July 6, 2024

ପଥର କୂଅରୁ ୮ ଫୁଟିଆ ଅହିରାଜ ସାପ ଉଦ୍ଧାର

Share

ପଥର କୂଅରୁ ୮ ଫୁଟିଆ ଅହିରାଜ ସାପ ଉଦ୍ଧାର
ବୁଗୁଡ଼ା : ତା ୧୬/୧୧/୨୩ : ବୁଗୁଡ଼ା ବ୍ଲକ ଭାମଶ୍ୟାଳି ପଞ୍ଚାୟତ ଅନ୍ତର୍ଗତ ଚଢିଆପଲ୍ଲୀ ଗ୍ରାମର କୈଳାସ ଚନ୍ଦ୍ର ରଥଙ୍କ ଘରୁ ଆଠ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଥିବା ଜଣାଯାଇଛି । ପ୍ରକାଶ ଯେ , ଆଜି ଅପରାହ୍ନରେ କୈଳାସଙ୍କ ବାରିପଟ ପଥର କୂଅରେ ଏହି ଅହିରାଜ ସାପଟି ରହିଥିବା ତାଙ୍କର ଘର ଲୋକେ ଦେଖିବାକୁ ପାଇଲେ । ସାପଟି କାଳେ କୁଅରୁ ବାହାରି ଘରେ ପଶିଯିବ ଭାବି ସେମାନେ ଭୟଭୀତ ହୋଇ ପଡିଲେ । ଏ ନେଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ଯ ହରିଶ୍ ପାଢୀଙ୍କୁ ଖବର ଦିଆଯିବା ପରେ ସେ ଘଟଣା ସ୍ଥଳରେ ପହଞ୍ଚି କୌଶଳରେ ସାପଟିକୁ କାବୁ କରି କୁଅ ଭିତରୁ ଉଦ୍ଧାର କରିଥିଲେ । ସେହି ୮ ଫୁଟିଆ ଅହିରାଜ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛଡାଯାଇଥିବା ଜଣାଯାଇଛି ।

You may have missed