March 10, 2026
ajiro khabar
Share

 

ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେବ

 

ଆସନ୍ତା ୨୦ ତାରିଖରୁ ଖୋଲିବ ସବୁ ବିଦ୍ୟାଳୟ, ସ୍ୱଚ୍ଛତା ଓ ପାନୀୟ ଜଳକୁ ଗୁରୁତ୍ୱ ଦେବେ

 

ପୁରୀରେ ମହାପ୍ରଭୁଙ୍କ ଅଣସର ସେବାପାଇଁ ଆଜି ଫୁଲୁରି ତେଲ ପହଞ୍ଚିବ।

 

ରାଜ୍ୟରେ ଧୁମଧାମରେ ପାଳିତ ହେଉଛି ରଜପର୍ବ।

 

ରାଜ୍ୟର ଅନେକ ଜିଲ୍ଲାରେ ଝାଡ଼ାବାନ୍ତି। ୯ଟି ଜିଲ୍ଲାକୁ ମାଡିଗଲାଣି। ଅନେକ ମୃତ, ଶହଶହ ହସପିଟାଲରେ ଭର୍ତ୍ତି। ସ୍ୱାସ୍ଥ୍ୟ ବିଭାଗ ମାନିବାକୁ ନାରାଜ।

 

ଓଡ଼ିଶା ହାଇକୋର୍ଟରେ ୧୦ ଦିନରେ ଫଇସଲା ହେଲା ୧୩୦୦ ମାମଲା।

 

ଆଜି ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମାଝୀ

 

ରଥ ନିର୍ମାଣର ୪୬ତମ ଦିବସରେ ପଡ଼ିଛି ମୂଳ କଇଁଚି।

 

ଇସ୍କନ୍‌ କୁ ଚିଠି ଲେଖିଲେ ଗଜପତି, ‘ରଥଯାତ୍ରା ଶାସ୍ତ୍ରାନୁମୋଦିତ ତିଥିରେ ପାଳନ କର’।

 

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍‌ ମାମଲାରେ ମାଷ୍ଟରମାଇଣ୍ଡ୍‌ ଗିରଫ, ମାଓବାଦୀଙ୍କ ଇନ୍‌ଫର୍ମର ଥିଲା ଜର୍ଜ

 

ରଜରେ ଅଘଟଣ। ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୭ଜଣଙ୍କ ମୃତ୍ୟୁ, ଲୁଲୁଙ୍ଗ ରେ ଭାସିଗଲେ ୨ ଇଞ୍ଜିନିୟରିଂ ଛାତ୍ର।

 

କେନ୍ଦ୍ରାପଡା ଜିଲ୍ଲାରେ ଏବେ କଲେରା ଆତଙ୍କ, ଗୋଟିଏ ପରିବାରର ତିନି ଆକ୍ରାନ୍ତ, ମହିଳା ମୃତ।

 

ରାୟଗଡ଼ା ମୁକୁନ୍ଦପୁର ଘାଟିରେ ଦୁର୍ଘଟଣା, ୨୦ ଫୁଟ୍ ତଳକୁ ଖସିଲା ଟ୍ରକ୍।

 

ଦୁଇ ମାସ ପରେ ମାଛଧରା କଟକଣା ହଟିଲା, ମାଛ ଧରିବାକୁ ସମୁଦ୍ରକୁ ବାହାରିଲେ ମତ୍ସ୍ୟଜୀବୀ।

 

ସାଇବର ଠକ ରାକେଟ୍‌ର ଆଉ ଜଣେ ମୋହରା ଠାବ। ଭଦ୍ରକରୁ ବନ୍ଧାହେଲା ଉମା ଦୀକ୍ଷିତ

 

ଭୁବନେଶ୍ବର ବାଲିପାଟଣା ଅଞ୍ଚଳରେ ଖୋଲାଖୋଲି ଚୋରାମଦ ବିକ୍ରି ନେଇ ଗ୍ରାମବାସୀ ଓ ମଦବେପାରୀ ମୁହାଁମୁହିଁ। ପ୍ରଶାସନ ନୀରବ

 

ଦୁର୍ଘଟଣାରେ ହେମାନନ୍ଦ ବିଶ୍ୱାଳଙ୍କ ପତ୍ନୀ ଓ ଝିଅ ଗୁରୁତର। ଅଳ୍ପକେ ବର୍ତ୍ତିଲେ ଦୁଇ ପୂର୍ବତନ ବିଧାୟକ

 

ରାଉରକେଲା କଲୁଙ୍ଗା ଅଞ୍ଚଳରେ ଯୁବକଙ୍କୁ ନିର୍ମମ ହତ୍ୟା। ପରିଚୟ ମିଳିନାହିଁ

 

ବୌଦ୍ଧ ଜିଲ୍ଲା ପୁଲିସ କନେଷ୍ଟବଳଙ୍କ ଘରେ ପୁଲିସ ଚଢଉ। କାରଣ ଗୋପନୀୟ

 

କଟକ ମେଡିକାଲରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଏସସିବିରେ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଅଭିଯୋଗ।

 

ଉତ୍ତର ପ୍ରଦେଶ ପ୍ରୟାଗରାଜରେ ବଜ୍ରପାତରେ ଗୋଟିଏ ପରିବାରର ୪ ମୃତ।

 

ତେଲେଙ୍ଗାନାରେ ଗୋଦାବରୀ ନଦୀରେ ବୁଡ଼ି ୫ ଯୁବକ ମୃତ

 

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାରେ ସେବାକାରୀ ସଂସ୍ଥାର ଲୋଭ ଯୋଗୁଁ ୭ ଜଣଙ୍କର ମୃତ୍ୟୁ। ମନ୍ଦିର ଖୋଲିବା ପରେ ପଞ୍ଚମ ଦୁର୍ଘଟଣା।

 

ମହାରାଷ୍ଟ୍ର ପୁନେରେ ଭୁଶୁଡ଼ିଲା ପାଦଚଲା ପୋଲ। ୩୦ ପର୍ଯ୍ୟଟକ ନିଖୋଜ, ୨ ମୃତଦେହ ମିଳିଛି।

 

ନାଇଜେରିଆର ୟେଲେଓ୍ବାଟାରେ ୧୦୦ ଲୋକଙ୍କୁ ଗୁଳିକରି ହତ୍ୟା।

 

ଇସ୍ରାଏଲ ଆକ୍ରମଣରେ ୨୧୫ ଇରାନୀ ନାଗରିକଙ୍କ ମୃତ୍ୟୁ, ଇରାନ ବି କରୁଛି ପାଲଟା ଆକ୍ରମଣ

=======================

ଆଜି ଜନ୍ମଦିନ: ମିଥୁନ ଚକ୍ରବର୍ତ୍ତୀ, ଇମତିଆଜ ଅଲ୍ଲୀ, ଚନ୍ଦ୍ରାଣୀ ମୁର୍ମୁ, ତୁଳସୀ ଅଗ୍ରୱାଲ (ନେତ୍ରୀ, କେସିଙ୍ଗା), ସୁପ୍ରଭା ସାମଲ (ଫୁଟବଲ, ଭୁବନେଶ୍ୱର)

 

ଇତିହାସରେ ଆଜି ଦିନ: (୧୬୦୬) ଜାହାଙ୍ଗିର ରାଜୁତିରେ ଶିଖ ଗୁରୁ ଅର୍ଜନ ଦେବଙ୍କୁ ହତ୍ୟା କରାଗଲା/ (୧୯୧୧) ଆଇବିଏମ କମ୍ପାନୀ ପ୍ରତିଷ୍ଠା ହେଲା/ (୧୯୮୩) ଛତିଶଗଡ଼ରେ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ସ୍ଥାପିତ/ (୨୦୦୭) ସୁନିତା ଉଇଲିୟମ ହେଲେ ମହାକାଶରେ ସବୁଠୁ ଅଧିକ ସମୟ ରହିବା ବ୍ୟକ୍ତି

=======================

*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*

 

*ବନ୍ଦେ ଉତ୍କଳ ଜନନୀ* 🪻