September 21, 2024

◼️🔹▪️ଜୋନାଲସ୍ତରୀୟ ସର୍ଗିଫୁଲ ଉଦଯାପିତ▪️🔹◼️

Share

ଉଦ୍ ଯାପିତ ହୋଇଯାଇଛି ଜୋନାଲସ୍ତରୀୟ ସର୍ଗିଫୁଲ୍ ମହୋତ୍ସବ ।ଗଜପତି ଜିଲ୍ଲା ରାୟଗଡ ଉଚ୍ଚତର ମାଧ୍ୟମିକ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ପିଲାମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ, କୋମଳମତି ଶିଶୁ ମାନେ ସର୍ଗିଫୁଲ ମାଧ୍ୟମରେ ନିଜର ଦକ୍ଷତା ପ୍ରଦର୍ଶନ କରୁଛନ୍ତି ଏବଂ ଆଗକୁ ବଢିବାର ସୁଯୋଗ ପାଉଛନ୍ତି । ଆହୁରି କହିଥିଲେ ଏହି ବିଦ୍ୟାଳୟ ଜିଲ୍ଲାର ଏକ ମଡେଲ ବିଦ୍ୟାଳୟ, ସେଥିପାଇଁ ପ୍ରଧାନ ଶିକ୍ଷକଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଓ୍ବାର ତିରୁପତି ରାଓ କହିଥିଲେ ଗଜପତି ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀମାନେ ଆଇ ଏ ଏସ୍, ଓ ଏସ୍ ସହିତ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ଜିଲ୍ଲାର ମାନ ଶୀର୍ଷକୁ ନେଇ ପାରିଛନ୍ତି। ମୂଖ୍ୟ ଅତିଥି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମାଝୀ ମହୋଦୟ କହିଥିଲେ, ଏହା ଏକ ବିଦ୍ୟାଳୟ ନୁହେଁ ଏକ ଗୁରୁକୁଳ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କୁ ଶିକ୍ଷାଦାନ କରିବା ପାଇଁ ଏହି ଭଳି ଏକ ଅନୁଷ୍ଠାନକୁ ଆତ୍ମ ବିଭୋର ହୋଇଥିଲେ । ସର୍ଗିଫୁଲ ମାଧ୍ୟମରେ ସରକାରଙ୍କ ଯେଉଁ ପ୍ରୟାସ ଏବଂ କୁନିକୁନି ପ୍ରତିଭା ମାନେ କାୟ ମନ ବାକ୍ଯରେ ଧ୍ୟେୟ ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ । ମୂଖ୍ୟବକ୍ତା ଗଜପତି ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ୍ ଆନନ୍ଦ କହିଥିଲେ ମୁଁ ଏହି ଭଳି ଏକ ପ୍ରୋଗ୍ରାମ୍ କୁ ଦେଖି ଭାବବିହ୍ବଳ ହୋଇଗଲି । ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ କହିଥିଲେ ଆମ ଭିତରେ ଥିବା ପ୍ରତିଭାକୁ ଚତୁର୍ଦ୍ଦିଗ ମହକାନ୍ତୁ । ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ କହିଥିଲେ ପନ୍ଦରଟି ଜିଲ୍ଲାରୁ ଆସିଥିବା ପିଲାମାନଙ୍କ ପାଇଁ ଏ ଜିଲ୍ଲା ଗର୍ବିତ । ଆମେ ଟିମ୍ ଗଜପତି ଭାବରେ କାର୍ଯ୍ୟ କରିବା । ଗଜପତି ଜିଲ୍ଲା ଶୀର୍ଷକୁ ନେବା ପାଇଁ ଏହି କୁନି କୁନି ସର୍ଗିଫୁଲ ଙ୍କ ଭୂମିକା ରହିବା ଦରକାର । ସର୍ଗିଫୁଲର ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କ୍ରମରେ ଦଳଗତ ନୃତ୍ୟ ଭାବରେ ନୂଆପଡା ଜିଲ୍ଲାର କୁନିକୁନି ଛାତ୍ର ଛାତ୍ରୀ, ବିଜ୍ଞାନ ପ୍ରଦର୍ଶନୀର ପ୍ରଥମ ସ୍ଥାନ ଅଧିକାର କରିଥିଲେ ନବରଙ୍ଗପୁର ଜିଲ୍ଲା । ସେହିପରି ବାଳକ
ଭଲିବଲ ପ୍ରତିଯୋଗିତାରେ ରାୟଗଡ ଜିଲ୍ଲା ପ୍ରଥମ ହୋଇଥିଲେ । ଜିଲ୍ଲାପାଳ ମହୋଦୟ ମୂଖ୍ୟ ଅତିଥିଙ୍କୁ ଗଜପତି ଜିଲ୍ଲାର ସ୍ମାରକ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଏଟିଏଲସିର ଉପ ନିର୍ଦ୍ଦେଶକ ଏବଂ କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ମଞ୍ଚରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳତା ଆଣିଦେଇଥିଲେ ଜିଲ୍ଲା ମଙ୍ଗଳ ଅଧିକାରିଣୀ ସୁଶ୍ରୀ ମମତା ରାଣୀ ପରିଡା । ଶେଷରେ ପ୍ରକଳ୍ପ ପ୍ରଶାସକ ଶ୍ରୀ ଯୁକ୍ତ ଫାଲଗୁନୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।