April 20, 2025

୧୦୮ ପ୍ରହର ପଞ୍ଚ ମହାଯଜ୍ଞ ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଓ ପ୍ରସ୍ତୁତି ବୈଠକ

Share

 

 

ବେଲଗୁଣ୍ଠା,୧୬/୧୨, ଆସନ୍ତା ଜାନୁୟାରୀ ମାସ ୧୨ ତାରିଖ ଠାରୁ ୨୬ ତାରିଖ ପର୍ଯ୍ଯନ୍ତ ୧୪ ଦିନ ବ୍ୟାପୀ ବେଲଗୁଣ୍ଠା ବ୍ଳକ୍ ବଡ଼ ବୋର୍ସିଂ ଗ୍ରାମରେ ଅନୁଷ୍ଠିତ ହେବ ୧୦୮ ପ୍ରହର ପଞ୍ଚ ମହାଯଜ୍ଞ I ଏହି ଅବସରରେ ଗ୍ରାମରେ ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ,ଘୃତ ଯଜ୍ଞ,ଜ୍ଞାନ ଯଜ୍ଞ ଏବଂ ଗୋ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେବ I ଏହି ପ୍ରରିପ୍ରେକ୍ଷୀରେ ଆଜି ଗ୍ରାମରେ ଶୁଭ ଖୁଣ୍ଟି ସ୍ଥାପନ କରାଯିବା ସହିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଆଜି ଗ୍ରାମରେ ଶୁଭ ଖୁଣ୍ଟି ସ୍ଥାପନ ଅବସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା I ଢୋଲ,ମୃଦଙ୍ଗ ଏବଂ ଝାଞ୍ଜ ବଜାଇ ଗ୍ରାମ ପରିକ୍ରମା କରାଯାଇଥିଲା I ଅନୁଷ୍ଠିତ ଅଖଣ୍ଡ ନାମ ଯଜ୍ଞରେ ବଡ଼ ବୋର୍ସିଂ ସମେତ ଖାରୀଗୁଡା,ଦଦରଲୁଣ୍ଡା,ବାଘୁଆ ପଲ୍ଲୀ,ସାର୍ଦ୍ଦୁଳ,ସୋଲଣ୍ଡି ଏବଂ ଖରିଡ଼ା ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଅଂଶ୍ରଗହଣ କରିବାକୁ ଥିବା ବେଳେ ପ୍ରବଚକ ରୂପେ ପୁରୀରୁ କଥାରତ୍ନ ଜ୍ଞାନ ରଞ୍ଜନ ଜେନା,କଟକ ନିଶ୍ଚିନ୍ତ କୋଇଲିରୁ ଡଃ ସତ୍ୟରଞ୍ଜନ ରଥ ଏବଂ ଗହଙ୍ଗୁରୁ ମହନ୍ତ ଶ୍ରୀ ରାଘବାନନ୍ଦ ଦାସଜୀ ମହାରାଜ ଯୋଗଦେବାର କାର୍ଯ୍ୟକ୍ରମ ରହିଛି I ସେହିପରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଆ ତାରିଣୀ ଭଜନ ସମାରୋହର କଳାକାର ମାନେ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି I ପଞ୍ଚ ମହାଯଜ୍ଞରେ ପ୍ରବଳ ଜନ ସମାଗମକୁ ଆଖି ଆଗରେ ରଖି ଶୃଙ୍ଖଳିତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ I

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ