September 30, 2024

ଗୁଡ଼ିକିଆ ଗ୍ରାମ୍ୟ ପର୍ବ ଅତି ଆଡ଼ମ୍ବର ସହକାରେ ପାଳିତ ନୂତନ କର୍ମକର୍ତ୍ତା ଙ୍କ ଦାଇତ୍ୱ ଗ୍ରହଣ

Share

ଗୁଡ଼ିକିଆ ଗ୍ରାମ୍ୟ ପର୍ବ ଅତି ଆଡ଼ମ୍ବର ସହକାରେ ପାଳିତ
ନୂତନ କର୍ମକର୍ତ୍ତା ଙ୍କ ଦାଇତ୍ୱ ଗ୍ରହଣ
ବ୍ରାହ୍ମଣୀଗାଁ ତା:୧୬/୧୦ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର କାଟିଙ୍ଗିଆ ଧର୍ମାଞ୍ଚଳ ର ଗୁଡ଼ିକିଆ ଗ୍ରାମ୍ୟ ପର୍ବ କୁ ସାଧ୍ୱୀ ତେରେସା ଆବିଲା ଙ୍କ ପର୍ବ ଭାବେ ରବିବାର ଦିନ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ଏହି ଅବସରରେ ଧର୍ମାଞ୍ଚଳ ର ମୂଖ୍ୟ ଯାଜକ ସନ୍ତୋଷ ସିଂ ଙ୍କ ତତ୍ତ୍ଵାବଧାନରେ ଏକ ମିଳିତ ଦିବ୍ୟ ଯଜ୍ଞ ର ଆୟୋଜନ କରାଯାଇଥିଲା ଏଥିରେ ମୂଖ୍ୟ ଅତିଥି ଭାବେ କଟକ ଭୁବନେଶ୍ୱର ଧର୍ମ ପ୍ରଦେଶ ର ଭିକାର ଜେନେରାଲ ଯାଜକ ପ୍ରଦସ ଚନ୍ଦ୍ର ନାୟକ ଯୋଗ ଦେଇ ମୂଖ୍ୟ ପୌରହିତ୍ୟ କରିବା ସହ ବାଇବଲ ରୁ ପ୍ରଭୁଙ୍କ ବାକ୍ୟ ପରିବେଷଣ କରିଥିଲେ। ପ୍ରଚାରକ ମନୋଜ ନାୟକ, ରଞ୍ଜନ ନାୟକ ପ୍ରାର୍ଥନା ପରିଚାଳନା କରିଥିଲେ। ଏହି ଅବସରରେ ମଣ୍ଡଳୀ ପରିଚାଳନା କରିବା ନିମନ୍ତେ ନୂତନ କର୍ମକର୍ତ୍ତା ମାନେ ଦାୟିତ୍ଵ ଗ୍ରହଣ କରିଛନ୍ତି,ସେମାନଙ୍କୁ ମଣ୍ଡଳୀ ସମ୍ମୁଖରେ ଉପଢ଼ୌକନ ଦେଇ ସମ୍ମାନିତ କରା ଯିବା ସହ ସେମାନଙ୍କ ନିମନ୍ତେ ସାମୁହିକ ପ୍ରାର୍ଥନା କରାଯାଇଥିଲା । ନୂତନ କମିଟି ଙ୍କ କର୍ମକର୍ତ୍ତା ମଧ୍ୟରେ ସଭାପତି ବିଭୂତି ଭୂଷଣ ନାୟକ, ସମ୍ପାଦକ ରବୀନ୍ଦ୍ର ରଣ ସିଂ, ଅଧିକାରୀ ଭାବେ ମହାଦେବ ନାୟକ, ସଞ୍ଜୀବ ରଣ ସିଂ, ସିଦ୍ଧାର୍ଥ ବଳିଆର ସିଂ, ଦୀପ୍ତି ସଭା ସୁନ୍ଦର, ସଞ୍ଜୟ ନାୟକ। ଗ୍ରାମବାସୀ ଓ କର୍ମକର୍ତ୍ତା ମାନେ ପ୍ରଥମେ ସମସ୍ତ ଅତିଥି ଯାଜକ ମାନଙ୍କୁ ଗାଁ ମୁଣ୍ଡରୁ ସ୍ଥାନୀୟ ଚର୍ଚ୍ଚ ପର୍ଯ୍ୟନ୍ତ ନାଚ ଗୀତ ଜରୀଆରେ ପାଛୋଟି ନେଇଥିଲେ, ସେଠାରେ ଗ୍ରାମ୍ୟ ପରିଚାଳନା କମିଟି ର ସଭାପତି ବିଭୂତି ଭୂଷଣ ନାୟକ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଥିବା ବେଳେ ଧାର୍ମଞ୍ଚଳ ର ମୂଖ୍ୟ ଯାଜକ ସନ୍ତୋଷ ସିଂ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଗ୍ରାମ୍ୟ ପର୍ବ ପାଳନ ର ସମସ୍ତ ଆୟୋଜନ ଗ୍ରାମ୍ୟ ସଭାପତି ବିଭୂତି ଭୂଷଣ ନାୟକ, ସମ୍ପାଦକ ରବୀନ୍ଦ୍ର ରଣ ସିଂ ଙ୍କ ନେତୃତ୍ବ ରେ ହୋଇ ଥିବା ବେଳେ ପରିଚାଳନା କମିଟି ର ସମସ୍ତ ସଦସ୍ୟ, ଯୁବସଂଘ , ଓ ମାତୃ ମଣ୍ଡଳୀ ସହଯୋଗ କରିଥିଲେ ଏବଂ ଯୁବସଂଘ ସଦସ୍ୟ ମାନେ ବେଦୀ ସାଜସଜ୍ଜା ଓ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭାପତି ଶ୍ରୀ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)