July 6, 2024

ଗଜପତି:- ଭାଜପା:(ବିଜେପି) ପକ୍ଷରୁ ଜନ ଆକ୍ରୋଶ ଗୁମ୍ମା ବ୍ଲକ ଘେରାଉ ।

Share

 

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବିଜେପି ମଣ୍ଡଳ ପକ୍ଷରୁ ଗୁମ୍ମା ଠାରେ ଓଡ଼ିଶାରେ ଚାଲିଥିବା ଦୁର୍ନୀତି ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ଜନ ଆକ୍ରୋଶ ବ୍ଲକ୍ କାର୍ଯ୍ୟାଳୟ ଘେରାଉ ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସର’ରେ ଗୁମ୍ମା ବ୍ଲକ ବିଜେପି: ମଣ୍ଡଳ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ବିଶୋଇ’ଙ୍କ ନେତୃତ୍ୱ’ରେ ସ୍ଥାନୀୟ ହାଟପଦା ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରା’ରେ ବାହାରି ରାଜ୍ୟ ସରକାର’ଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ସ୍ଲୋଗାନ ଦେଇ ବ୍ଲକ୍ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ଓ ଗଣଧାରଣା ଦେଇଥିଲେ ।

ସେଠାରେ ଗୁମ୍ମାବ୍ଲକ୍ ମଣ୍ଡଳ ସଭାପତି ଶ୍ରୀ ବିଶୋଇ’ଙ୍କ ସଭାପତିତ୍ବ’ରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ କେ: ନାରାୟଣ ରାଓ ଯୋଗଦେଇ ଓଡ଼ିଶା ରାଜ୍ୟ ସରକାରଙ୍କ ସବୁ ବିଭାଗ ଓ ସବୁ ସ୍ତରରେ ଦୁର୍ନୀତି ଓ ପିସି କାରବାର ବଢ଼ିଚାଲିଛି । ପାଇଖାନା ,ବିଦ୍ୟୁତ୍ ସଂଯୋଗ , ପିଏମ୍ ଆବାସ ଘର , ରାସନ୍ କାର୍ଡ , ଯେଉଁଥିରେ ହେଲେ ମଧ୍ୟ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଗଲାଣି ।

ପଞ୍ଚାୟତ ଉନ୍ନତିକରଣ ପାଇଁ ଯେଉଁ ୫୦ ଲକ୍ଷ ଟଙ୍କା ଦିଆଯାଇଛି , ତାର ଖର୍ଚ୍ଚ ପାଇଁ କୌଣସି ଗ୍ରାମସଭା କି ପଲ୍ଲୀସଭା ମାଧ୍ୟମରେ ହେଉନି , ସରକାରୀ ଆଫିସର’ଙ୍କ ଦ୍ଵାରା ଟଙ୍କା ହରିଲୁଟ କରିନେବା ପ୍ରୟାସ ଚାଲିଛି ।

ଓଡ଼ିଶାରେ କେବଳ ହରିଶ୍ଚନ୍ଦ୍ର ଯୋଜନା ଛାଡ଼ିଦେଲେ , ବାକି ଯେତେ ଯୋଜନା ସବୁ କେନ୍ଦ୍ର ସରକାରଙ୍କ ଯୋଜନା ଆସୁଛି । ହେଲେ ଓଡ଼ିଶା’କୁ ଆସୁଥିବା କେନ୍ଦ୍ରୀୟ ଯୋଜନା ନାମ ପରିବର୍ତ୍ତନ କରାଯାଇ ତାହା ରାଜ୍ୟ ଯୋଜନାରେ ନାମ ପରିବର୍ତ୍ତନ କରି ଯୋଜନା ନିଜ ନାମରେ ପ୍ରସ୍ତୁତ କରାଯାଇ ଲୋକଙ୍କୁ ଭୋଟ ଲାଳସାରେ ଭୁଆଁ ବୁଲାଜାଉଛି ବୋଲି ଅଭିଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମ’ରେ ବହୁ ସଂଖ୍ୟାରେ ବିଜେପି ର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ନେତା ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

———————————————

You may have missed