ସୂଂକାନିପେଟାରେ ଅଡୁବନ୍ଧ ଭାଙ୍ଗିବାରୁ ଚିନ୍ତାରେ ଚାଷୀ
କାଶୀନଗର
ତା 16/8/24
କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ଗ୍ରାମ ପଞ୍ଚାୟତ ଅଧିନସ୍ଥ ସୂଂକାନିପେଟା ଗ୍ରାମ ନିକଟରେ ଥିବା ଏକ ନାଳ ପାର୍ଶ୍ଵରେ ବନ୍ଧା ହୋଇଥିବା ଏକ ଆଡୁବନ୍ଧ କୌଣସି କାରଣ ହେତୁ ଭାଙ୍ଗି ଯିବା ହେତୁ ବର୍ତମାନ ଏହି ନାଳ ର ପାଣି ଯାହାକି ହଜାର ହଜାର ଏକର ଜମିକୁ ଜଳ ସେଚିତ କରିଥାଏ ତାହା ନ ହୋଇ ପାଣି ସବୁ ଅନ୍ୟ ଦିଗରେ ଚାଲି ଯାଉଥିବାରୁ ଚାଷୀ ମାନେ ହତାଶ ହୋଇଛନ୍ତି. ଆମ ପ୍ରତିନିଧି ଏହି ନାଳ ନିକଟକୁ ଯାଇ ଚାଷୀ ମାନଙ୍କୁ ବୁଝିବାରୁ ଚାଷୀ ମାନେ ଏହି ନାଳରେ ଉପର ମୁଣ୍ଡରେ ଗତ ସପ୍ତାହ ରେ ଲଘୁଚାପ ଜନିତ ବର୍ଷ ଭଲ ହୋଇଥିବା ରୁ ପ୍ରବଳ ପାଣି ନାଳ ରେ ଆସିଥିଲା କିନ୍ତୁ ଏହି ପାଣି ର ସ୍ରୋତ ସମ୍ଭାଳି ନ ପାରି ନାଳ ପାର୍ଶ୍ୱ ହିଡ଼ ବନ୍ଧ ଭାଙ୍ଗି ଯାଇ ପାଣି ଆଉ ଜମିକୁ ଚାରି ଦିନ ହେଲା ଯାଉନି. ଚାଷୀ ମାନେ ଏକତ୍ରିତ ହୋଇ ବିଭାଗୀୟ ଯନ୍ତ୍ରୀ ଙ୍କ ସମସ୍ୟା ବିଷୟରେ ଅବଗତ କରିବାରୁ ଯନ୍ତ୍ରୀ ସେହି ସ୍ଥାନକୁ ଯାଇ ସମସ୍ୟା ବିଷୟରେ ଅନୁଧ୍ୟାନ କରି ଫେରିଥିବା ସୂଚନା ମିଳିଛି. ବିଭାଗୀୟ କାମ ଶୀଘ୍ର ନ ହେଉଥିବା ଜଣି ଚାଷୀ ମାନେ ଏକତ୍ରିତ ହୋଇ ଅଡୁବନ୍ଧ ରେ ପଥର, ବାଲିବସ୍ତା ପକେଇ ପାଣି କୁ ରୋକିବାକୁ ପ୍ରୟାସ ମଧ୍ୟ କରୁଥିବା ଦୃଷ୍ଟି ଗୋଚର ହୋଇଛି. ଏହି ନାଳ ର ପାଣି କାଶୀନଗର, ମିଲୁ ଖୁରିଗାଁ, ଲକ୍ଷ୍ମୀ ପୁର, ହରିପୁର, ଶିଆଳି ଗ୍ରାମ ର ଚାଷୀ ମାନେ ନିର୍ଭର କରୁଥିବା କାଶୀନଗର ର ଲକ୍ଷ୍ମୀ ନାରାୟଣ, ମନମାଧା ରାଓ,ଖୁରିଗାଁ ର ଗୋପାଳ ରାଓ,ରାଜପୁର ଗ୍ରାମ ର ଦିବାକର ରାଓ, ଲକ୍ଷପୁର ଗ୍ରାମର ଜି ଆନନ୍ଦ ଓ ସୂଂକାନିପେଟା ଗ୍ରାମର ମାସା ଶବର କହିଛନ୍ତି. ତୁରନ୍ତ ଯଦି ସେହି ପାଣି କୁ ରୋକା ଯାଇ ପାରିବ ନାହିଁ ତେବେ ସବୁ ଜମି ରେ ମରୁଡି ନିଶ୍ଚିତ ହେବ ବୋଲି ମଧ୍ୟ ସେମାନେ କହିବି ପ୍ରଶାସନକୁ ଏହି ସମସ୍ୟାର ସମାଧାନ କରିବାକୁ କହିଛନ୍ତି.
ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀ ଙ୍କ ରିପୋର୍ଟ