November 23, 2024

ଠାକୁରାଣୀ ମନ୍ଦିର ନିର୍ମାଣ ନିମନ୍ତେ ବିଧାୟକ ସହ ଆଲୋଚନା

Share

 

 

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ନୂଆ ରାମଚନ୍ଦ୍ରପୁର ଗ୍ରାମର ଶୁକ୍ରବାର ଅପରାହ୍ନ ସମୟରେ ଗ୍ରାମବାସୀ ମାନଙ୍କ ଦ୍ଵାରା ନୂତନ ଗ୍ରାମ ଦେବତୀ ଠାକୁରାଣୀ ମନ୍ଦିର ନିର୍ମାଣ ନିମନ୍ତେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ମନ୍ଦିର ନିର୍ମାଣ ନିମନ୍ତେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ଜେନା ଯୋଗଦେଇ ମନ୍ଦିର ନିର୍ମାଣ ନିମନ୍ତେ ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିଥିଲେ। ଏଥିରେ କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ପି.ଶିବପ୍ରସାଦ ଦୋରା, ସୋସିଆଲ ମିଡ଼ିଆର ଇପିଲି ପୂର୍ଣ୍ଣଚନ୍ଦ୍ର, ପୂର୍ବତନ ସରପଞ୍ଚ ଅଦଲ ଭରତ , ଦେବେନ୍ଦ୍ର ପଟ୍ଟନାୟକ, ନରସିଂହ ଦାସ , ବିନଦ ଦାସ ,ନିରଞ୍ଜନ ଦାସ, ଅଦଲ ରୋହିବାରି ,ବିଶ୍ଵନାଥ ମହାରଣା, ପ୍ରଶାନ୍ତ ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ,ସନ୍ତୋଷ କୁମାର ରାଉଳ, ଶିଶିର ,ରଞ୍ଜନ ଦାସ, ସୁଗ୍ରୀବ ଦାସ, ମିଥୁନ ନାୟକ, ମୁନା ନାୟକ, ଜୀ .ବୁଦ୍ଧିଆ ଜୀ. ସଦାନନ୍ଦ ,ପିଣ୍ଟୁ ଦାସ, ଜଗା ଦାସ , ଇନ୍ଦ ଦାସଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ମନ୍ଦିର ନିର୍ମାଣ ନିମନ୍ତେ ଆଲୋଚନା କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ