November 21, 2024
Share

(ଉମରକୋଟ ରୁ ଏମ୍.ଦୀନା°ଶୁ ଆଚାରୀ )
Date :17/1/23
ଉମରକୋଟ:-ନାଳ ଭିତରେ ନଳକୂଅ, ଲୋକଙ୍କୁ ଆଚମ୍ଭିତ କରିଲା ଭଳି ଦୃଶ୍ୟ ! ପୁଣି ସେହି ନଳକୂଅ ରୁ ପାଣି ନେଇ ଗ୍ରାମବାସୀ ପିଇବା, ଗାଧୋଇବା, କପଡା କାଚିବା ଇତ୍ୟାଦି କାମରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ! ଉକ୍ତ ନାଳଟି ଗ୍ରାମରେ ଥିବା ବିଦ୍ୟାଳୟ ର ପାଚେରୀ ନିକଟରେ ଥିବାବେଳେ ସେହି ନଳକୂଅ ରୁ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପାଣି ଆଣି ପିଇବା ସହ ଅନ୍ୟ କାମରେ ବ୍ୟବହାର କରୁଛନ୍ତି ! ନାଳରେ ବିଭିନ୍ନ ପ୍ରକାର ଗନ୍ଧିଆ ପାଣି ଜମା ହୋଇ ରହିଛି ଏବଂ ସେହି ଗନ୍ଧିଆ ପାଣିରେ ଥିବା ଜୀବାଣୁ ଲୋକଙ୍କ ଶରୀର ମଧ୍ୟରେ ଗଲେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ ! ଏଭଳି କାର୍ଯ୍ୟ କୁ ଅନୁମତି ଦେଲା କିଏ? ଏହି କାର୍ଯ୍ୟ ନିମନ୍ତେ ଠିକାଦାର ଓ କାର୍ଯ୍ୟକୁ ସ୍ୱୀକୃତି ଦେଇଥିବା ଜେଇ କୁ ପୁରସ୍କାର ଦେବା ଉଚିତ ! ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲପଦର ପଂଚାୟତ ଅଧୀନରେ ଥିବା ଛୋଟାଗୁଡା ଗ୍ରାମରେ ! ସେପଟେ ରାଜ୍ୟ ସରକାରଙ୍କ ଘରେ ଘରେ ପାଣି ଯୋଗେଇଦେବା ଯୋଜନା ମଧ୍ୟ ଏହି ଗ୍ରାମରେ ଫେଲ ମାରିଛି ! ଗ୍ରାମର ଅନ୍ୟ ଏକ ପାର୍ଶ୍ଵ ରେ ଗୋଟିଏ ନଳକୂଅ ଅଛି ଏବଂ ସେହି ନଳକୂଅ ଉପରେ ପ୍ରାୟ 30ରୁ 35ପରିବାର ନିର୍ଭର କରନ୍ତି ! ଗ୍ରାମରେ ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ପାଣି ପାଇପ ପୋଇଣ୍ଟ ବସାଯାଇଛି କିନ୍ତୁ ସେଥିରୁ ପାଣି ବାହାରୁ ନାହିଁ ! ଏ ବିଷୟରେ ପଂଚାୟତିରାଜ ଓ ଜଳବିଭାଗ ର ଜେଇ ଶରତ ବେହେରା ଙ୍କୁ ପଚାରିବାରୁ ସେ କେମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ! ଏହା ପୂର୍ବରୁ ସରପଞ୍ଚ ବେହେରା ବାବୁଙ୍କୁ ପନ୍ଦର ଦିନ ହେଲାଣି ଗ୍ରାମର ସମସ୍ୟା ଜଣେଇଛନ୍ତି କିନ୍ତୁ ବେହେରାବାବୁ କୌଣସି ପଦକ୍ଷେପ ନେଉନାହାନ୍ତି, ନେବେ କେମିତି ତାଙ୍କୁ ତ କେବେ ପାଣି ସମସ୍ୟା ର ସମ୍ମୁଖୀନ ହୋଇନାହାନ୍ତି, ତାଙ୍କୁ ସରକାରଙ୍କ ତରଫରୁ ସବୁ ସୁବିଧା ମିଳିଛି ସେ କାହିଁକି ଗରିବ ଲୋକଙ୍କ ସୁବିଧା ବିଷୟରେ ଚିନ୍ତା କରିବେ, ସେ କେବଳ ଲୋକଙ୍କୁ ଭୁଆଁ ବୁଲେଇ ପ୍ରତିଶୃତି ଦେଇ ଚାଲିଥିବେ ! ଆଗକୁ ଖରାଦିନ ଆସିଲାଣି ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେବେ !

You may have missed