June 26, 2024

ଦିଗଦର୍ଶନ ଅନୁଷ୍ଠାନ ପକ୍ଷରୁ ନିଆରା ଢଙ୍ଗରେ ରଜପର୍ବ ପାଳିତ…. ବ୍ରହ୍ମପୁର ସର୍କଲ ଜେଲ ରେ ରଜପର୍ବ ଆୟୋଜିତ

Share

 

ଗଞ୍ଜାମ :

ଗଞ୍ଜାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ପକ୍ଷରୁ ନିଆରାଢଙ୍ଗରେ ରଜପର୍ବ ପାଳନ କରାଯାଇଛି l ବ୍ରହ୍ମପୁର ମଣ୍ଡଳ କରାଗାର ସୁପରିଟେଣ୍ଡଙ୍କ ପରାମର୍ଶକ୍ରମେ କାରାଗାର ମଧ୍ୟରେ ଅନୁଷ୍ଠାନ ପକ୍ଷରୁ ଦୁଇଦିନ ଧରି ରଜପର୍ବ ପାଳନ କରାଯାଇଛି l ଏହାକୁ ମଣ୍ଡଳ କାରାଗାର ମୁଖ୍ୟ ଧୀରେନ୍ଦ୍ର ନାଥ ବାରିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ପ୍ରଥମ ଦିବସରେ ମହିଳା ଅନ୍ତବାସୀ ଙ୍କୁ ନେଇ ଦିଗଦର୍ଶନ ଫାଉଣ୍ଡେସନ ର ପ୍ରତିଷ୍ଟାତା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁ ଡ଼ ଙ୍କ ତତ୍ୱାବାଧାନ ରେ ମୁରୁଜ, ରଙ୍ଗୋଲି ଓ ବଲ ଏପରିକି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ସେହିପରି ଦ୍ୱିତୀୟ ଦିବସରେ ଅନୁଷ୍ଠାନ ର ସଭାପତି ଉମାକାନ୍ତ ବେହେରାଙ୍କ ତତ୍ୱାବଧାନରେ ପୁରୁଷ ଅନ୍ତବାସୀ ଙ୍କୁ ନେଇ ମି୍ୟୁଜିକ ଚେୟାର ଓ ବଲ ଖେଳ ଆୟୋଜିତ ହୋଇଥିଲା l ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା l ଜେଲର ସତ୍ୟ ନାରାୟଣ ବେହେରା ଓ ୱେଲଫର ଅଫିସର ଧର୍ମେନ୍ଦ୍ର ନାୟକ ଜେଲ କର୍ତ୍ୟୁପକ୍ଷ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l
ଏହି ଅବସରରେ କାରାବରଣ କରୁଥିବା କୈଦି ମାନଙ୍କୁ ସେମାନଙ୍କ କାରାବରଣ ଅବଧି ଶେଷ ହେବା ପରେ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ଏକ ଉତ୍ତମ ନାଗରିକ ଭାବେ ନିଜ ନିଜ କୁ ଗଢି ତୋଳିବା ସହ ଏକ ସୁସ୍ଥ ମାନବ ସମାଜ ଗଠନ
କରିବା ଦିଗରେ ଯତ୍ନବାନ ହେବାକୁ ଅନୁଷ୍ଠାନ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା l କୈଦି ମାନେ ଖୁସି ଜାହିର କରିବା ସହ ଉକ୍ତ ଆହ୍ୱାନ କୁ କରତାଳି ମାଧ୍ୟମରେ ସମସ୍ତ ଅନ୍ତବାସୀ ଗ୍ରହଣ କରିଥିଲେ l ଅନୁଷ୍ଠାନର ଅନ୍ୟତମ ନିର୍ଦ୍ଧେଶକ ରାକେଶ କୁମାର ନାୟକ,ଜେଲ ମହିଳା ସୁରକ୍ଷା କର୍ମି ସସ୍ମିତା ବେହେରା ଜ୍ୟୋସ୍ନା ରାଣୀ ତ୍ରିପାଠୀ ପ୍ରମୁଖଙ୍କ ସହ ଜେଲ କର୍ମଚାରୀ ମାନେ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ l(ପ୍ରଦୀପ କୁମାର ପଣ୍ଡା)