March 16, 2025

ଉମରକୋଟ ବ୍ଲକ ଅଧିନସ୍ଥ ଯୋଗୀଡଙ୍ଗରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଳ ଯନ୍ତ୍ରଣାର ଅନ୍ତ କେବେ ସୂଧୁରିବ…..

Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ)ଉମରକୋଟ ବ୍ଳକର ଦୁର୍ଗମ ଅଞ୍ଚଳରେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅଧ୍ୟୟନରତ ଛାତ୍ରଛାତ୍ରୀ। ବ୍ଲକର ତୋହରା ପଞ୍ଚାୟତ ଅଧିନସ୍ଥ ଯୋଗୀଡଙ୍ଗରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୂର ହେଉନି ଜଳ କଷ୍ଟ । ପିଇବା ପାଣି ଟିକେ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟ ପରିସରରେ ଉତ୍କଟ ପାଣି ସମସ୍ୟା ଲାଗି ରହିଛି। ଏଠାରେ ନଳକୂପ ଟିଏ ମଧ୍ୟ ନଥିବା ବେଳେ କେବଳ ସୁନ୍ଦର ପାଣିଟାଙ୍କି ସ୍ଥାପନ କରାଯାଇଛି ନିକଟରେ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ପାଣି ଡ୍ରମ କିଣି ଆଣି ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି। ପିଇବା ପାଣି ଯୋଗାଇ ଦେବା ଲାଗି ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇଆସୁଛୁ ହେଲେ କୌଣସି ସୁଫଳ ମିଳୁନାହିଁ ବୋଲି କହିଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ। ସରକାରଙ୍କ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା ସଂପର୍କରେ ନିଆଯାଇଥିବା ବିଭିନ୍ନ ବ୍ୟବସ୍ଥା ସଂପର୍କରେ କେବଳ ଭାଷଣ ଛଡା ବାସ୍ତବତା ବହୁ ଦୂରରେ। ଲୋକଙ୍କୁ ବଞ୍ଚି ରହିବା ପାଇଁ ମୁଖ୍ୟ ପ୍ରାଥମିକ ଆବଶ୍ୟକତା ପାନୀୟ ଜଳ ଭଳି ମାନବିକତା ସଂପର୍କିତ ପ୍ରସଙ୍ଗ ଉପରେ ଜିଲ୍ଲାପାଳ ସମୀକ୍ଷା କରି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି । ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ପାନୀୟ ଜଳର ସମସ୍ୟା ଦେଖିବାକୁ ମିଳୁଛି । ତୁରନ୍ତ ଏହି ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏଥିପାଇଁ ଜିଲ୍ଲାପାଳଙ୍କ ସହିତ ସେ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରୁଛନ୍ତି । ଗ୍ରୀଷ୍ମ ଲହରୀ ଜାରି ରହିଥିବାରୁ ସତର୍କତାମୂଳକ ବିଭିନ୍ନ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳ ତଥା ସଂପୃକ୍ତ ବିଭାଗଙ୍କୁ ପରାମର୍ଶ ଦେଇଛନ୍ତି। ହେଲେ ଯୋଗୀଡଙ୍ଗରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷରୁ ଲାଗି ରହିଥିବା ଜଳ ଯନ୍ତ୍ରଣାର ଅନ୍ତ କେବେ ଘଟିବ ଦେଖିବାକୁ ବାକି ରହିଲା।