October 5, 2024
Share

 

 

ସିଂହଦ୍ୱାରରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସିଂହଦ୍ୱାରରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି। ବୁଧବାର ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ।

 

ରଥ ଉପରେ ଅଣ ସେବାୟତ ଚଢିବା ପ୍ରସଙ୍ଗରେ ଆକ୍ସନ ମୋଡରେ ପ୍ରଶାସନ । ସଂପୃକ୍ତ ଅଣ ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

 

ପିଏମ୍‌ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌, ଝାଡ଼ଖଣ୍ଡ ରାଜନୀତିରେ ହଲଚଲ ।

 

ବାଂଲାଦେଶ ପ୍ରଧାନମନ୍ତ୍ରୀ ଚୀନକୁ ଦେଲେ ଝଟକା, କହିଲେ-ତିସ୍ତା ପ୍ରକଳ୍ପ ପାଇଁ ଭାରତ ଉପରେ ଅଧିକ ଭରସା ।

 

ଦର ଦାମ୍ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ କଟକ ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ଖୋଲିବ ମଣ୍ଡି। କୃଷକମାନେ ମଣ୍ଡିକୁ ଆଣିବେ ଉତ୍ପାଦନ ସାମଗ୍ରୀ।  ଆଉ ସେଠାରୁ  ହିଁ ହେବ ବିକ୍ରି।

 

ଜେଲରେ ବନ୍ଦୀ ଇମ୍ରାନ ଖାନଙ୍କ ସମସ୍ୟା ଅନ୍ତ ହେବାର ନାଁ ନେଉନି। ଏବେ ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଉପରେ ଦେଶ ବିରୋଧୀ ଗତିବିଦ୍ଧି ଲାଗି ପାକିସ୍ତାନ ସରକାର ପ୍ରତିବନ୍ଧକ ଜାରି କରିବାକୁ ବିଚାର କରୁଛନ୍ତି।

 

ଗୁଳିକାଣ୍ଡ ପରେ ଟ୍ରମ୍ପ ମାଲାମାଲ, ଗୋଟିଏ ଦିନରେ ସେୟାରରୁ ଆୟ କଲେ ୨ ବିଲିୟନ ଡଲାର ।

 

ଆକ୍ସନ ମୋଡ଼ରେ ବିଜେପି । ଲୋକଙ୍କ ଦୁଃଖ ଏବଂ ଆଉ ସମସ୍ୟା ଶୁଣିବା ପାଇଁ ଭାରତୀୟ ଜନତା ପାର୍ଟିର ରାଜ୍ୟ ଶାଖାର ନୂଆ ଉପାୟ । ଏଣିକି ବିଜେପି ରାଜ୍ୟରେ ହେବ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଯେଉଁଥିରେ ଯୋଗଦେବେ ରାଜ୍ୟ ବିଜେପି ବରିଷ୍ଠ ନେତା ଏବଂ କର୍ମୀ । ।।

 

ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ଅମୃତପାଲ ସିଂ, ବଜେଟ ଅଧିବେଶନରେ ଭାଗ ନେବାକୁ କଲେ ଅନୁରୋଧ ।

 

ଛାଡପତ୍ର ପାଇଥିବା ମୁସଲମାନ ମହିଳାଙ୍କୁ ଭରଣପୋଷଣ । ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କଲା ପର୍ସନାଲ ଲ’ ବୋର୍ଡ

 

ବିବାଦୀୟ ଆଇପିଏସ ଡିଏସ କୁଟ୍ଟେଙ୍କୁ ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟ ଗୃହ ବିଭାଗରେ ଓଏସଡି ଭାବେ ଶ୍ରୀ କୁଟ୍ଟେଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ନିଲମ୍ବନ ଉଠିବା ପରେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

କେଦାରନାଥ ମନ୍ଦିରରୁ ଚୋରି ହୋଇଛି ସୁନା ଅଳଙ୍କାର । ୨୨୮ କେଜି ସୁନା ଚୋରି ହୋଇଥିବା ନେଇ ଶଙ୍କରାଚାର୍ଯ୍ୟଙ୍କ ଅଭିଯୋଗ ।

 

ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଲେ, ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ।

 

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଋଣ ସୁଧରେ ବୃଦ୍ଧି ଘୋଷଣା କରାଯାଇଛି। ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌ରେ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇଛି।

 

ଓଡ଼ିଶାର ସ୍ବାର୍ଥ ବିରୋଧୀ ପ୍ରକଳ୍ପକୁ ଜୋର୍‌ଦାର ବିରୋଧ କରାଯିବ: ମୁଖ୍ୟମନ୍ତ୍ରୀ ।

 

ଓଡିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ , ଦକ୍ଷତା ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ।

 

ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ଘରୋଇ ଚିକିତ୍ସା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାରେ ଜବାବ ଦାଖଲ ପାଇଁ ସରକାର ପୁଣି ସମୟ ଲୋଡ଼ିଛନ୍ତି।

 

ଅଭିଯୋଗ ଶୁଣାଣି ପୋର୍ଟାଲକୁ ଅପ୍‌ଡେଟ୍‌ କରି ଦୈନିକ ରିପୋର୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

 

୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ପାଇଁ ମଙ୍ଗଳବାର ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।

 

ଡୋନାଲ୍ଡ ଟ୍ରମ୍ପ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ ; ରିପବ୍ଲିକାନ୍ କନଭେନସନରେ ଦଳ ପକ୍ଷରୁ ଘୋଷଣା, ସିନେଟର ଜେଡି ବେସ୍ ଉପରାଷ୍ଟ୍ରପତି ପ୍ରାର୍ଥୀ

 

ସୁପ୍ରଭାତ ,ଶୁଭ ସକାଳ ।