March 10, 2026

ମୋ ସାଭିମାନ ସଚ୍ଛ ବନ୍ଥପଲ୍ଲୀ

WhatsApp Image 2023-01-17 at 3.41.50 PM
Share

 

ମୋ ସାଭିମାନ ସଚ୍ଛ ବନ୍ଥପଲ୍ଲୀ ଗୋଷ୍ଠୀ ସଚ୍ଛତା ଅଭିଯାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ଏକ କର୍ମଶାଳାରେ ସ୍ଥାନୀୟ ସରପଞ୍ଚ କାମିନୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ଆଇନଜୀବି ପ୍ରଣବ କୁମାର ପଣ୍ଡା, ସିରିନ ତମନା ଓ ଏନ୍ .ମହେଶ ଯୋଗ ଦେଇଥିଲେ। ତମନା ମହିଳା ମାନେ କିପରି ସ୍ୱାବଲମ୍ବୀ ହେଇପାରିବେ ତା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରୀ ପଣ୍ଡା ସଡ଼କ ସୁରକ୍ଷା, ସଚେତନତା ବାର୍ତ୍ତା ଦେଇଥିଲେ । ଏଥିରେ ଏମ.ବି.କେ ମାନେ ହେଲେ ରିଲୁ ବିଷୋୟୀ, ଲଷ୍ମୀସ୍ୱାଇଁ, ସାବିତ୍ରୀ ଭୂୟାଁ, ପିଙ୍କି ଗଜେନ୍ଦ୍ର, ଖଜଣା ସ୍ୱାଇଁ, ଭବାନୀ ଭୂୟାଁ, ଭବାନୀ ପ୍ରଧାନ, ସ୍ୱପ୍ନା ଭୂୟାଁ, ଜଲି ପ୍ରଧାନ,ମଞ୍ଜୁଳା ଭୂୟାଁ, ସୁଦୁମୂଳି ଭୂୟାଁ, ସୁନିତା ସାହୁ ଓ ମାମି ସାହୁ ବିଭିନ୍ନ ସହାୟକ ଗୋଷ୍ଟିର ମହିଳା ମାନେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ, କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଯୁବ ସମାଜସେବୀ ଟୁନା ନାୟକ, ଜନମଙ୍ଗଳ ଯୁବକ ସଙ୍ଘର ସୁଶାନ୍ତ ଭୂୟାଁ , ସୂର୍ଯ୍ୟ ଭୂୟାଁ ଓ ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ