ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱlରା ରକ୍ତଦାନ ଶିବିର ଅନୁଷ୍ଠିତ..
ପାରାଦୀପ ର ଅଗ୍ରୀମ ସ୍ୱେଛାସେବି ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱlରା ଏକ ମେଗା ରକ୍ତଦାନ ଶିବିର ପାରାଦୀପ ଗଡ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ 100ରୁ ଉର୍ଦ୍ଧ ଗୋଟି ରକ୍ତ ୟୁନିଟ ସଂଗ୍ରହ କରାଜାଇଥିଲା ଏବଂ ଏହି ଶିବିରରେ ପ୍ରଥମେ ପାରାଦୀପ ଗଡ ସରପଂଚ ଶ୍ରୀମତୀ ସସ୍ମିତା ବେହେରା, ଆଇନଜୀବି ସଞ୍ଜୟ ବେହେରା, ସ୍ମାଇଲ ଟ୍ରଷ୍ଟ ର ପ୍ରଶାନ୍ତ ମଲ୍ଲିକ ଦୀପ ପ୍ରଯୋଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ। ପରିସରରେ ଚାଲିଥିବ ରକ୍ତ ଦାତଙ୍କୁ ଅତିଥି ମାନେ ରକ୍ତଦାନ ଏକ ମହତ ପୂର୍ଣ୍ଣ କହି ଉତ୍ସାହିତ କରିଥିବା ସହ ରକ୍ତଦାନ ସଂଗ୍ରହ କୁ ସୁଚାର ରୁପେ ପରିଚାଳନା କରିଥିଲେ।
ରକ୍ତଦାନ ଏକ ମହତ୍ୱପୂର୍ଣ୍ଣ ଗୋଟିଏ ଜୀବନ ବଞ୍ଚାଇବାକୁ ହେଲେ ରକ୍ତର କେତେ ଆବଶ୍ୟକ ହୋଇଥାଏ ।ଏହିଭଳି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଭବିଷ୍ୟତରେ ଅନ୍ୟତ୍ର ଆୟୋଜନ କରାଜିବ ବୋଲି ସମସ୍ତ ଙ୍କୁ ବାର୍ତ୍ତା ମାଧ୍ୟମରେ ପରି ପ୍ରକାଶ କରିଥିବା ସହ ନୂତନ ବର୍ଷ ରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ଙ୍କୁ କୃତଜ୍ଞତା ଜଣାଇବା ସହ ଆଗମୀ ଦୀନରେ ଆମ ମୂଖ୍ୟ ଉଦେଶ୍ୟ ସ୍ବାସ୍ଥ୍ୟ ଯାହାକି ଲୋକେମାନେ ଭଲ ହେବେ ସେଥି ପାଇ ଅନେକ ମେଗା ହେଲ୍ଥ କ୍ୟାମ୍ପ କରିବୁ ବୋଲି ସ୍ମଇଲ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଡକ୍ଟର ଶ୍ରୀ ସଚିତ୍ର କୁମାର ରାଉତ ପରି ପ୍ରକାଶ କରି ଥିଲେ। ତାହା ସହିତ ପାରେଶ୍ୱର ମନ୍ଦିର ପରିଚାଳନା କମିଟି , ତେରାପନ୍ଥ ଯୁବପରିସଦ କଟକ, ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ଓ ରେଡକ୍ରସ ର ସମସ୍ତ କର୍ମକର୍ତା , ଏହି ଶିବିରକୁ ସହଯୋଗ କରିଥିବାରୁ ସଭାପତି ଡ଼କ୍ଟର ସଚିତ୍ର କୁମାର ରାଉତ ବାର୍ତ୍ତା ମାଧ୍ୟମରେ ଧନ୍ୟଵାଦ ଅର୍ପଣ କରିଥିଲେ। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )