April 19, 2025

ବାଲିପଦର କଲେଜରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର 

Share

 

ବୁଗୁଡ଼ା : ତା ୧୬/୦୪/୨୫ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର କଲେଜର ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଲେଜ ପରିସରରେ ଆୟୋଜିତ ଉକ୍ତ ଶିବିର ଅବସରରେ ସ୍ବେଚ୍ଛାକୃତ ରକ୍ତଦାତାମାନଙ୍କଠାରୁ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ବେଳେ ଏହି କାର୍ଯ୍ୟରେ ଭଞ୍ଜନଗର ବ୍ଲଡ ବ୍ଯାଙ୍କର କର୍ମଚାରୀମାନେ ନିୟୋଜିତ ଥିଲେ। ଡିଗ୍ରୀ କଲେଜ ଅଧ୍ୟକ୍ଷ ଗୋପୀନାଥ ମହାନ୍ତି ଓ ଏଚ୍ଏସସି ଅଧ୍ଯକ୍ଷ ସରୋଜକାନ୍ତ ଦାସ ଉକ୍ତ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କଲେଜ ଓ୍ବାଇଆରସି କୋଅର୍ଡିନେଟର ଅଧ୍ଯାପିକା ମିନତୀ ଆଚାରୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଶିବିର ପରିଚାଳନାରେ କଲେଜ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।