ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ସମ୍ବଲପୁର, ୧୬. ୦୮:ପୁଟିବନ୍ଦ ସ୍ଥିତ ଶୋଭାନୀୟ ଶିକ୍ଷାଶ୍ରମ ଠାରେ ୮୦ ତମ ସ୍ୱାଧୀନତା ଦିବସରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ଜାତୀୟ ଚେତନା ଓ ଦେଶାତ୍ମବୋଧକ ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ପ୍ରଭାତ ଫେରି ପରେ ଶିକ୍ଷାଳୟ ପରିସରରେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ପତଳା ଉତ୍ତୋଳନ କରି ବୀର ସୁରେନ୍ଦ୍ର ସାଏ, ଛବିଳ ସାଏ ଭଳି ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ଚର୍ଚ୍ଚା କରି ଦେଶ ସ୍ୱାଧୀନତାରେ ସେମାନଙ୍କ ତ୍ୟାଗ ସମ୍ପର୍କରେ ଆଲୋଚନା କରି ସମସ୍ତ ଶିକ୍ଷାର୍ଥୀ ଦେଶପ୍ରେମରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ସମାଜସେବୀ ସ୍ଵର୍ଣ୍ଣଵାଲା ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାଧିନତା ଦିବସର ତାତ୍ପର୍ଯ୍ୟ ଉପରେ କହିଥିଲେ।ଶିକ୍ଷାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଶତପଥୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
