ଭିନ୍ନକ୍ଷମ ମାନଙ୍କର ଦୃଢ ଇଚ୍ଛା ଶକ୍ତି ଆଗରେ ଶାରୀରିକ ଅକ୍ଷମତା ହାର ମାନିଥାଏ -ମୁଖ୍ୟମନ୍ତ୍ରୀ
ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ରବିବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ, ଓଡିଶା ସରକାର ଙ୍କ ତରଫ ରୁ ଭିନ୍ନକ୍ଷମ ମାନଙ୍କୁ ଆତ୍ମନିର୍ଭରଶୀଳ ନିମନ୍ତେ ଈ-ରିକ୍ସା ବଣ୍ଟନ କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା, ଶ୍ରୀ ମୋହନ ଚରଣ ମାଝି ଙ୍କ ଦ୍ୱାରା କରା ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ସମ୍ବଲପୁର, ଶ୍ରୀ ଜୟନାରାୟଣ ମିଶ୍ର , ରାଜସ୍ବ ଵିଭାଗ୍ୟ ଆୟୁକ୍ତ ଉତ୍ତରାଞ୍ଚଳ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ ଆଇ.ଏ.ଏସ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ କୁମୁଦିନୀ ନାୟକ, ଜିଲ୍ଲାପାଳ ସମ୍ବଲପୁର ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଇ.ଏ.ଏସ , ମହାନଦୀ କୋଲଫିଲଡ ଅଧ୍ୟକ୍ଷ ଶ୍ରୀ ଉଦୟ ଅନନ୍ତ କାଉଲେ ମଞ୍ଚାସିନ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଥିଲେ ଯେ ବିଭିନ୍ନତା କେବଳ ଏକ ଶାରୀରିକ ଅଭାବ ନୁହେଁ, ବରଂ ଏହା ଏକ ମାନସିକ ସ୍ଥିତି।ଯଦିଓ ଭିନ୍ନ କ୍ଷମ ମାନେ ଶାରୀରିକ ଦକ୍ଷତା ଦୃଷ୍ଟିକୋଣରୁ କିଛି ମାତ୍ରା ରେ ବଞ୍ଚିତ, କିନ୍ତୁ ସେମାନ ଙ୍କର ସମ୍ପର୍କ ର ସ୍ଵପ୍ନ, ଆକାଂକ୍ଷା ଆମ ସମସ୍ତଙ୍କର ସହିତ ସମାନ। ଦିବ୍ୟାଙ୍ଗ ମାନେ ଆମର ଦୟା କିମ୍ବା ସମବେଦନା ଚାହାନ୍ତି ନାହିଁ, ସେମାନେ ଚାହାନ୍ତି ସମ୍ମାନ ର ସହ ଜିବନ ଅତିବାହିତ କରିବାର ଅଧିକାର।ରାଜ୍ୟରେ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ, ଆମ ସରକାର ପ୍ରତିସୂତ୍ତି ବଦ୍ଧ, ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ଗୁରୁତ୍ଵ ଦେଉଛନ୍ତି।ସେଥିପାଇଁ ଓଡିଶା ସରକାର ଙ୍କ ର ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତୀକରଣ ବିଭାଗ ନିରନ୍ତର କାମ କରୁଛନ୍ତି ବୋଲି କହିଥିଲେ। ଦିବ୍ୟାଙ୍ଗ ମାନେ କୌଣସି ଗୁଣରେ କମ ନୁହନ୍ତି ବରଂ ଉପଯୁକ୍ତ ସୁବିଧା ଓ ସୁଯୋଗ ପାଇଲେ, ସରକାର ଙ୍କ ପ୍ରୋତ୍ସାହ ମିଳିଲେ ସେମାନେ ନିଶ୍ଚିତ ଭାବେ,ଜଣେ ସାଧାରଣ ମଣିଷ ଠାରୁ ବି ସମାଜ ରେ ଉତ୍କୃଷ୍ଠ ପଦର୍ଶନ କରିବେ। ସେ ଆମ ଦେଶ ର ଶ୍ରୀକାନ୍ତ୍ ବୋଲା ଙ୍କ ଉଦାହରଣ ଦେଇଥିଲେ, ଯେ ବୋଲାନ୍ତ ପ୍ରତିଷ୍ଠା କରି ଅନେକ ଦିବ୍ୟାଙ୍ଗ ମାନଙ୍କୁ ରୋଜଗାର ଦେଇଛନ୍ତି, ଖାଲି ସିଏ ନୁହନ୍ତି ବ୍ଯାଡମିନ୍ଟନ ଖେଳାଳି ଓଡିଶା ର ପ୍ରୋମଦ ଭଗତ ୨୦୨୦ ରେ ପାରା ଅଲିମ୍ପିକ୍ସ ରେ ସ୍ଵର୍ଣ ପଦକ ହାସିଲ କରି ସାରା ବିଶ୍ଵ ରେ ଉଦାହରଣ ସୃଷ୍ଠୀ କରିଛନ୍ତି ।ଏ ମାନଙ୍କ ର ଦୃଢ ଇଚ୍ଛା ଶକ୍ତି ଆଗରେ ଶାରୀରିକ ଅଭାବ ରୂପକ ପ୍ରତିବନ୍ଧକ ହାର ମାନିଥିଲା।ତେଣୁ ସେମାନଙ୍କ ପାଇଁ ସୁଯୋଗ ସୃଷ୍ଠୀ କରିବା ଆମର ଦାୟିତ୍ଵ ଏବଂ ଆମର କର୍ତ୍ତବ୍ଯ ମଧ୍ୟ ବୋଲି ସେ କହିଥିଲେ।ଏହି କ୍ରମରେ ଆଜି ରାଜ୍ଯ ସରକାର ଙ୍କ ତରଫରୁ ଏକ ଅନନ୍ୟ ପଦକ୍ଷ ସ୍ୱରୂପ ୫୦୦ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ମାନଙ୍କ ଜୀବନ ଜୀବିକା କୁ ସୁଗମ କରିବା ଲକ୍ଷ ନେଇ ବ୍ୟାଟେରୀ ଚାଳିତ ଇ- ରିକ୍ସା ବଣ୍ଟନ କରାଯାଉଛି । ଏହି ପଦକ୍ଷେପ ମାଧ୍ୟମରେ ଭିନ୍ନକ୍ଷମଙ୍କୁ ନିଜ ପାଇଁ ଏକ ଆଜୀବିକାର ସଂସ୍ଥାପନ ସୁଯୋଗ ମିଳିବା ସହିତ ସେମାନେ ଅନ୍ୟମାନଙ୍କୁ ମଧ୍ୟ ସେବା ଯୋଗାଇ ପାରିବେ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ରେ ଥିବା ଭିନ୍ନକ୍ଷମ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ(MCL) ତରଫରୁ ୭.୫0 କୋଟି (CSR Fund) ଟଙ୍କାର ଅନୁଦାନ ଦ୍ଵାରା ୫୦୦ଟି ଇ-ରିକ୍ସା ପ୍ରଦାନ କରାଯାଇଛି। ଇ-ରିକ୍ସା ପାଇଥିବା ବିଭିନ୍ନ ଜିଲ୍ଲାରୁ ଆସିଥିବା ହିତାଧିକାରୀଙ୍କ ସଂଖ୍ୟା ନିମ୍ନଲିଖିତ। ଅନୁଗୁଳ ଜିଲ୍ଲା ୧୫ଟି ଇ-ରିକ୍ସା, ବଲାଙ୍ଗୀର ଜିଲ୍ଲା ୨୩ଟି ଇ-ରିକ୍ସା, ବାଲେଶ୍ୱର ଜିଲ୍ଲା ୨୮ଟି ଇ-ରିକ୍ସା, ବରଗଡ଼ ଜିଲ୍ଲା ୧୭ଟି ଇ-ରିକ୍ସା, ବୌଦ୍ଧ ୬ଟି ଇ-ରିକ୍ସା, ଭଦ୍ରକ ୧୭ଟି ଇ-ରିକ୍ସା, କଟକ ୩୬ଟି ଇ-ରିକ୍ସା, ଦେବଗଡ଼ ୪ଟି ଇ-ରିକ୍ସା, ଢେଙ୍କାନାଳ ୧୫ଟି ଇ-ରିକ୍ସା, ଗଜପତି ୭ଟି ଇ-ରିକ୍ସା, ଗଞ୍ଜାମ ଜିଲ୍ଲା ୩୯ଟି ଇ-ରିକ୍ସା, ଜଗତସିଂହପୁର ୧୪ଟି ଇ-ରିକ୍ସା, ଯାଜପୁର ଜିଲ୍ଲା ୨୨ଟି ଇ-ରିକ୍ସା, ଝାରସୁଗୁଡ଼ା ୧୮ଟି ଇ-ରିକ୍ସା, କଳାହାଣ୍ଡି ୧୮ଟି ଇ-ରିକ୍ସା, ଖୋର୍ଦ୍ଧା ୨୬ଟି ଇ-ରିକ୍ସା, କୋରାପୁଟ ୧୪ଟି ଇ-ରିକ୍ସା, ମାଲକାନଗିରି ୭ଟି ଇ-ରିକ୍ସା, ମୟୂରଭଞ୍ଜ ୨୭ଟି ଇ-ରିକ୍ସା, ନବରଙ୍ଗପୁର ୧୩ଟି ଇ-ରିକ୍ସା, ନୟାଗଡ଼ ୧୩ଟି ଇ-ରିକ୍ସା, ନୂଆପଡ଼ା ୮ଟି ଇ-ରିକ୍ସା, ପୁରୀ ୨୧ଟି ଇ-ରିକ୍ସା, ରାୟଗଡ଼ା ୧୧ଟି ଇ-ରିକ୍ସା, ସମ୍ବଲପୁର ୧୫ଟି ଇ-ରିକ୍ସା, ସୁବର୍ଣ୍ଣପୁର ୮ଟି ଇ-ରିକ୍ସା ଓ ସୁନ୍ଦରଗଡ଼ ୨୨ଟି ଇ-ରିକ୍ସା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଇ-ରିକ୍ସା ବଣ୍ଟନ ବ୍ୟତୀତ ୫ଟି କୃତ୍ରିମ ଅଙ୍ଗ (ପ୍ରୋସ୍ଥେସିସ୍ ଫିଟିଂ), ୩୦ଟି ଶ୍ରବଣ ଯନ୍ତ୍ର, ୫ଟି ମୋବିଲିଟି ବେତ, ବରିଷ୍ଠ ନାଗରିକମାନଙ୍କୁ ୨୫ଟି ସହାୟକ ଉପକରଣ, ୧୫୦ଟି ୟୁଡିଆଇଡି ସାର୍ଟିଫିକେଟ୍, ୬ଟି ପିଡବ୍ଲ୍ୟୁଡି ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ, ୫୦ଟି ବାଣୀଶ୍ରୀ ବୃତ୍ତି ପ୍ରଦାନ, ୧୦୦ଟି ଏମ୍ବିପିୱାଇ ବଣ୍ଟନ, ୩ଟି ଟେଲରିଂ ମେସିନ୍, ୬ଟି ବସ୍ ପାସ୍, ୧ଟି ଲାପଟପ୍, ୨ଟି ମୋଟରଚାଳିତ ଟ୍ରାଇସାଇକେଲ୍ ଏବଂ ବିଭିନ୍ନ ପ୍ରକାର ଉପକରଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ପ୍ରକାଶ ଥାଉ କି ସମ୍ବଲପୁର ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ କ୍ଷେତ୍ର ରେ ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରି ଭିନ୍ନକ୍ଷମ ମାନଙ୍କୁ ନୂଆନୂଆ ଯୋଜନାରେ ଅନ୍ତର୍ଭୁକ୍ତ କରିବାରେ ଉଦାହରଣ ସୃଷ୍ଟି କରିଛି।