ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ମୋହନା—ଗଜପତି ଜିଲ୍ଲା ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ସଂଘ ସଭାପତି ପଞ୍ଚାନନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଜାତୀୟ ପ୍ରେସ ଦିବସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ମହତ୍ତ୍ଵ ଉପରେ କହିବା ସହ ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ଓ ସାମ୍ୱାଦିକତାର କର୍ତ୍ତବ୍ୟ ଓ ଦାୟିତ୍ଵବୋଧ ଉପରେ ଆଲୋକପାତ କରିଥିଲେ l ସାମ୍ବାଦିକତା ଏକ ସମାଜସେବାର ମୁଖ୍ୟ ମାଧ୍ୟମ ହୋଇଥିବା ବେଳେ ଏହାକୁ ସାକାରାତ୍ମକ ଦୃଷ୍ଟିକୋଣରେ ନିର୍ଭିକ ଭାବେ କାର୍ଯ୍ୟକଲେ ସମାଜର ଉନ୍ନତି ହୋଇପାରିବ ବୋଲି ମୂଖ୍ୟ ଅତିଥି ଶ୍ରୀ ବିଷୋୟୀ କହିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ଆଇନ ପରାମର୍ଶ ଦାତl ଦୁର୍ଯ୍ୟୋଧନ କରଡା ଆଜିର ଭଳି ଦିନରେ ସମସ୍ତ ସାମ୍ୱାଦିକ ଏକ ହେବାର ଆବଶ୍ୟକତା ରହିଛି l ସାମ୍ୱାଦିକ ମାନେ ସମାଜର ତୃଣମୂଳ ସ୍ତରକୁ ଯାଇ ଖବର ସଂଗ୍ରହ କଲେ ଲୋକଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚି ପାରିବ ଏବଂ ତୁରନ୍ତ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଥିବା ବେଳେ ଉପଦେଷ୍ଟା ଲକ୍ଷ୍ମଣ ଚୌଧୁରୀ ଏଭଳି କାର୍ଯକ୍ରମ ଆୟୋଜନ ହୋଇଥିବାରୁ ଖୁସି ବ୍ୟକ୍ତ କରିବା ସହ ସମସ୍ତ ସାମ୍ୱାଦିକ ଏକ ହୋଇ ସାମ୍ବାଦିକ ମାନଙ୍କ ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ଆହ୍ଵାନ ଦେଇଥିଲେ l କାର୍ଯ୍ୟକ୍ରମକୁ ସଂପାଦକ ସୁମନ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ବାବୁଲା ସେଠୀ ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ସାମ୍ବାଦିକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସହସମ୍ପାଦକ ଅଂଶୁମାନ ପଣ୍ଡା, ବରିଷ୍ଠ ସଦସ୍ୟ ବାଦଲ ବେହେରା, ସାମ୍ବାଦିକ ପ୍ରମୋଦ ଦୋରା, ମୋଜେଶ ରଇତ ଓ ବର୍ଷାରାଣୀ ମହlଙ୍କୁଡ ପ୍ରମୁଖ ଯୋଗଦେଇଥିଲେ।