October 5, 2024

ଗଜପତି:- ଜିଲ୍ଲାସ୍ତରୀୟ ଜାତୀୟ ନବଜାତ ଶିଶୁ ସପ୍ତାହ ଏବଂ ବିଶ୍ଵ ନିମୋନିଆ ଦିବସ ପାଳିତ ।

Share

ଗଜପତି:- ଜିଲ୍ଲାସ୍ତରୀୟ ଜାତୀୟ ନବଜାତ ଶିଶୁ ସପ୍ତାହ ଏବଂ ବିଶ୍ଵ ନିମୋନିଆ ଦିବସ ପାଳିତ ।
———————————————-
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର’ରେ ଥିବା ପ୍ରସୂତି-କାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷ’ରୁ ଜିଲ୍ଲାସ୍ତରୀୟ ଜାତୀୟ ନବଜାତ ଶିଶୁ ସପ୍ତାହ ଏବଂ ବିଶ୍ଵ ନିମୋନିଆ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଏହି କାର୍ଯ୍ୟକ୍ରମ’ରେ ଅଧ୍ୟକ୍ଷତା କରି ନବଜାତ ଶିଶୁ ଏବଂ ନିମୋନିଆ ରୋଗ’ର ବିଭିନ୍ନ ଦିଗ ଉପରେ କହି ନିମୋନିଆ କଣ , ଏହାର ସଂକ୍ରମଣତା , ଏହାର ଲକ୍ଷଣ ଓ କିଭଳି ଚିହ୍ନିବେ ଏବଂ ନିମୋନିଆ’ରୁ ରକ୍ଷା ପାଇବା ପାଇଁ ଉପାୟ ପ୍ରଭୃତି କହି ରୋଗ ଲକ୍ଷଣ ଦେଖା ଦେଲେ ଘରୋଇ ଚିକିତ୍ସାରେ ସମୟ ନଷ୍ଟ ନ କରି ତୁରନ୍ତ ସ୍ବାସ୍ଥ୍ୟକର୍ମୀ ପାଖକୁ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ର’କୁ ଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଏଡିପିଏଚଓ: ଡ଼ାଃ ମହେନ୍ଦ୍ର ଭୂୟାଁ , ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିପିଏମ: ସୌମ୍ୟାରାଣୀ ଗୌଡ଼ , ଶିଶୁ ରୋଗ ବିଶେଷଜ୍ଞ ଡ଼ାଃ ପ୍ରଶାନ୍ତ ପାଢ଼ୀ , ଡିଏମଆରସିଏଚ: ଶ୍ରୀମତୀ ପ୍ରଣତି ସାହୁ ପ୍ରମୁଖ ମଞ୍ଚାସିନ ରହି ନିମୋନିଆ ରୋଗ ଓ ନବଜାତ ଶିଶୁ’ର ଯତ୍ନ ଉପରେ ବିଭିନ୍ନ ଉପାଦେୟ ତଥ୍ୟ ଉପରେ କହି ପ୍ରସୂତି ମା ମାନେ ସଚେତନ ହେଲେ ଏଭଳି ରୋଗରୁ ଶିଶୁ ଯତ୍ନ କରିହେବ ବୋଲି କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭ’ରେ ସିଡିଏମଓ: କାର୍ଯ୍ୟାଳୟ’ର ଜିଲ୍ଲା ପରିସଂଖ୍ୟାନ ନିରୀକ୍ଷକ ଶ୍ରୀ ନେତ୍ରାନନ୍ଦ ଶତପଥୀ ପ୍ରାରମ୍ଭିକ ସୂଚନା ପ୍ରଦାନ କାରୀ କାର୍ଯ୍ୟକ୍ରମ ପାଳନ’ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ଏବଂ ଏଡିପିଏଚସିଓ: ଶ୍ରୀମତୀ ନୟନା ମଲ୍ଲିକ , ମା ଓ ଶିଶୁ ସଂଯୋଜକ ସିପ୍ରା ବଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମ୍ୟାନେଜର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ’କୁ ପରିଚାଳନା ଓ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମ’ରେ ବହୁ ସଂଖ୍ୟାରେ ଗର୍ଭବତୀ ଓ ପ୍ରସୂତି ମା , ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ , ମହିଳା ସ୍ବାସ୍ଥ୍ୟକର୍ମୀ ଏବଂ ଏଏନଏମ: ତାଲିମ ଛାତ୍ରୀ ମାନେ ଯୋଗ ଦେଇଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
————————————————-