July 6, 2024

ବୁଗୁଡ଼ା ମିଡିଆ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ 

Share

ବୁଗୁଡ଼ା ମିଡିଆ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ 

ବୁଗୁଡ଼ା : ତା ୧୬/୧୧/୨୩ : ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ମିଡିଆ କ୍ଲବ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ମିଡିଆ କ୍ଲବ ଉପଦେଷ୍ଟା କାଳୀ ଚରଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅନିଲ ପଟ୍ଟନାୟକ, ମିଡ଼ିଆ କ୍ଲବ ସମ୍ପାଦକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ , କୋଷାଧକ୍ଷ ବିଶ୍ବମୋହନ ମିଶ୍ର , ସଦସ୍ୟ ଅଭୟ ପ୍ରସାଦ ପାଣିଗ୍ରାହୀ ଓ ଏସ୍.ଶିବ ପ୍ରସାଦ ଦୋରା , ସାମ୍ବାଦିକ ପ୍ରକାଶ ମହାରଥା ଓ ପୂର୍ଣ୍ଣଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ପ୍ରେସ୍ ଦିବସ ପାଳନର ତାତ୍ପର୍ଯ୍ୟ , ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତି ଓ ଗତି , ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଆଦି ବିଷୟ ସମ୍ପର୍କେ ସାମ୍ବାଦିକମାନେ ସ୍ବ ସ୍ବ ମତବ୍ଯକ୍ତ କରିଥିଲେ । ପରିଶେଷରେ କ୍ଲବ୍ ସହ-ସମ୍ପାଦକ ହର ପ୍ରସାଦ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed