August 17, 2026

ଆଦର୍ଶ ଚରିତ୍ର ଗଠନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ପ୍ରସ୍ତୁତି..

IMG-20260816-WA0072
Share

ସମ୍ବଲପୁର, ୧୬. ୦୮:’ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥlଗାର’ ତରଫରୁ ଆୟୋଜିତ ହେଉଥିବା ‘ଆଦର୍ଶ ଚରିତ୍ର ଗଠନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ପ୍ରସ୍ତୁତି’ ନାମକ ଅନନ୍ୟ କାର୍ଯ୍ୟକ୍ରମର ଅଷ୍ଟାଦଶ ରବିବାସରୀୟ ଶିବିର ଅନୁଷ୍ଠିତ ହୋଇଯାଇଛି l

ଏଥିରେ ବର୍ଷା ସତ୍ତ୍ୱେ ବିଭିନ୍ନ ହାଇସ୍କୁଲ୍ ର ୪୧ ଜଣ ପ୍ରଶିକ୍ଷlର୍ଥୀ ଯୋଗ ଦେଇଥିଲେ l

ପ୍ରାରମ୍ଭରେ ପ୍ରାର୍ଥନା ପରେ ଅବସର ପ୍ରାପ୍ତ ଭାଷା ଶିକ୍ଷକ ଶ୍ରୀ ପଦ୍ମନାଭ ମହାକୁଡ଼ ନିର୍ଭୁଲ୍ ଇଂରାଜ଼ୀ କହିବାର ବିଭିନ୍ନ କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ l

ପ୍ରଥମ ଅଧିବେଶନରେ ଆଇଆଇଏମ , ସମ୍ବଲପୁରର ଅlସିଷ୍ଟାଣ୍ଟ ପ୍ରଫେସର ଡ଼ଃ ଚନ୍ଦନ ବେହେରା ଏଆଇ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ସେ କହିଥିଲେ କୃତ୍ରିମ ବୁଦ୍ଧିମତା ନିଜର ଆବଶ୍ୟକତା କୁ ସୁଗମ କରିବା ପାଇଁ ବ୍ୟବହାର କରାଯିବା ଉଚିତ l ଏହା ଉପରେ ଅତ୍ୟଧିକ ନିର୍ଭରଶୀଳ ହେଲେ, ନିଜର ମୌଳିକତା ଓ ସୃଜନଶୀଳତା ନଷ୍ଟ ହେବାର ସମ୍ଭାବନା ରହିଛି l

ଦ୍ୱିତୀୟ ଅଧିବେଶନରେ ଆଇଆଇଏମ ର ୧୬ ଜଣ ଛାତ୍ର-ଛାତ୍ରୀ, ଗ୍ରୁମିଙ୍ଗ ଛାତ୍ର-ଛାତ୍ରୀଙ୍କୁ ନେଇ

ଏଆଇ ସମ୍ବନ୍ଧିତ ଦଳଗତ ପ୍ରକଳ୍ପ କାର୍ଯ୍ୟ କରିଥିଲେ। ଏଥିରେ ଡ଼. ସେବକ ତ୍ରିପାଠୀ ଓ ଇଂ. ସୁଶାନ୍ତ କୁମାର ଗୁରୁ ସହାୟତା କରିଥିଲେ।

ଆଜିର କାର୍ଯ୍ୟକ୍ରମକୁ ଶ୍ରୀ ଶିବ ଶଙ୍କର ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ, ପବ୍ଲିକ୍ ଲାଇବ୍ରେରୀର ମୁଖ୍ୟ ପ୍ରଫେସର ଡ଼.ଆଦିତ୍ୟ ପ୍ରସାଦ ପାଢ଼ୀ, ସମ୍ପାଦକ ଶ୍ରୀ ରଘୁନାଥ ମିଶ୍ର, ଡ଼.ଗିରିଧାରୀ ହୋତା, ଶ୍ରୀ ପୃଥ୍ୱୀରାଜ ମିଶ୍ର ଓ

ଶ୍ରୀ ଉଦିତ ପାଟ୍ଟଯୋଶୀ ଉପସ୍ଥିତ ରହି ଶିକ୍ଷlର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ l ଶ୍ରୀ ବିଜୟ ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ l