July 6, 2024

ମୋହନl ରେ ଜାତୀୟ ପ୍ରେସ ଦିବସ ପାଳିତ

Share

ମୋହନl ରେ ଜାତୀୟ ପ୍ରେସ ଦିବସ ପାଳିତ
ମୋହନା,୧୬/୧୧(ଆପ୍ର) ଗଜପତି ଜିଲ୍ଲା ମୋହନା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ବ୍ଲକ ସମ୍ମିଳନୀ କକ୍ଷରେ ପ୍ରେସ କ୍ଲବ ସଭାପତି ଲକ୍ଷ୍ମଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ହଳଧର ଶବର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ତହସିଲଦାର ହରିଶ୍ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଏବିଡିଓ ରମାକାନ୍ତ ଚୌଧୁରୀ, ଶିକ୍ଷାବିତ ମଧୁସୁଦନ ପାଢୀ, ମୋହନା ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ କର, ଖଣି ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଖିଳନାଥ ସାବତ, ପ୍ରମୁଖ ଯୋଗଦେଇଥିଲେ l ଦେଶର ତଥା ଗ୍ରାମାଞ୍ଚଳର ବିକାଶ ରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପର୍ଣ୍ଣ l ସାମ୍ୱାଦିକ ମାନେ ସତ୍ୟର ଅନୁସନ୍ଧାନ କରି ଖବର ପ୍ରସାରଣ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମରେ ମୋହନା ଉନ୍ନୟନ ପରିଷଦ ସଭାପତି ଦଣ୍ଡlସି ସାହୁ, ସରପଞ୍ଚ ସୁନୀତା ମଲିକ, ସମିତି ସଭ୍ୟ ବାଳକୃଷ୍ଣ ମଲିକ, ମୋହନା ଥାନା ସବ ଇନ୍ସପେକ୍ଟର ବିଏନ ରେଡ୍ଡୀ, ବରିଷ୍ଠ ଶିକ୍ଷାବିତ ମାର୍ଶଲ ନାୟକ, ପ୍ରଶାନ୍ତ ବିର, ଓକିଲ ସଂଘ ସଭାପତି ରବିନ୍ଦ୍ର ନାୟକ, ଅବସରପ୍ରାପ୍ତ ବନପାଳ ତ୍ରିନାଥ ବିଶୋୟୀରତ୍ନ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଶରତ ମଲିକ, ଏମକେସିଜି ଯୁବକ ସଂଘ ସଂପାଦକ ଜିତେନ୍ଦ୍ର ବେହେରା, ଅଧ୍ୟାପକ ଡ. ଅନ୍ତର୍ଯ୍ୟାମୀ ଗୌଡ଼, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟl ଆରତୀ ପାଢ଼ୀ ଓ ସମାଜସେବୀ ସିରିଏଲ୍ ନାୟକ ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ ମୋହନା ସାମ୍ୱାଦିକ ସଂଘର ସମସ୍ତ ସଦସ୍ୟ ପରିଚlଳନl କରିଥିଲେ l

You may have missed