ଜମି ଦଲାଲ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଦଲାଲ ଙ୍କ କବଜା ରେ ବିକ୍ରେତା ..
ଖନ୍ତାପଡ଼ା,( ଦେବାଶିଷ ଦାଶ୍ )
ବିନା ନିବେଶ ରେ ଅଧିକ ଅର୍ଥ ସମ୍ପାଦନ କରିବା ର ନିଶା ଏବେ ସମସ୍ତ ଙ୍କୁ ଘାରିଛି। ଅର୍ଥ ଉପାର୍ଜନ ର ସରଳ ରାସ୍ତା ପାଲଟିଛି ଜମି କାରବାର।
ଦିନ କୁ ଦିନ ଖନ୍ତାପଡ଼ା ଅଞ୍ଚଳ ରେ ଜମି ଦଲାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମେ ଜମି କୁ ଏଗ୍ରିମେଣ୍ଟ ଆକାର ରେ ନେଇ ତାହାକୁ ଉଚ୍ଚ ଦରରେ ବିକ୍ରି କରି କମିଶନ ଟଙ୍କା ରେ ମାଲେ ମାଲ ହେଉଛନ୍ତି ସିନା ଦଲାଲ କିନ୍ତୁ କ୍ରେତା ଏମାନଙ୍କ ଶିକାର ହେଉଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଖନ୍ତାପଡ଼ା ଅଞ୍ଚଳ ରେ ଦଲାଲଗିରି ସହିତ ଟବକା ମାନେ ମିଛ ପ୍ରଲୋଭନ ଦେଖାଇ ବିକ୍ରେତା ମାନଙ୍କ ଠାରୁ ଅଳ୍ପ ଦରରେ ରେ ଏଗ୍ରିମେଣ୍ଟ କରି କ୍ରେତା ଙ୍କୁ ସରକାରୀ ଦର ଠାରୁ ଚଢା ଦରରେ ବିକ୍ରି କରୁଛନ୍ତି। ତହସିଲ ଓ ରେଜିଷ୍ଟ୍ରର ଅଫିସ ରେ କେତେକ ସରକାରୀ ବାବୁ ବାବୁଆଣୀ ଙ୍କୁ ଦଲାଲ ମାନେ ହାତ ବାରିଷ କରି ଏଥିରେ ସଫଳ ହୋଇ ପାରୁଛନ୍ତି।
ସେହିପରି କିଛି ଜମି ଦଲାଲ ଙ୍କ ନିକଟରେ ପୂର୍ବରୁ କିଛି ନ ଥିବା ବେଳେ ଏବେ କିନ୍ତୁ ଭିଆଇପି ଜୀବନ ଅତିବାହିତ କରୁଥିବାର ନଜର କୁ ଆସିଛି। ସରକାରୀ ଟେକ୍ସ କୁ ଫାଙ୍କି ଏମାନେ ରାତା ରାତି କୋଟିପତି ହେଉଥିବାର ପାରିଲିକ୍ଷିତ ହୋଇଛି। କିଛି ବ୍ୟକ୍ତି ପୂର୍ବରୁ ଘରୋଇ କମ୍ପାନୀ ରେ କର୍ମଚାରୀ ଭାବରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଯେବେଠୁଁ ଏହି ଜମି ଦଲାଲ ଗିରି ଆପଣେଇ ଛନ୍ତି ସେବେଠୁଁ ଚାରି ଚକିଆ ଯାନ, ତିନି ମହଲା ର ଆଲିସାନ ବଙ୍ଗଳା ତା ସହିତ ବ୍ୟାଙ୍କ ରେ ଡିପୋଜିଟ ଥିବା ଧନ ସହିତ ଅମାପ ସମ୍ପତି ର ମାଲିକ ହୋଇପାରିଛନ୍ତି । ସୁରକ୍ଷା ପାଇଁ ସାଥିରେ ବଳବାନ ଅସାମାଜିକ ଗୋଷ୍ଠୀ ଙ୍କୁ ନେଇ ଚାଲିଛି ଏହି ବ୍ୟାପାର। ତେବେ ସରକାର ଏମାନଙ୍କ ପ୍ରତି ଏତେ ଉଦାସୀନତା କାହିଁକି ?
ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କେବେ ?
ବିନା ଚାକିରୀ ରେ କୋଟି କୋଟି ଟଙ୍କା ସମ୍ପତି ର ମାଲିକ ହେଉଛନ୍ତି କେମିତି ?
କେବେ ହେବ ଏମାନଙ୍କ ଘରେ ଭିଜିଲାନ୍ସ ର ଚଢ଼ାଉ ? ସାଧାରଣ ଲୋକେ ନ୍ୟାୟ ପାଇବେ ତ ? ସରକାରୀ ଚାକିରୀ କରିଥିବା କର୍ମଚାରୀ ଉପରେ କେବଳ ଭିଜିଲାନ୍ସ ର ଆଖି କି ଏଭଳି ସାଧାରଣ ରେ ଆଲୋଚ୍ୟ ବିଷୟ ପାଲଟିଛି। ତେବେ ଦିନ କୁ ଦିନ ଅଞ୍ଚଳ ରେ ବଢୁଥିବା ଏହି ଦଲାଲ ମାନଙ୍କୁ ନିୟନ୍ତ୍ରଣ କରିବ କିଏ ? ଏଭଳି ଅନେକ ପ୍ରଶ୍ନ ସାଧାରଣ ଙ୍କ ମନରେ ଉଙ୍କି ମାରୁଛି। ଏମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଲେ ଧନ ବଳରେ ଆଇନ କୁ ହାତ ମୁଠା ରେ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି। କିଛି ନ ଥିବା ବ୍ୟକ୍ତି ଯଦି ରାତାରାତି କୋଟିପତି ହୋଇଯାଏ ତେବେ ଏହାର ତଦନ୍ତ କରିବା ପ୍ରଶାସନ ର ନିହାତି ଜରୁରୀ। କିନ୍ତୁ ଏଠି ପ୍ରଶାସନ ନିରବ କାହା ସ୍ୱାର୍ଥ ରେ। ସାଧାରଣ ଲୋକଙ୍କୁ ଠକି ସାତ କୁ ସତେଇସ କରି ବିକ୍ରି କରୁଥିବା ଜମି ର ମୂଲ୍ୟ ପ୍ରକୃତ ବିକ୍ରେତା ପାଉଛନ୍ତି ନାଁ ଦଲାଲ ମାନେ ନିଜ ପକେଟ କୁ ନେଉଛନ୍ତି । ତେବେ ଏଠି ବଡ଼ ପ୍ରଶ୍ନ ଉଠୁଛି କଳାବଜାରୀ ଙ୍କ କବ୍ଜାରେ ଜମି ମାଲିକ। କଥାରେ ଅଛି ଅଧର୍ମ ବିତ୍ତ ବଢେ ବହୁତ, ଗଲା ବେଳେ ଯାଏ ମୂଳ ସହିତ, ତେଣୁ ଦେଖିବାକୁ ରହିଲା ଜମି ଲୁଟେରା ଟବକା ଦଲାଲ ମାନଂକୁ ଧର୍ମ ଦଣ୍ଡ କେବେ ମିଳିବ।