May 23, 2025

ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରା ଯୋଜନା ରେ ଇ -କେୱାଇସି ଅପଡେଟ ସାରିବା କୁ ଉପ ମୁଖ୍ୟମନ୍ତ୍ରୀ ଙ୍କ ସୂଚନା..

Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

ସୁଭଦ୍ରା’କୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ବଡ ଘୋଷଣା କରିଛନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଇ-କେୱାଇସି ଅପଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଯାବତ୍‌ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି । ‘ଅପଟ୍‌ ଆଉଟ୍‌ ହୋଇଥିବା ୧୭ ହଜାର ମହିଳା ପୁଣି ଯୋଡି ହୋଇଛନ୍ତି । ୩୧ ହଜାର ଅପଟ୍‌ ଆଉଟ୍‌ ହୋଇଥିଲେ, ୧୭ ହଜାର ମିଶିଛନ୍ତି । ବାକି ଥିବା ୧୪ ହଜାର ମହିଳା ଅପଟ୍‌ ଇନ୍‌ ନ କରିପାରନ୍ତି । ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି । ୨ ଲକ୍ଷରୁ ଅଧିକ ଇ-କେୱାଇସି ଅପ୍‌ଡେଟ୍‌ କରି ନାହାନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଇ-କେୱାଇସି ଅପଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।