September 30, 2024

ପ୍ରକଳ୍ପ ତାଲିକାରେ ସଂଶୋଧନ ପାଇଁ ବ୍ଲକ୍ ଉପାଧ୍ୟକ୍ଷଙ୍କ ଦାବି

Share

ପ୍ରକଳ୍ପ ତାଲିକାରେ ସଂଶୋଧନ ପାଇଁ ବ୍ଲକ୍ ଉପାଧ୍ୟକ୍ଷଙ୍କ ଦାବି

ହାଟଡିହି ବ୍ଲକ୍ ବଞ୍ଚୋ ଗ୍ରାମ ପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ନୂତନ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ଆଂଶିକ ପରିବର୍ତ୍ତନ ପାଇଁ ନାଟତିନି ବ୍ଲକ୍ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ଭେଟି ଆଲୋଚନା କରିବା ସହ ଦାବିପତ୍ର ଦେଉଛନ୍ତି! ତାଳିକାର ୮୧ ନମ୍ବରରେ ଥିବା ଗାଁ ମୁଣ୍ଡରେ ଗୋଷ୍ଠୀନେନ୍ଦ୍ର ନିର୍ମାଣ ପ୍ରସ୍ତାବକୁ ପରିବର୍ତ୍ତନ କରି ବକ୍ଷକ ବିଶ୍ରାମାରୀର ତଥା ଟେଷ୍ଟ କେନ୍ଦ୍ର ନାମରେ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଏହି ଛଳରେ ଯାତ୍ରୀ ବିଶ୍ରାମାଗର ନଥିବାରୁ ଲୋକେ ଅସୁବିଧାର ସେହିପରି ୮୫ ନମ୍ବରରେ ଥିବା ପ୍ରକଳ୍ପର ନାମ ଆର୍‌ଆଇ ଅଫିସ୍ ନିକଟ ଗୋଷ୍ଠୀଜେନ୍ଦ୍ରକୁ ପରିବର୍ତନ କରି ମା’ ବରାହୀ ମନ୍ଦିର ଗୋଷ୍ଠୀକେନ୍ଦ୍ର ନାମରେ ନାମିତ କରିବାକୁ ଶ୍ରୀ ରାଉତ ଦାବି କରିଛନ୍ତି। ୮୬ ନମ୍ବରରେ ଥିବା କୁଣ୍ଡିଆଡ଼ିକୁ ପରିବର୍ତ୍ତନ କରି ବଟେଶ୍ବର ମହେଶଙ୍କ ବିଜେସ୍ଥଳରେ ଥିବା ତାଙ୍କ ରେକର୍ଡଭୁକ୍ତ ଜାଗାରେ ଶ୍ରୀ ବଟେଶ୍ଵରର ମହେଶ ଗୋଷ୍ଠୀ କେନ୍ଦ୍ର କରିବାକୁ ପ୍ରସ୍ତାବ ଦିଆଯାଇଛି । ଉପାଧ୍ୟକ୍ଷଙ୍କ ଦାବିକୁ ଗ୍ରହଣ କରି ଆନନ୍ଦପୁର ଉପଜିଲ୍ଲାପାଳ ଏହି ତାଲିକାରେ ସଂଶୋଧନ ପାଇଁ ହାଟହି ବିଡିଓଙ୍କୁ ଅବଗତ କରିଛନ୍ତି ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ)