December 18, 2024

ସୁଖମୟ ମୃତ୍ୟୁ ପାଇଁ ଭାଗବତ ପଢନ୍ତୁ 

Share

ଯନ୍ତ୍ରଣାମୟ ମୃତ୍ୟୁ ବଦଳରେ ସୁଖମୟ ମୃତ୍ୟୁ ପାଇଁ ଭାଗବତ ପାଠ ଏକ ଆବଶ୍ୟକତା ବୋଲି କହିଛନ୍ତି ସିଦ୍ଧବକୁଳ ମଠ ର ମଠାଧୀଶ ଶ୍ରୀନିବାସ ମହାରାଜ୍। ସିଦ୍ଧବକୁଳ ମଠ ପରିସରରେ ଶ୍ରୀମଦ୍ଭାଗବଦ୍ କଥାମୃତ ଓଡ଼ିଶା ର ଚତୁର୍ଥ ବାର୍ଷିକ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଠାଧୀଶ କହିଥିଲେ ଯେ ମନକୁ ସଂଯତ କରି ନିଜକୁ ସ୍ବଚ୍ଛ ରଖିବା ସହ ପରିବାରର ପ୍ରତିଟି ସନ୍ତାନ କୁ ଆଧ୍ୟାତ୍ମିକ ଚେତନା ସହିତ ଜଡିତ କରାଇ, ସଂସ୍କାର ଦେବା ପିତାମାତାଙ୍କ କର୍ତ୍ତବ୍ୟ ହେଉ। ଏହି ସମାରୋହ ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସନ୍ତୋଷ ଶ୍ରୀଚୈତନ୍ୟ, ଆତ୍ମା ର ଗତିକୁ ପରାମାତ୍ମାଙ୍କ ଆଡକୁ ନେବାପାଇଁ , ମନୁଷ୍ୟ ଅର୍ଥ ପଛରେ ନଗୋଡାଇ ପରମାର୍ଥ ପଛରେ ଗୋଡାଇବା, ପ୍ରଭୁଙ୍କ ନାମ କୀର୍ତ୍ତନ କରି ଜନ୍ମ-ଜନ୍ମାନ୍ତର ର ପ୍ରାରବ୍ଧ ରୁ ମୁକ୍ତି ପାଇବାପାଇଁ ଭାଗବତ ପାଠ ଆଜି ର ସମାଜର ପ୍ରଥମ ଓ ପ୍ରଧାନ ଆବଶ୍ୟକତା ହେବା ଆବଶ୍ୟକ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାସ ଗୋପାଳକୃଷ୍ଣ ସେନାପତି,ଭାଗବତକାର ଡକ୍ଟର ବଦ୍ରି ମିଶ୍ର, ମହନ୍ତ ପ୍ରେମାନନ୍ଦ ମହାରାଜ,ପ୍ରତାପ କିଶୋର ନନ୍ଦ,ପ୍ରବଚିକା ନିର୍ମଳା ଫତେସିଂହ ପ୍ରମୁଖ ଭାଗବତ ର ପ୍ରଚାର ପ୍ରସାର ପାଇଁ ଶ୍ରୀମଦ୍ଭାଗବଦ୍ କଥାମୃତ ଓଡ଼ିଶା ର ଅବଦାନ ଉଲ୍ଲେଖନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ସମାବେଶରେ ଓଡ଼ିଶା ର ବିଭିନ୍ନ ଜିଲ୍ଲାରୁ ଚାରିଶହ ରୁ ଉର୍ଦ୍ଧ୍ୱ ଭାଗବତ ଅନୁରାଗୀ, ଶିକ୍ଷାବିତ୍ ଓ ସାହିତ୍ୟିକ ଯୋଗଦେଇଥିବା ବେଳେ ଘରେଘରେ ଭାଗବତ ର ସଂପାଦିକା ସୁନନ୍ଦା ପଟ୍ଟନାୟକ,କିରଣବାଳା ପାଣିଗ୍ରାହୀ ଙ୍କ ସମେତ କେତେକ ସଂଗଠକ ଓ ସଂଗଠିକାଙ୍କୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ଭାଗବତ ର ଗଦ୍ୟାନୁବାଦକ ଗୋବର୍ଦ୍ଧନ ପ୍ରଧାନଙ୍କ ରଚିତ “ଭାଗବତ କଥାମୃତ” କୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଂଗ୍ରାମ କେଶରୀ ବଳଙ୍କ ପରିଚାଳନା ରେ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଡକ୍ଟର ପ୍ରଦୀପ ମିଶ୍ର ଓ ଅକ୍ଷୟ କୁମାର ସ୍ବାଇଁ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ