April 16, 2025

ଜଙ୍ଗଲରେ ଯୁବତୀ ଙ୍କ ମୃତଦେହ ଉଦ୍ଧାର..

Share

 

ମାଲକାନଗିରି ( ଦେବାଶିଷ ଦାଶ )

ଜଙ୍ଗଲରେ ଯୁବତୀଙ୍କ ଗଳିତ ମୃତଦେହ। ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି ।

କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ହତ୍ୟା କରି ଯୁବତୀଜଣଙ୍କୁ ଜଙ୍ଗଲ ମଧ୍ୟରେ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରାଯାଉଛି ।

କିଛି ଲୋକ ଜଙ୍ଗଲକୁ ଯାଇଥିବା ସମୟରେ ଯୁବତୀଙ୍କ କଙ୍କାଳ ପଡିଥିବା ଦେଖିଥିଲେ। ପରେ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ପ୍ରାୟ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ମୃତଦେହ ଜଙ୍ଗଲରେ ପଡିଥିବା ସନ୍ଦେହ କରାଯାଉଛି । କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବାପରେ ତଦନ୍ତ ପ୍ରକ୍ରିୟା ଜୋରଦାର କରାଯିବ। ମାଲକାନଗିରିରୁ ଛତିଶଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିକଟବର୍ତ୍ତୀ ଜଙ୍ଗଲରେ ଯୁବତୀଙ୍କ ଶବଟି ଦେଖିବାକୁ ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ଯୁବତୀ ଜଣକ କିଏ ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ।