June 17, 2025

ଗୋଡଭଗା ସମଲେଇ ମନ୍ଦିର ସଭା କକ୍ଷରେ ଅତାବିରା ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ କଲେ ଓଡିଶା ଡ୍ରାଇଭର ମହାସଂଘ 

IMG-20250616-WA0082
Share

 

 

ଆଜି ସୋମବାର ମଧ୍ୟାହ୍ନ ଗୋଟିଏ ସମୟରେ ଅତାବିରା ବ୍ଲକ ଅଧିନ ଗୋଡଭଗା ସମଲେଇ ମନ୍ଦିର ସଭା କକ୍ଷରେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦଙ୍କୁ ଓଡିଶା ଡ୍ରାଇଭର ମହାସଂଘର ଅତାବିରା ବ୍ଲକ ଶାଖା ଓ ଭେଡେନ ବ୍ଲକ ଶାଖା ପକ୍ଷରୁ ୭ ଦଫା ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି |ବହୁ ଦିନରୁ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଭିନ୍ନ ଭିନ୍ନ ଉପାୟ ମାଧ୍ଧମରେ ବାରମ୍ବାର ସରକାରକୁଂ ଅବଗତ କରି ଆସୁଛନ୍ତି ହେଲେ ଗୋଟିଏ ମାତ୍ର ସମସ୍ୟା ପୂରଣ ହୋଇଛି |ଯାହାକି ଡ୍ରାଇଭର ସମାଜ ପାଇଁ ଯଥେଷ୍ଟ ନୁହେଁ |ଆହୁରି ୬ ଗୋଟି ମୁଖ୍ୟ ସମସ୍ୟାର ସମାଧାନ ହୋଇପାରୁ ନାହିଁ |ଏଥି ନିମନ୍ତେ ମହାସଂଘ ବାରମ୍ବାର ସରକାରଙ୍କ ଦ୍ବାରସ୍ତ ହେବା ପରେ ମଧ୍ଧ ସରକାର ସେମାନକଂ କୌଣସି କଥାକୁ କର୍ଣ୍ନପାତ କରୁ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି |ଦାବୀପତ୍ର ସମୟରେ ଭେଡେନ ଶାଖାର ଉପସଭାପତି ବୁଲୁ ବଗର୍ତ୍ତ,ସମ୍ପାଦକ ଅନ୍ତର୍ଯ୍ୟାମୀ ନାୟକ,କୋଷାଧ୍ଧଖିଅ ପ୍ରେମରାଜ ମେହେର,କାଳିଆ ବନଛୁର,ଉପଦେଷ୍ଟା ମନୋଜ ଗୁରାଣ୍ଡି,ଜୟଲାଲ ପ୍ରଧାନ,ଡଗର ମହାକୁର,ହିତବନ୍ତ ଭୋଇ ପ୍ରମୁଖ ଉପସ୍ତିତ ଥିଲେ |