଡ଼ିଶାରେ ମୁଁ ସମର୍ଥନ ପାଇଛି । ବହି ଲେଖିବା ପୂର୍ବରୁ ଶିକ୍ଷକ, ଶିକ୍ଷୟିତ୍ରୀ, ସାଙ୍ଗସାଥୀ, ଆକ୍ଚର, ପ୍ରୟୋଜକ, ଉପ-ରାଷ୍ଟ୍ରପତିଙ୍କ ସହ ଆଦି ଆଲୋଚନା କରିଛନ୍ତି ଜାଗୃତି ବୋଲି ଆଜିର ଡିବେଟ୍‌ରେ କହିଛନ୍ତି । ମଣିଷ ଯାହା କୁହେ ଆମେ ଲେଖିପାରିବା ନାହିଁ । ବୈବାହିକ ସମ୍ପର୍କକୁ ନେଇ ମୁଁ ପରୋକ୍ଷ ଭାବରେ ବର୍ଷାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲି । କିନ୍ତୁ ଯୋଗାଯୋଗ କରିବାକୁ ସକ୍ଷମ ହୋଇନଥିଲି । ତେଣୁ ବର୍ଷାଙ୍କ ସମ୍ପର୍କରେ ବେଶୀ କିଛି ଲେଖିନାହିଁ ବୋଲି ଜାଗୃତି ସ୍ପଷ୍ଟ କରିଛନ୍ତି ।

 

ସେପଟେ ଲଭ ବାଇଚାନ୍ସ ସମ୍ପର୍କରେ ମୁହଁ ଖୋଲି କହିଲେ, କମ୍‌ ବର୍ଷରେ ପ୍ରାୟ ସମସ୍ତଙ୍କର ଭଲପାଇବା ହୁଏ । ତେଣୁ ବହିରେ ଅନୁଭବଙ୍କ ସମ୍ପର୍କରେ ବି ସମାନକଥା ଅଛି । ହେଲେ ତାଙ୍କ ବୟସ ଏତେ ଅଧିକ ହୋଇନି ଯେବାୟୋଗ୍ରାଫି ଲେଖିବା । ହେଲେ ଏ ବୟସରେ ସେ ଯାହା କରିଛନ୍ତି ତାହାକୁ ନେଇ ଅନେକ କିଛି ଲେଖାଯାଇଛି । ଭଲ୍ୟୁମ୍‌ ଟୁ କିଏ ଲେଖିବେ ସେନେଇ ମୋ ପାଖରେ କୌଣସି ତଥ୍ୟ ନାହିଁ । ଯିଏ ଲେଖିବେ ତାଙ୍କ ଉପରେ ନିର୍ଭର କରେ ସେ ମୋ ବିଷୟରେ କଣ କହିବେ ?

 

ଲୋକସଭା ସାକ୍ଷାତକାର ଓ ବାୟୋଗ୍ରାଫିକୁ ନେଇ ଜାଗୃତି କହିଲେ, ସମୟକ୍ରମେ ଅନୁଭବଙ୍କ ଭିତରେ ଅନେକ ପରିବର୍ତ୍ତନ ହୋଇଛି । ଗୋଟିଏ ସମୟରେ ଅନେକ ଦାୟିତ୍ବ ଏକା ସାଙ୍ଗରେ ତୁଲାଇବା କଷ୍ଟକର । ସାଂସଦ ହିସାବରେ ସେ ଅନେକ ଡିବେଟ୍‌ କରିଛନ୍ତି । ଅଭିନେତା ହିସାବରେ ଓଡିଶାରେ ସେ ରେକର୍ଡ ସୃଷ୍ଟି କରିଛନ୍ତି । ପରିବାର ଲୋକଙ୍କୁ ସେ ଭଲପାଆନ୍ତି । ସାଙ୍ଗ ଯଦି ତାଙ୍କ ପରି ମିଳିବ ତାହାଲେ ଆପଣ ଖୁସି ହେବେ । ଜାଗୃତି କହିଲେ, ଅନୁଭବଙ୍କ ସମ୍ପର୍କରେ ମୁଁ ପ୍ରଥମେ ଜାଣିବାକୁ ଚେଷ୍ଟା କରିଥିଲି । ୨୦୨୦ ମସିହାରେ ବିବାଦ ସାମ୍ନାକୁ ଆସିଥିଲା । ହେଲେ ୨୦୧୬ରେ ବି ଅନେକ ଡିବେଟ୍‌ ଦେଖିଛନ୍ତି ଆମେ । କିନ୍ତୁ ମୋ ସମ୍ପର୍କରେ ଯେବେ ଖବର ଆସେ ଟିକିଏ ଆଶ୍ଚର୍ଯ୍ୟ ଲାଗେ । ମତେ ଟାର୍ଗେଟ୍‌ କରାଯାଉଥିବାରୁ ଭଲଲାଗିନଥିଲା । ମୋ ସହିତ କେହି ଯୋଗାଯୋଗ କରିନଥିଲେ କି ମୋ କଥା ମୁଁ କହିବାର ସୁଯୋଗ ପାଇନଥିଲି । ମୋ ପୋଷ୍ଟରେ ଅନେକ ଅଶ୍ଲୀଳ କମେଣ୍ଟ ଦେଉଥିଲେ । ଚାକିରି କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସେହି ସମୟରେ ମୁଁ ଏକୁଟିଆ ଅନୁଭବ କରିଥିଲି । ଶେଷରେ ଚାକିରି ଛାଡ଼ିଦେଇଥିଲି ।

 

ବିବାହକୁ ନେଇ ବୟାନ ଦେଇ କହିଲେ, ମୋର ଏଠାରେ ଲୋକମାନେ ଯୋଡ଼ି ବନାଇ ଦେଇଛନ୍ତି । ଆମେ ବୃତ୍ତିଗତ ଭାବରେ କାମ କଲୁ । ପରେ ପରେ ପାରିବାରିକ ସମ୍ପର୍କ ହେଲା । ଆମେ ବର୍ତ୍ତମାନ ସମୟରେ ପାରିବାରିକ ସମ୍ପର୍କରେ ଅଛୁ । ସେମାନେ ଯାହା ନିଷ୍ପତ୍ତି ନେବେ ସେଇୟା ହିଁ ହେବ । ତାଙ୍କର ଫ୍ୟାନ ବହୁତ କିଛି କୁହନ୍ତି । ସେ କାହାକୁ ନିରାଶ ବି କରିନାହାନ୍ତି କି କରିବେନି । ହେଲେ ଓଡ଼ିଆଙ୍କୁ ମୁଁ ବହୁତ ଭଲପାଏ । ଏଠାକାର ଲୋକ ବହୁତ ଶାନ୍ତ ଓ ସରଳ ବୋଲି କହିଛନ୍ତି ଜାଗୃତି ।