ଉମରକୋଟ ପୌର ପରିଷଦର ପିଣ୍ଡି ଖାଲି,ରାସ୍ତା ଉପରେ ବସୁଛି ବଜାର, ଦୁର୍ଘଟଣା ଘଟିଲେ ପୋଲିସ ଓ ପ୍ରଶାସନ ଦାୟୀ ରହିବେ କି???
ଉମରକୋଟ (ଏମ୍ ଦିନା°ଶୁ ଆଚାରୀ):- ନବରଙ୍ଗପୁର ଜିଲ୍ଲାର ଦ୍ଵିତୀୟ ବୃହତ ବାଣିଜ୍ୟିକ କେନ୍ଦ୍ର ଭାବରେ ଉମରକୋଟ ପରିଚିତ। ମକା ଉତ୍ପାଦନ ରେ ଏହି ଅଞ୍ଚଳ ଓଡ଼ିଶା ରେ ପ୍ରଥମ ହେଇଥିବାରୁ ସମଗ୍ର ଭାରତ ବର୍ଷର ବିଭିନ୍ନ ଅଞ୍ଚଳ ରୁ ଦୈନିକ ଶହ ଶହ ସଂଖ୍ୟାରେ ଟ୍ରକ ମାନେ ଉମରକୋଟ ଆସିଥାନ୍ତି। ଅପର ପକ୍ଷରେ ବର୍ତ୍ତମାନ ରାୟପୁର ରୁ ବିଶାଖାପାଟଣା ମଧ୍ୟରେ ଯିବା ଆସିବା କରୁଥିବା ଟ୍ରକ ଗୁଡ଼ିକ ଜଗଦଲପୁର ନ ଦେଇ ପ୍ରାୟ ସବୁ ଟ୍ରକ ଗୁଡ଼ିକ ଉମରକୋଟ ଦେଇ ଯିବ। ଆସିବା କରନ୍ତି। ତେଣୁ ବର୍ଷ ତମାମ ଉମରକୋଟ ସହରରେ ଟ୍ରାଫିକ ବ୍ୟାପକ ଭାବେ ଭିଡ ଲାଗିଥାଏ। ଅପରପକ୍ଷେ ଛତିଶଗଡ ର ବରେଇ ଠାରେ ଜାତୀୟ ଜଙ୍ଗଲ ଥିବାରୁ ଥିବାରୁ ବନ୍ୟଜନ୍ତୁ ଙ୍କ ନିରାପଦ ସକାଶେ ରାତି ୯ ଟା ହେବ। ମାତ୍ରେ ଗେଟ ପଡ଼ି ଯାଏ। ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଟ୍ରକ ରହି ଯାଆନ୍ତି। ସକାଳେ ସେହି ଫାଟକ ଖୋଲିବା ମାତ୍ରେ ଶହ ଶହ ଟ୍ରକ ଗୁଡ଼ିକ। ଉମରକୋଟ ସହର ଦେଇ ସକାଳ ୮ ଟା ରୁ ୧୦ ଟା ମଧ୍ୟରେ ଅତିକ୍ରମ କରି ଥାଆନ୍ତି। ଅପର ପଷ ରେ ଉମରକୋଟ ରେ ବାଇ ପାସ ରାସ୍ତା ନ ଥିବାରୁ ସମସ୍ତ ଟ୍ରକ ଉମରକୋଟ ସହର ଦେଇ ଯିବ। ଆସିବା କରି ଥାଆନ୍ତି। ଫଳ ରେ ସକାଳ ୭ ରୁ ୧୧ ଟା ଯାଏଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଇ ପଡେ। ସବୁ ଠାରୁ ବିଡମ୍ବନା ହେଲା ଉମରକୋଟ ପୌର ପରିଷଦ ଲକ୍ଷାଧିକ ଟଙ୍କା ବ୍ୟୟ କରି ପ୍ରାୟ ୪୦ ଟି ପିଣ୍ଡି ପୁରୁଣା ବସ ଷ୍ଟାଣ୍ଡ ନିକଟ ରେ ଥିବା ପରିବ। ବଜାର
ଠାରେ ନିର୍ମାଣ କରିଥିବା ସତ୍ୱେ ସହରର ସବୁ ଠାରୁ ଜନ ଗହଳି ଛକ ହନୁମାନ ମନ୍ଦୀର ଛକ ଠାରେ ବର୍ତ୍ତମାନ ପରିବା ବଜାର ବସୁ ଥିବାରୁ ସବୁ ଦିନ ସେଠାରେ ହ।ଟର ଭ୍ରମ ସୃଷ୍ଟି କରିଥାଏ। ମୁଖ୍ୟ ରାସ୍ତାକୁ ମାଡ଼ି ବସି ପରିବା ଦୋକାନୀ ପରିବ। ବିକ୍ରି କରୁଥିବା ବେଳେ ଗ୍ରାହକ ମାନେ ମଧ୍ୟ ନିଜ ନିଜ ବାଇକ୍ ରାସ୍ତା ଉପରେ ରଖିଦେବ। ଦ୍ଵାରା ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଇ ପଡେ। ଏପରିକି ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସର ମଧ୍ୟ ଦେଖା ମିଳେ ନାହିଁ। ଏହ ପରିବ। ଏଥି ସହ ଗୁଲିପାଟଣା ସାହି ଠାରେ ମାଛ ବ୍ୟବସାୟୀ ମାନେ ମାଛ ବିକ୍ରି କରୁଥିବାରୁ ସେଠାରେ ମଧ୍ୟ ପ୍ରତି ଦିନ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଇ ପଡ଼ୁଛି। ଉମରକୋଟ ସହର ରେ ବିପର୍ଯ୍ୟସ୍ତ ହେଇ ପଡ଼ିଥିବା ଟ୍ରାଫିକ ବ୍ୟବସ୍ଥା ପ୍ରତି ଜିଲ୍ଲା ପ୍ରଶାସନ , ସ୍ଥାନୀୟ ସାଧାରଣ ଓ ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ଭାବେ ଅବଗତ ଥିବା ସତ୍ତ୍ୱେ ଚୁପ୍ ହେଇକି ବସି ପଡ଼ିବ। ସମସ୍ତଙ୍କୁ ଚକିତ କରୁଛି। ଯଦି ଏହି ସ୍ଥାନ ରେ ଏକ ବଡ ଧରଣର ଦୁର୍ଘଟଣା ଯଦି ଘଟି ଲୋକଙ୍କ ଜୀବନ ହାନି ଘଟେ ପ୍ରଶାସନ ଦାୟୀ ରହିବ କି ବୋଲି ବୁଦ୍ଧି ଯିବି ମହଲ ରେ ପ୍ରଶ୍ନ ସୃଷ୍ଟି ହେଉଛି। ତୁରନ୍ତ ପ୍ରଶାସନ ଏହି ପରିବା ବଜାରକୁ ଓ ମାଛ ବଜାର କୁ ପୁରୁଣା ବସ ଷ୍ଟାଣ୍ଡ ନିକଟ ରେ ଥିବା ପୌର ପରିଷଦ ର ବଜାର ପିଣ୍ଡି କୁ ସ୍ଥାନାନ୍ତର କରିବା କିମ୍ବା ସହର ଠାରୁ ବାହାରେ ଏକ ନିରାପଦ ସ୍ଥାନରେ ବସିବ। ପାଇ ନିର୍ଦ୍ଧେଶ ନ ଦିଏ ତେବେ ଆଗାମୀ ଦିନରେ ଏକ ବଡ ଧରଣ ର ଦୁର୍ଘଟଣା କୁ ଏଡା ନଯାଇ ପାରେ।