ଭାଜପା ପକ୍ଷରୁ ବିଧାୟକ ଙ୍କ ନେତୃତ୍ୱ ରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା

ଛତ୍ରପୁର. ତା. ୧୬/୫/୨୫(ଅରୁଣ କୁମାର ପଣ୍ଡା )ଭାଜପା ଛତ୍ରପୁର ନିର୍ବାଚନମଣ୍ଡଳୀ ପକ୍ଷରୁ ଶୁକ୍ରବାର ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଏହି ଶୋଭାଯାତ୍ରା ଛତ୍ରପୁର ଅପର ବସଷ୍ଟାଣ୍ଡ ଠାରୁ ବାହାରି ସହର ପରିକ୍ରମା କରି ଲୋୟାର ବସଷ୍ଟାଣ୍ଡ ରେ ପହଞ୍ଚିଥିଲା ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଅପରେସନ୍ ସିନ୍ଦୁର” ସଫଳତା ପରିପ୍ରେକ୍ଷୀରେ ଭାରତୀୟ ସଶସ୍ତ୍ର ବାହିନୀର ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ସକାଶେ ତ୍ରିରଙ୍ଗା ପତାକା ଧ୍ବଜା ଉଡାଇ ଶାନ୍ତିପୂର୍ଣ୍ଣ ଭାବେ ଭାରତୀୟ ବୀର ଜବାନ ମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ସାହସକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ସମସ୍ତେ ଏକତ୍ରୀତ ହୋଇ ଭାରତ ମାତାକି-ଜୟ ଧ୍ବନୀରେ ଶୋଭାଯାତ୍ରା ଛତ୍ରପୁର ସହର ପରିକ୍ରମା ପୂର୍ବକ ଆଗକୁ ବଢିଥିଲା । ଏଥିରେ ଗଞ୍ଜାମ ଜ଼ିଲ୍ଲା ଭାଜପା ସଭାପତି ସରୋଜ ସାବତ, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ପ୍ରଦୀପ ପାଢ଼ୀ, ପଦ୍ମ ଚରଣ ସାହୁ, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ ରାଉଳ, ବ୍ରହ୍ମପୁର ଏମପି ପ୍ରତିନିଧି ସନ୍ତୋଷ ରେଡ୍ଡୀ, ଟି ଚନ୍ଦ୍ରଶେଖର ରେଡ୍ଡୀ, ପି. ଧର୍ମା ରେଡ୍ଡୀ, ବନୋଜ ନାହାକ, ରୁଈନା ପଟନାୟକ, ଲଷ୍ମୀ ନାରାୟଣ ପଣ୍ଡା, ସୁରେଶ ରେଡ୍ଡୀ, ଅଶୋକ ପାଣିଗ୍ରାହୀ, S କିଶୋର ରେଡ୍ଡୀ,ରାଜେନ୍ଦ୍ର ପଲେଇ, P ରଘୁନାଥ ରେଡ୍ଡୀ ଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ସାମିଲ ଥିଲେ