June 26, 2024

ରାଜସୁନାଖଳା ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ନେଇ ଜନ ଅସନ୍ତୋଷ, ଗରମରେ ଜନସାଧାରଣ ହନ୍ତସନ୍ତ।

Share

ରାଜସୁନାଖଳା, (ଉପାନ୍ତ ଖବର):ଟାଟା ବିଦ୍ୟୁତ ଶକ୍ତି ବଣ୍ଟନ କମ୍ପାନୀ ରାଜ୍ୟର ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ୨୪ଘଣ୍ଟିଆ ବିଦ୍ୟୁତ ଶକ୍ତି ଓ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ସହିତ ଚୁକ୍ତିନାମା କରିଅଛନ୍ତି। ବର୍ତ୍ତମାନ ରାଜ୍ୟର ସମସ୍ତ ଅଞ୍ଚଳରେ ତିନି ମାସ ଧରି ଅସହ୍ୟ ଗରମ ସହିତ ଗୁଳୁଗୁଳି ଅନୁଭୂତି ହେଉଅଛି। ଏସମୟରେ ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳିରେ ଲୋକମାନେ ହନ୍ତସନ୍ତ ହେଉଥିବାବେଳେ ଟାଟା ବିଦ୍ୟୁତ ବଣ୍ଟନ କମ୍ପାନୀ ଓ କର୍ମଚାରୀମାନଙ୍କ ମନମାନିରେ ଦିନ ଓ ରାତିରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ କରୁଅଛନ୍ତି। କୌଣସି ଝଡ଼, ବର୍ଷା ଓ ପବନ ନଥିଲେ ମଧ୍ୟ ବିଦ୍ୟୁତ କାଟ କରାଯାଉଅଛି। ଫଳରେ ଉପଭୋକ୍ତାମାନଙ୍କ ମନରେ ଦିନକୁ ଦିନ ଜନ ଅସନ୍ତୋଷ ଦେଖାଦେଇଛି। ତେଣୁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଓ ବିଦ୍ୟୁତ ବିଭାଗର ଉଚ୍ଚ କତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଉପଭୋକ୍ତାମାନଙ୍କୁ ସାହାଯ୍ୟ କରିବାକୁ ଦୃଢ଼ ଦାବି ହେଉଅଛି। ଏସମ୍ପର୍କରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଫୋନରେ ମତାମତ ଜାଣିବା ଚାହିଁଲେ ତାଙ୍କାର ଫୋନ ୨୪ଘଣ୍ଟା ସୁଇଚ ଅଫ ରହୁଛି ଓ ସଠିକ ଉତ୍ତର ମିଳୁ ନାହିଁ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)