ଆଜିଠୁ ମାଛଧରା କଟକଣା.

ପାରାଦୀପ ( ଦେବାଶିଷ ଦାଶ )
ଆଜିଠୁ ଓଡ଼ିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ, ଜୁନ୍ ୧୪ ତାରିଖ ଯାଏଁ କଟକଣା।
ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ କଟକଣା ଲାଗୁ ହୋଇଛି। ଆଜିଠୁ ଜୁନ୍ ୧୫ ତାରିଖ ଯାଏ ମାଛଧରା ଉପରେ ଲାଗିଲା କଟକଣା । ଆସନ୍ତା ଦୁଇମାସ ମାଛ ମାନଙ୍କର ଅଣ୍ଡାଦାନ ସମୟ । ମାଛ ବଂଶ ବୃଦ୍ଧି ଓ ଯାଆଁଳା ସୁରକ୍ଷା ପାଇଁ କଟକଣା ଲଗାଇଛନ୍ତି ସରକାର । ଏନେଇ ପାରାଦୀପ ନେହେରୁ ବଙ୍ଗଳା, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ଷଣ୍ଢକୁଦରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି । ଏହି ସମୟରେ ବୋଟ୍ ଓ ଡଙ୍ଗା ଗୁଡିକର ମରାମତି କାମ ମଧ୍ୟ ଆରମ୍ଭ ହୋଇଛି ।