March 10, 2026

ଗୁମ୍ମା ବ୍ଲକରେ ନୂତନ ସାମ୍ବାଦିକ ସଂଘ ଗଠନ ଏବଂ ନୂତନ କର୍ମକର୍ତ୍ତା ଚୟନ 

IMG-20230516-WA0015
Share

ଗୁମ୍ମା ବ୍ଲକରେ ନୂତନ ସାମ୍ବାଦିକ ସଂଘ ଗଠନ ଏବଂ ନୂତନ କର୍ମକର୍ତ୍ତା ଚୟନ

 

ଗୁମ୍ମା:୧୬/୫(ଆନିସ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରେ ଦୀର୍ଘ ଦିନ ହେଲା ସାମ୍ବାଦିକ ସଙ୍ଘ ବୋଲି କୌଣସି ସଙ୍ଗଠନ ନଥିଲା ଆଜି ଗୁମ୍ମା ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନେ ଗୁମ୍ମା ବ୍ଲକର ସ୍ଥାନୀୟ ଡାକ ବଙ୍ଗଳା ଠାରେ ଗୁମ୍ମା ବ୍ଲକ ସାମ୍ବାଦିକ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଗୁମ୍ମା ବ୍ଲକ ସାମ୍ବାଦିକ ସଂଘ ଗଠନ ପାଇଁ ନିଷ୍ପତି ନିଆଯାଇଥିଲା l ପରେ ଗୁମ୍ମା ବ୍ଲକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଭାବେ ମନୋନୀତ କରାଯାଇଥିଲା l ମନୋନୀତ ହୋଇଥିବା ନୂତନ କର୍ମକର୍ତ୍ତା ମାନେ ହେଲେ ସଭାପତି-ଈଶ୍ଵର ଚଦ୍ର ବିଷୋୟୀ ,ଉପ ସଭାପତି-ସୁବୋଧ ଚଦ୍ର ଲିମ୍ମା , ସମ୍ପାଦକ -ଉତ୍ତମ ପାଣି, ସହ ସମ୍ପାଦକ -ଉପ୍ରିୟମ ନାୟକ, କୋଷାଧ୍ୟକ୍ଷ -ବିମଳ କୁମାର ଦଳାଇ, ଉପଦେଷ୍ଟା -ଲଳିତ ମୋହନ ଦଣ୍ଡ ସେନା,ଓ କମିଟି ସଦସ୍ୟ/ସମୀକ୍ଷକ -ସୁରେଶ ଚଦ୍ର ନାଗ,ନିରୋଜ କୁମାର ଷଡ଼ଙ୍ଗୀ ଙ୍କୁ ମନୋନୀତ ହୋଇଥିବା ଜଣାପଡିଛି ବୈଠକ ରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଉଦ୍ୟାନ, ପଶୁ ସମ୍ପଦ, ରାସ୍ତା ଘାଟ ଓ ପାନୀୟ ଜଳ ବଳି ଅନେକ ସମସ୍ୟା ବୈଠକ ରେ ଆଲୋଚନା

କରାଯାଇଥିଲା