October 5, 2024

ରାୟଗଡା ଜ଼ିଲ୍ଲା ର ବିଭିନ୍ନ ସ୍ଥାନରୁ ଜନ୍ମବେଦୀ ରୁ ବାହୁଡ଼ିଲେ ଶ୍ରୀଜୀଉ 

Share

 

ଶଶ୍ୟଗଡା : ରାୟଗଡା ଜ଼ିଲ୍ଲା ର ରାୟଗଡା ସହର ର ଶ୍ରାଦ୍ଧଶ୍ରୀକ୍ଷେତ୍ର, ଠାରୁ ଆରମ୍ଭ କରି ଗୁଣୁପୁର, ପଦ୍ମପୁର, ଦୁର୍ଗୀ, ବିଷମକଟକ, ମୁନିଗୁଡା, କାଶୀପୁର ପ୍ରଭୃତି ସ୍ଥାନ ରେ ଅତି ଶନ୍ତି ଶୃଙ୍ଖଳା ର ସହିତ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ସମ୍ପନ ହୋଇଯାଇଛି l ହାଲୁକା ବର୍ଷା ସ୍ୱେତେ କହଲା ପାଗ ଯୋଗୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସାମଗମ ଦେଖିବାକୁ ମିଳିଥିଲା l ରବିବାର ଦିନ ସାନ୍ଧ୍ୟ ରେ ଭକ୍ତ ପ୍ରଭୁଙ୍କ ନବମୀ ଦର୍ଶନ ପରେ ଚତୁରଧାମୁର୍ତିଙ୍କ ଜନବେଦୀ ଲୀଳାଖେଳା ସାରିଥିଲା l ଜନବେଦୀ ରେ ଆଳତି ଓ ପହଲି ଭୋଗ ପରେ ସୂର୍ଯ୍ୟପୂଜା କରି ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ବେଶ କରାଯାଇଥିଲା l ପରେ ଖଣ୍ଡୁଆ ପାଟ ରେ ତିନିଠାକୁର ଙ୍କୁ ସଜ୍ଜିତ କରାଯାଇ ବିଗ୍ରହ ଙ୍କୁ ତଳ କୁ ଅଣାଯାଇ ପୂଜାର୍ଚନା ଓ ଆଳତୀ କରାଯାଇଥିଲା l ରଥ ମାର୍ଜନା ପରେ ସେବାୟତ ମାନେ ଶ୍ରୀଜୀଉ ଙ୍କୁ ପହଣ୍ଡି କରି ରଥ ଉପରେ କୁ ଆଣିଥିଲେ l ରଥ ଉପରେ ମଙ୍ଗଳ ଆଳତୀ ପରେ ରାଜପୁରୋହିତ ବିରଞ୍ଚି ନାରାୟଣ ଦାସ ଛେରା ପହଁରା କରିଥିଲେ l ସମସ୍ତ ନୀତିକାନ୍ତି ଶେଷ ପରେ ଅପରାହ୍ନ 4 ଟା ରର ରଥ ଟଣା ଆରମ୍ଭ ହୋଇ 6 ଟା ରେ ଜଗନ୍ନାଥ ମନ୍ଦିର ଠାରେ ରଥ ପହଞ୍ଚିଥିଲା l ବାହୁଡା଼ ଯାତ୍ରା କୁ ଆଖିଆଗରେ ରଖି ରାୟଗଡା ସହର ର ସମସ୍ତ ସ୍ଥାନରେ ଏସ ଡି ପି ଓ ରଶ୍ମିରଂଜନ ସେନାପତି ଓ ଟାଉନ ଥାନା ଅଧିକାରୀ କେକେବିକେ କହଁର ଙ୍କ ନେତୃତ୍ୱ ରେ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିଲା l ଜ଼ିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ରାଇତ, ଉପ ଜ଼ିଲ୍ଲାପାଳ କଲ୍ୟାଣୀ ସାଙ୍ଗମିତ୍ରା ଦେବି ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁ ରଥ ଟଣା ରେ ସାମିଲ ଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ