ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ବାଲେଶ୍ଵର(ଶେଖ ନଜିମ): ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଅଭାବ ଅସୁବିଧା ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ଦୂର କରାଯିବ। ଆଜି ଫୁଲୱାର କସବା ରେ ଥିବା ସର୍ଵ ପୁରାତନ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଦର ବିଧାୟକ ମାନସ ଦତ୍ତ ଏକଥା ଘୋଷଣା କରିଛନ୍ତି। ଖୁବ ଶୀଘ୍ର ଜଣେ କ୍ରୀଡା ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରା,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ବେହେରା, ନଗ୍ରମ ସରପଞ୍ଚ ବନିତା ଭୂୟାଁ, ସମିତି ସଭ୍ୟ ରଞ୍ଜନ କୁମାର ପାଣି, ବାଲେଶ୍ଵର ଆଞ୍ଚଳିକ ବାଣିଜ୍ୟ ସହଯୋଗ ସମିତିର ସଭାପତି ସର୍ବେଶ୍ୱର ମହାନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହରିଶ ଚନ୍ଦ୍ର ଦାସ, ଆଞ୍ଚଳିକ ସାଧନ କର୍ମୀ ଶଶାଙ୍କ ଶେଖର ଜେନା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ରାଉତ ସ୍ଥାନୀୟ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରାଧା ରାଣୀ ସିଂ, ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଗୀତା ପାତ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥଲେ । ଅତିଥି ମାନେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ମନଶ୍ୱନୀ ଦାସ। ଶିକ୍ଷୟିତ୍ରୀ ଗୀତଞ୍ଜଳି ପାତ୍ର, ଇପ୍ସିତା ରଣା, ଅଙ୍କିତା ଦଳେଇ ଓ ଶିକ୍ଷକ ପ୍ରଶାନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।