November 23, 2024

କୋରାପୁଟ ଜ଼ିଲ୍ଲା କୁନ୍ଦ୍ରା ବ୍ଲକରେ ସମିତି ବୈଠକ. ଦିର୍ଘ 10 ମାସ ଅନ୍ତରରେ ଦିତୀୟ ସମିତି ବୈଠକ

Share

 

କୋରାପୁଟ ଜ଼ିଲ୍ଲା କୁନ୍ଦ୍ରା ବ୍ଲକରେ ସମିତି ବୈଠକ.

ଦିର୍ଘ 10 ମାସ ଅନ୍ତରରେ ଦିତୀୟ ସମିତି ବୈଠକ l

କୁନ୍ଦୁରା ତା 17 .2. କୁନ୍ଦୁରା ବ୍ଲକ କାର୍ଯ୍ଯାଳୟ ସଭାଗୃହଠାରେ ଆଜି ଦ୍ବିତୀୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ଅଧ୍ୟକ୍ଷତା କରିଥିବା ବେଳେ bdo ସନ୍ଧ୍ୟା ସମରଥ ସମସ୍ତଙ୍କୁ ସ୍ୱାଗତ ଜଣାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ I ସାଂସଦ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝୀ, ବିଧାୟୀକା କୋଟପାଡ ପଦ୍ମିନୀ ଦିଆନ, ବ୍ଲକ ଉପାଧ୍ୟକ୍ଷ ତରୁଣୀସେନ ବିଶୋଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ତହସିଲଦାର ଆୟୁବ ମଣ୍ଡଳ, ପ୍ରମୁଖ ମଞ୍ଚାସୀନ ଥିଲେ l ବୈଠକରେ ପ୍ରଥମେ ପ୍ରାୟ 50 ଭାଗ ଜନ ପ୍ରତିନିଧିଙ୍କ ଉପସ୍ଥିତି ରହିଥିଲା l ସାଂସଦ ଓ ବିଧାୟକl ବୈଠକରେ ଆସିବାକୁ ଥିଲେ ସୁଦ୍ଧା ଅତିଥିମାନେ ଆସିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା ବୈଠକ l ସେ ନେଇ ହୋ ହାଲ୍ଲା ହୋଇଥିଲା ସଭା ଗୃହରେ l ସାଂସଦ ବୁଝା ଶୁଝା କରିବା ପରେ ଶାନ୍ତ ପଡିଥିଲା l ପରେ ଚାଲିଥିବା ଆଲୋଚନାକୁ ଆଗକୁ ନିଆଗଲା l ପ୍ରଥମେ ଦିଗାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର୍ ନ ଥିବା ଓ ସ୍ଵାସ୍ଥ୍ୟ କେନ୍ଦ୍ରଟି ବହୁ ପୁରୁଣା ହୋଇଥିବାରୁ ବିପଦ ସଂକୁଳ ଅବସ୍ତାରେ ଥିବା ସରପଞ୍ଚ ଓ ସମିତି ସଭ୍ୟ ଅଭିଯୋଗ କରିଥିଲେ ଏ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ଵରେ ଥିବା ଡାକ୍ତର ଶୁଭ ପ୍ରସାଦ ସାହୁ ସେଠାରେ ନିଯୁକ୍ତି ପାଇଥିବା ଡାକ୍ତର ଚୁକ୍ତିଭିତ୍ତିକ ହୋଇଥିବା ବେଳେ ସେ ରହୁ ନ ଥିବା କହିଥିଲେ l ଏହାକୁ ନେଇ ସରପଞ୍ଚ ପ୍ରଶ୍ନ କରିଛନ୍ତି କି ଜଣେ ଚୁକ୍ତିଭିତ୍ତିକ ଡାକ୍ତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଁ କିପରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟ କରୁଛନ୍ତି l ସେହିଭଳି କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରହିଥିବା ବେଳେ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦେବାପାଇଁ ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଠଆ ଦାବି କରିଛନ୍ତି l କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ 2 ଜଣ ଡାକ୍ତର ଙ୍କୁ କୋରାପୁଟ ଓ ଜୟପୁର ରେ ଦାୟିତ୍ଵ ଦିଆଯାଇଥିବା ବେଳେ କୁନ୍ଦୁରା ବ୍ଲକରେ 1 ଲକ୍ଷ ରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ 6 ଜଣ ଡାକ୍ତର କାମ କରୁଛନ୍ତି l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ମାତ୍ର ବହୁ ପୁରୁଣା ଆମ୍ବୁଲାନ୍ସ ଥିବାରୁ ଜରୁରୀ କାଳୀନ ସେବାରେ ବହୁ ସମସ୍ୟା ଦେଖା ଦେଉଥିବା ଡଃ ସାହୁ କହିଥିଲେ l ତେଣୁ ସାଂସଦ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ ସାଂସଦ ପ୍ରତିଶୃତି ଦେଇଛନ୍ତି l ଏବଂ ପୁରୁଣା ଗାଡ଼ି କୁ ଶବ ବୋହିବା ନିମନ୍ତେ ବ୍ୟବହାର କରିବାକୁ କହିଥିଲେ l ସେହିଭଳି ଜଳ ଓ ପରିମଳ ବିଭାଗ ପକ୍ଷରୁ ଗତ 5 ମାସ ମଧ୍ୟରେ 64 ଟି ନଳକୂପ ଖନନ ହୋଇଥିବାବେଳେ ସେଥିରୁ 12 ଟି ବିଫଳ ହୋଇଛି l ଖରା ଦିନ ଆରମ୍ଭ ହୋଇଗଲାଣି ତଥାପି କୌଣସି ପଞ୍ଚାୟତ ରେ ମରାମତି ସମାଗ୍ରୀ ମହଜୁଦ ନ ଥିବା ପ୍ରତିନିଧି ମାନେ ଅଭିଯୋଗ କରିଥିଲେ l ଉତ୍ତରରେ ସମସ୍ତ ସମାଗ୍ରୀ ବ୍ଲକରେ ଅଛି ତୁରନ୍ତ ସମସ୍ତ ପଞ୍ଚାୟତ କୁ ଯୋଗାଣ କରାଯିବ ବୋଲି କହିଥିଲେ l ନୂତନ ଆୱାସ ଘର ହିତାଧିକାରୀଙ୍କୁ ଘରଡିହ ପଟ୍ଟା ଆବଶ୍ୟକ ହେଉଥିବା ବେଳେ ଜମି ଚିହ୍ନଟ ନିମନ୍ତେ ହିତାଧିକାରୀଙ୍କ ଠାରୁ 20 ହାଜର ଟଙ୍କା ri ମାଗୁଥିବା ନେଇ ବାଣୁଆ ଗୁଡା ସରପଞ୍ଚ ଅଭିଯୋଗ କରିଛନ୍ତି l ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ତହସିଲଦାର l ସେହିଭଳି କିଛି 5 ଟି ଓ ଅନ୍ୟ ବିଦ୍ୟାଳୟ ଗୁଡିକରେ ପଟ୍ଟା ନ ଥିବା କହିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତିଳୋତ୍ତମା ଗରଡା ଉତ୍ତରରେ ତହସିଲଦାର କହିଥିଲେ କି 93 ଟି ବିଦ୍ୟାଳୟ ରୁ 56 ଟି ପଟ୍ଟା ପ୍ରଦାନ କରାଯାଇଛି l 11 ଟା ଜଙ୍ଗଲ ଜମିରେ ଥିବାରୁ ସମସ୍ୟ ରହିଛି l ଓ ବ୍ଲକ ର 1600 ହିତାଧିକାରୀଙ୍କୁ ତୁରନ୍ତ ଘର ଡିହ ପଟ୍ଟା ଯୋଗାଇଦେବା ପାଇଁ ପ୍ରକ୍ରିୟା ଚାଲୁ ରହିଛି କର୍ମଚାରୀ କମ୍ ଥିବାରୁ ବିଳମ୍ବ ହେଉଥିବା କହିଥିଲେ l ଏହାପରେ ମୂର୍ତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ, ଉଦ୍ୟାନ, ଗ୍ରାମ୍ୟ ଉନ୍ନୟନ, ମଙ୍ଗଳ ବିଭାଗ, ଓ ମିସନ୍ ଶକ୍ତି ଆଦି ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗ ଅଧୀନରେ ଚାଲିଥିବା କାର୍ଯ୍ୟକ୍ରମ ଗୁଡିକୁ ବିଷୟରେ ଆଲୋଚନା କରିଥିଲେ l ପଞ୍ଚାୟତ ଓ ନୋଡାଲ ବୈଠକ ନିୟମିତ କରିବା ଓ ପୂର୍ବରୁ ଉନ୍ନୟନ ଓ ଆୱାସ ଘର ଅସମ୍ପୁର୍ଣ୍ଣ କରି ରଖିଥିବା ଠିକାଦାରଙ୍କୁ ନୂତନ କାମ ନ ଦେଇ ତୁରନ୍ତ କାମ ସାରିବା ଲୋକଙ୍କୁ କାମ ଦେବା ପାଇଁ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେବାପାଇଁ ଦାବି କରିଛନ୍ତି ଶ୍ରୀମତୀ କନକଲତା ପେଣ୍ଟିଆ । ଜନ ପ୍ରତିନିଧିଙ୍କ ପ୍ରତି ଅଧିକାରୀ ଓ କର୍ମଚାରୀଙ୍କ ମନମୁଖୀ ବ୍ୟବହାର, ଅଣଦେଖା, ପ୍ରତିନିଧିଙ୍କ ଅଜାଣତରେ ବିଭିନ୍ନ ପ୍ରକଳ୍ପ ଗୁଡିକୁ କାର୍ଯ୍ୟ ହେଉଥିବା କାର୍ଯ୍ୟକୁ ନେଇ ବ୍ଲକରେ ବାରମ୍ଵାର ଅଭିଯୋଗ ହୋଇ ଆସୁଛି l ଏହା ଯେପରି ଆଗାମୀ ଦିନରେ ନ ହୁଏ ସେ ନେଇ ସମସ୍ତ କର୍ମଚାରୀଙ୍କୁ ସଜାଗ ଓ ତାଗିଦ କରିବା ପାଇଁ bdo ସନ୍ଧ୍ୟା ସମରଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା କୋଟପାଡ ବିଧାୟୀକା ପଦ୍ମିନୀ ଦିଆନ l ବିଧାୟୀକାଙ୍କ ଏହି ମନ୍ତବ୍ୟ କୁ ନେଇ ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା କର୍ମଚାରୀଙ୍କ ଏଭଳି ବ୍ୟବହାରରେ bdoଙ୍କ କଣ ଭୁଲ ଅଛି ବୋଲି କହିବାକୁ ପଛେଇ ନଥିଲେ l ମୁଁ bdoଙ୍କ ସହ କଥା ହେଇଛି I ଆପଣ ମଧ୍ଯ ଜଣେ ନିର୍ବାଚିତ ପ୍ରତିନିଧି ତେଣୁ ମୋତେ କଥା ହେବାକୁ ଦିଅନ୍ତୁ ବୋଲି କହିଥିଲେ l ଘଟଣାଟି ଥିଲା ଏମିତି ପଞ୍ଚାୟତ ର କିଛି ପ୍ରମୁଖ ସମସ୍ୟା କୁ ନେଇ ସରପଞ୍ଚ ସମିତି ସଭ୍ଯା ଓ ନାଏବ ସରପଞ୍ଚ କିଛି ଦିନ ତଳେ bdoଙ୍କୁ ଭେଟି ଆଲୋଚନା କରିବା ପାଇଁ ଆସିଥିଲେ l ଦିନ 12 ଟା ରୁ 5 ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ଯ ଭେଟିବାକୁ ସିଧାସଳଖ ମନା କରିଦେଇଥିବା ସମ୍ପୃକ୍ତ ସରପଞ୍ଚ ଅଭିଯୋଗ କରିଛନ୍ତି l ଏହାକୁ ନେଇ ବିଧାୟୀକା କହିଛନ୍ତି ମୋ ସରକାର କଥା ସମସ୍ତେ ଜାଣନ୍ତି ତଥାପି ଜନ ପ୍ରତିନିଧିଙ୍କୁ ସମ୍ମାନ ଦେଇ କଥା ହେବା କେମିତି ଭୁଲି ଯାଉଛନ୍ତି l ପ୍ରତିନିଧି ମାନଙ୍କୁ ଲୋକ ନିର୍ବାଚିତ କରିଛନ୍ତି l ପ୍ରତିନିଧି ସବୁବେଳେ ସେହି ଲୋକଙ୍କ ପାଖରେ ରୁହନ୍ତି ଏବଂ ଗାଁ ଲୋକେ ସେମାନଙ୍କ ସବୁ ସମସ୍ୟା ପ୍ରତିନିଧିଙ୍କୁ ହିଁ ଜଣାଇଥାନ୍ତି l ପ୍ରତିନିଧିଙ୍କ କଥା କର୍ମଚାରୀ ନ ଶୁଣିଲେ ବା କାମ ନ କଲେ ପ୍ରତ୍ୟେକ ପ୍ରତିନିଧିଙ୍କୁ ସର୍ବସାଧାରଣ ସ୍ଥାନରେ ଅପମାନିତ ହେବାକୁ ପଡ଼େ ଏ କଥା କଣ ଆପଣ ମାନେ ଜାଣିନାହାଁନ୍ତି କି ବୋଲି ପ୍ରଶ୍ନ କରିଛନ୍ତି l ନିର୍ବାଚିତ ମଣ୍ଡଳୀରେ ଆଗାମୀ ଦିନରେ ଏ ସବୁ ଯେମିତି ପୁନରାବୃତ୍ତି ନହୁଏ ସେ ନେଇ ରୋକ୍ ଠକ୍ ଶୁଣାଇଛନ୍ତି ବିଧାୟୀକା l ବୈଠକ କୁ Gpeo ସୁରେଶ୍ ଚନ୍ଦ୍ର ହୋତା ପରିଚାଳନା କରିଥିଲେ l

ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା