July 1, 2024

ଜ୍ୱାଇଁ ର ଗୁଳିରେ ଟଳି ପଡିଲା ଶଳା …

Share

ମୋହନା –ସକାଳୁ ସକାଳୁ ଗାଁ କୁ ପହଂଚିଲା ମହାପ୍ରାୟାଣ ଗାଡି,ଗାଁ ରେ ଶୁଭୁଥିଲା କାନ୍ଦ ବୋବାଳି l ପୋଲିସ ଟିମ ପହଞ୍ଚି ତଦନ୍ତ ଚଳାଇଲେ l ଘଟଣା ରୁ ଯାହା ଜଣା ପଡିଲା
ଶିକାର କରିବାକୁ ଯାଇ ଜ୍ୱାଇଁ ର ବନ୍ଧୁକ ଗୁଳିରେ ଶଳା ଟଳିପଡିଛି l ଘଟଣା ହେଉଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗାଁ ରେ l ସୂଚନା ମୁତାବକ ଉଦୟ ନାୟକ, କୈଳାସ ନାୟକ ଓ ଗ୍ରାମର କିଛି ଯୁବକ ଗତ କାଲି ଦିନ ତିନିଟା ରେ ଶିକାର କରିବା ପାଁଇ ଗ୍ରାମ ନିକଟ ଜଙ୍ଗଲ କୁ ଯାଇଥିଲେ l ହଟାତ ସନ୍ଧ୍ୟା ରେ ଗୁଳି ର ଆବାଜ ଶୁଭିଲା l ହେଲେ ଶିକାର ହୋଇନଥିଲା କୌଣସି ପଶୁ, ଜ୍ୱାଇଁ ଉଦୟ ଙ୍କ ଗୁଳିରେ ଟଳିପଡିଥିଲା ଶଳା କୈଳାସ l ହଟାତ ଗ୍ରାମର ଲୋକ ମାନେ ଗ୍ରାମ ପାଖ ଜଙ୍ଗଲ କୁ ପହଂଚିଥିଲେ ଓ ରାତିରେ ପୋଲିସ କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ପୋଲିସ ପହଂଚି ଉଦୟ କୁ ଗିରଫ କରିବା ସହିତ ଗାଁ ରେ ପହଁଚି ତଦନ୍ତ ଜାରି ରଖିଛି ଅନ୍ୟ ପଟେ ମୃତ କୈଳାସ ର ସ୍ତ୍ରୀ କହିଛନ୍ତି କୈଳାସ ଓ ଉଦୟ ର ଆଗରୁ ଶତ୍ରୁତା ଥିଲା ତେଣୁ ଏପରି ଘଟଣା ଘଟିଲା l

You may have missed