October 5, 2024

ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଉତ୍ସବ ଅନୁଷ୍ଠିତ

Share

ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଉତ୍ସବ ଅନୁଷ୍ଠିତ

 

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସଦର ନିକଟରେ ଥିବା ମିନି ଷ୍ଟାଡିୟମରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଜନଜାତି କ୍ରୀଡା ଉତ୍ସବ ପାଳିତ ହୋଇ ଯାଇଛି । ପ୍ରଥମେ ମୁଖ୍ୟ ଅତିଥି ଅନୁସୂଚିତ ଜାତି ଓ ଜନଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ରଙ୍କ ଦ୍ଵାରା ପ୍ରସ୍ତୁତି ହୋଇଥିବା ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରି କ୍ରୀଡା ମଶାଲର ଶୁଭ ଉଦଘାଟନ କରିଥିଲେ ମନ୍ତ୍ରୀ ଶ୍ରୀ ସାରକା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ସ୍ବତନ୍ତ ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ରାମନାଗୁଡା ପଂଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ସୁରେଶ ଗମାଙ୍ଗ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିବା ବେଳେ କ୍ରୀଡା ଉତ୍ସବ ମାନ୍ୟବର ମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା ।ଏଥିରେ ରାମନାଗୁଡା ବ୍ଲକ ଅନ୍ତର୍ଗତ ୧୧ ଟି ପଂଚାୟତ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରଜନଜାତି ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ସମେତ ସ୍ଥାନୀୟ ଯୁବକ ମାନେ ଯୋଗ ଦେଇ ଖୋଖୋ, ଭଳିବଲ, କ୍ରିକେଟ, ବ୍ୟାଡମିଣ୍ଟନ ଖେଳ ରେ ଭାଗ ନେଇଥିଲେ।ଏହି କ୍ରୀଡା ଉତ୍ସବ ରେ ୧୪ ବର୍ଷରୁ ୩୫ ବର୍ଷ ମଧ୍ୟରେ ଛାତ୍ର ଛାତ୍ରୀ ଏବଂ ଯୁବକ ମାନେ ଭାଗ ନେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ୪୦୦ ଜଣ ପଞ୍ଜିକରଣ କରିଥିଲେ, ଏଥିରେ ସେମାନଙ୍କ ମଧ୍ୟରୁ କ୍ରିକେଟ ରେ ଉକାମ୍ବା ପଂଚାୟତ ବିଜୟୀ ହୋଇଥିବା ବେଳେ ପରାଜୟ ବରଣ କରିଥିଲେ ନିଲାମଗୁଡାପଂଚାୟତ ସେହିପରି ଭଳିବଲରେ ଉକାମ୍ବା ପଞ୍ଚାୟତ ବିଜୟୀ ହୋଇଥିବା ବେଳେ ପରାଜିତ ହେବାକୁ ପଡିଥିଲା ଗୁଲୁଣ୍ଠି ପଞ୍ଚାୟତକୁ, ସେହିପରି ଖୋଖୋ ଖେଳ ରେ କୁଜେନ୍ଦ୍ରୀ ହାଇସ୍କୁଲ ବିଜୟୀ ହୋଇଥିବା ବେଳେ ପରାଜିତ ଦ୍ରୌପଦୀ ବିଦ୍ୟାପୀଠ ପରାଜିତ ହୋଇଥିଲେ।ବ୍ୟାଡମିଣ୍ଟନ ରେ ରାମନାଗୁଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ବିଜୟୀ ହୋଇଥିବା ବେଳେ ସୁଲୁଡି ହାଇସ୍କୁଲ କୁ ପରାଜୟ ର ସ୍ୱାଦ ଚାଖିବାକୁ ପଡିଥିଲା ।ସେହିପରି ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ସମ୍ମାନିତ ଅତିଥି ରୂପେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ରାମରାଓ ପାଲାକା, ବ୍ଲକ ଉପାଧକ୍ଷା ଜାନକୀ ନିମାଲା, ସାଂସଦ ପ୍ରତିନିଧି ଗାର୍ଜନା ପ୍ରସାଦ ରାଓ ,ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବାସୁଦେବ ତ୍ରିପାଠୀ,ସମସ୍ତ ସମିତି ସଭ୍ୟ, ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର କ୍ରୀଡା ରେ ବିଜୟୀ ହୋଇଥିବା ଛାତ୍ର ଛାତ୍ରୀ ଏବଂ ଯୁବକ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ, ଏହି ସମସ୍ତ କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବାସୁଦେବ ତ୍ରିପାଠୀ, ଯୋଗାଣ ନିରୀକ୍ଷକ ସିପ୍ରା ସାମଲ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସହ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରସମସ୍ତ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ ।

ରିପୋର୍ଟ ସଞ୍ଜିବ କୁମାର ଦାଶ