ରାୟଗଡା ନିର୍ବଚନ ମଣ୍ଡଳୀ ର ବହୁ ନିର୍ବାଚିତ ଜନପ୍ରତିନିଧିଙ୍କ ସହିତ ୟାଲା କୋଣ୍ଡା ବାବୁଙ୍କ ବିଜେପି ରେ ଯୋଗଦାନ
ରାୟଗଡା : ରାୟଗଡା ଜ଼ିଲ୍ଲା ବିଜେଡି ର ଦୃଢ଼ ସଂଗଠକ ତଥା ଅତୀତ ରେ ଦୀର୍ଘ 40 ବର୍ଷ ଧରି ରାୟଗଡା ବିଜେଡି ସଭାପତି ଏନ ଭାସ୍କର ରାଓ ଙ୍କ ଡାହାଣ ହାତ କୁହାଯାଉଥିବା ୟାଲା କୋଣ୍ଡା ବାବୁ ଆଜି ବିଧିବଦ୍ଧ ଭାବେ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ନିର୍ବାଚିତ ଜନପ୍ରତିନିଧି ଙ୍କ ସହିତ ପ୍ରାୟ 400 ରୁ ଉର୍ଦ୍ଧ କର୍ମୀ ବିଜେଡି ଛାଡି ବିଜେପି ରେ ସାମିଲ ହୋଇଛନ୍ତି l କୋଣ୍ଡା ବାବୁ ଙ୍କ ନେତୃତୁ ରର ପ୍ରାୟ 400 ରୁ ଉର୍ଦ୍ଧ ବ୍ୟକ୍ତି ଭୁବନେଶ୍ୱର ଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଦର୍ଶନ କରି ଏକ ବିରାଟ ପଟୁଆର ରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ପହଂଚିଥିଲେ l ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ୟାଲା କୋଣ୍ଡା ବାବୁ ଓ ତାଙ୍କରି ଦୃଢ଼ ସମର୍ଥକ 400 ତୁ କର୍ମୀ ଙ୍କୁ ବିଜେପି ଦଳ କୁ ସ୍ୱାଗତ କରିଥିଲେ l ସୂଚନା ଯୋଗ୍ୟ ଜେ ଗତ ପୌର ନିର୍ବାଚନ ପର ଠାରୁ ଏନ ଭାସ୍କର ରାଓ ଙ୍କ ମଧ୍ୟରେ ତିକ୍ତତା ସୃଷ୍ଠୀ ହୋଇଥିଲା ପରେ କୋଣ୍ଡା ବାବୁ ଏକ ବିଜେଡି ଅଫିସ ଖୋଲି ଜନସାଧାରଣ ଙ୍କ ଓ ଦଳୀୟ କର୍ମୀଙ୍କ କାମ କରିଆସୁଥିଲେ l ଗତ ସାଧାରଣ ନିର୍ବାଚନ ପୁର୍ବରୁ ମାର୍ଚ୍ଚ ରେ ଏକ ବିଜେଡି ଅଫିସ କୁ ରାୟଗଡା ବିଜେଡି ପ୍ର୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ ଉଦଘାଟନ କରିଥିଲେ ଓ ବିଜେଡି ପାଇଁ କାମ କରି ରାୟଗଡା ବିଧାୟକ ପ୍ରାର୍ଥୀ ଙ୍କୁ ବିଜୟ କରିବା ନିମନ୍ତେଉଭୟ ଭାସ୍କର ରାଓ ଓ କୋଣ୍ଡା ବାବୁ ଙ୍କୁ କହିଥିଲେ କିନ୍ତ ମାର୍ଚ୍ଚ 21 ତାରିଖ ଏକ ମିଶ୍ରଣ ପର୍ବ କୋଣ୍ଡା ବାବୁ ଙ୍କ ଅଫିସ ରେ ହେବାର କାର୍ଯ୍ୟକ୍ରମ ଥିଲା କିଂତୁ ଅତୁନ ବାବୁ କୋଣ୍ଡା ବାବୁ ଙ୍କୁ ଏହି ମିଶ୍ରଣ ପର୍ବ ବନ୍ଦ କର ନ ହେଲେ ଦଳରୁ ବହିସ୍କୃତ କରାଯିବ ବୋଲି କହିଥିଲେ l ମିଶ୍ରଣ ପର୍ବ ପୂର୍ବରୁ କୋଣ୍ଡା ବାବୁ ଙ୍କୁ ବିଜେଡି ଦଳ ରୁ ବହିସ୍କୃତ କରିଥିଲେ ଅତୁନ ସବ୍ୟସାଚୀ ନାୟକ l କିନ୍ତ ନିର୍ବାଚନ ରେ ବିଜେଡି ପାଇଁ କାମ କରିଥିଲେ
ମାତ୍ର ବିଜେଡି ର ରାୟଗଡା ଜ଼ିଲ୍ଲା ରେ ଶୋଚନୀୟ ପରାଜୟ ପରେ ରାଜ୍ୟ ବିଜେଡି ସୁପ୍ରିମୋ ଙ୍କୁ ଭୁବନେଶ୍ୱର ଯାଇ ଦେଖାସାକ୍ଷତ କରିଥିଲେ l କିଂତୁ ବିଜେଡି ଦଳ ରେ ରହି କିଛି ଜନସାଧାରଣ ଙ୍କ କାମ କରିହେବ ନାହିଁ ବୋଲି ବିଜେପି ରେ ଯୋଗଦାନ କରିଲି ବୋଲି କହିଛନ୍ତି l ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ରେ କିପରି ବିଜେପି ବିଜୟ ହେବ ସେଥିପାଇଁ ମୁଁ ଓ ମୋର କର୍ମୀ ସମର୍ଥକ କାମ କରିବେ ବୋଲି ନିଜର ବକ୍ତବ୍ୟ ରେ କହିଛନ୍ତି କୋଣ୍ଡା ବାବୁ l ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜ଼ିଲ୍ଲା ବିଜେପି ର ଟୁଟୁ ଦାସ ବସନ୍ତ ଉଲାକା ରାମଚନ୍ଦ୍ର ବେହେରା ମଂଚାସୀନ ଥିଲେ
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ