ରେଙ୍ଗାଲିପାଲିରେ ଯୁବଶକ୍ତି କ୍ଲବ ତରଫରୁ ବନମହୋତ୍ସବ
ଆଜି ବୁଧବାର ଅପରାହ୍ନ ୩ଟା ସମୟରେ ଅତାବିରା ଏନଏସି ଅଧିନ ରେଙ୍ଗାଲିପାଲିରେ ଯୁବ ଶକ୍ତି କ୍ଲବ ତରଫରୁ ବନମହୋତ୍ସବ ଅନୁଷ୍ଠିତ |ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ରାଲିରେ ବାହାରି ଗ୍ରାମ ପରିକ୍ରମା କରି ଗାଁ ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ |ଏହି କାର୍ଯ୍ୟକ୍ରମରେ କୁଲୁଣ୍ଡା ହାଇସ୍କୁଲର ଶିକ୍ଷକ ପୁରନ୍ଦର ପ୍ରଧାନ.ଶିକ୍ଷକ ଶେଷଦେବ ନାଏକ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଝାଂକର,ପ୍ରକୃତି ବନ୍ଦୁ ସୁବାଷ ପ୍ରଧାନ,ଯୁବଶକ୍ତି କ୍ଲବର ସଭାପତି ପ୍ରଦୀପ ପ୍ରଧାନ,ସମ୍ପାଦକ ଦିଲ୍ଲିପ କୁମାର ପ୍ରଧାନ,ସଦସ୍ୟ ଗଗନ ରାଉତ,ଗ୍ରାମ୍ୟ କମିଟି ସଭାପତି ସୁବ୍ରତ ସାହୁ,ଅବସରପ୍ରାପ୍ତ ସୈନିକ ସଂଘର ସଦସ୍ୟ ଓ ଗ୍ରାମବାସୀ ପ୍ରମୁଖ ଯୋଗଦେଇଥିଲେ |ବନମହୋତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ଶିକ୍ଷକ ଶେଷଦେବ ନାଏକ ଆଲୋକପାତ କରିଥିଲେ |
