ଉମରକୋଟ ୟୁ.ଭୀ ୧ ରେ ବହୁଳ ପରିମାଣରେ ମଦ ଜବତ……..

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)ବହୁଳ ପରିମାଣରେ ମଦ ଜବତ କରିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ!ସୂଚନା ପ୍ରକାରେ:ବିଶେଷ ସୂତ୍ର ରୁ ଖବର ପାଇ ଉମରକୋଟ ଥାନା ଅଧିକାରୀ ରମାକାନ୍ତ ସାଇ ଙ୍କ ତତ୍ୱାବଧାନରେ ଏସ ଆଇ ଅକ୍ଷୟ ମିଶ୍ର ଓ ପୋଲିସ ଫୋର୍ସ ଙ୍କ ମିଳିତ ଚଢ଼ାଓ ରେ ଉମରକୋଟ ବ୍ଲକ ଅଧୀନରେ ଥିବା ବଡ଼ କୁମାରୀ (ୟୁ ଭି ୧)ଗ୍ରାମର ଅଜୟ ମିସ୍ତ୍ରୀ ଙ୍କ ଦୋକାନରେ ଚଢ଼ାଓ କରି ପ୍ରାୟ ତିରିଶ ହଜାର ଟଙ୍କା ର ଠିପି ବନ୍ଦ ମଦ ଜବତ କରିଛନ୍ତି!ଅଜୟ ମିସ୍ତ୍ରୀ କୁ ପୋଲିସ ଅଟକ ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ରମାକାନ୍ତ ସାଇ!
