October 5, 2024

ମୁକୁନ୍ଦପୁର ରେ ବିଧାୟକ ନୀଳମାଧବ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା 

Share

 

ରାୟଗଡା : ରାୟଗଡା ଜ଼ିଲ୍ଲା ର ତିନି ଗୋଟି ବିଧାନସଭା ରାୟଗଡା, ବିଷମକଟକ ଓ ଗୁଣୁପୁର ରୁ କଂଗ୍ରେସ ପ୍ରାର୍ଥୀ ବିଜୟ ପରେ ଜ଼ିଲ୍ଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ର ବିଜୟ ଉତ୍ସବ ପାଳିତ ହେଉଛି l ଠିକ ସେହିପରି ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ଦୀର୍ଘ 10 ବର୍ଷ ପରେ କଂଗ୍ରେସ ର ନୀଳମାଧବ ହିକକା ବିଜୟ ହାସଲ କରିଥିଲେ l ସେଥିପାଇଁ ମୁକୁନ୍ଦପୁର ଠାରେ ଏକ ବିଜୟ ଉତ୍ସବ ପାଳିତ ହୋଇଯାଇଛି l ଏହି ପରିପେକ୍ଷରେ ବିଧାୟକ ନୀଳମାଧବ ଓ ପି ସି ସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ଙ୍କୁ କୋଳନରା ବ୍ଲକ କଂଗ୍ରେସ କମିଟି ସଭାପତି ଗୋବର୍ଧନ ରାଓ, ଶିବ ପ୍ରସାଦ କୋଣ୍ଡଗିରି ପୂର୍ବତନ ସରପଞ୍ଚ ମୁକୁନ୍ଦପୁର ଓ ରବି ପିଲାର ପୁଷ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ଏହା ପରେ ସହ ସହ କଂଗ୍ରେସ ସମର୍ଥକ ଙ୍କ ଗହଣ ରେ କୈଳାଶ ପୁର ହନୁମାନ ମନ୍ଦିର ରେ ପୂଜାରଚନା କରି ଏକ ବିରାଟ ବାଇକ ରାଲିରେ ବିଧାୟକ ନୀଳମାଧବ ବାହାରି ମୁକୁନ୍ଦପୁର ଗ୍ରାମ ପରିକ୍ରମା କରିଥିଲେ l ବିଭିନ୍ନ ସ୍ଥାନ ରେ ଦୁର୍ଗା ପଣ୍ଡା ଓ ନୀଳମାଧବ ଙ୍କୁ ହଳଦୀ ଚାଉଳ, ଫୁଲ ଦେଇ ସ୍ୱାଗତ କରୁଥିବା ର ଦେଖିବା କୁ ମିଳିଥିଲା l ଦୀର୍ଘ 10 ବର୍ଷ ପରେ କଂଗ୍ରେସ ବିଷମକଟକ ନିର୍ବାଚନ ମଣ୍ଡଳୀ ତେ ବିଜୟ ହୋଇଥିବା ରୁ କଂଗ୍ରେସ ପ୍ରେମୀ ବହୁତ ଖୁସି ଥିବାର ଦେଖିବାକୁ ମିଳିଥିଲା l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ