ପୁରୀ ରେ ନିର୍ବାଚନ ପରିପ୍ରେକ୍ଷୀରେ ଫ୍ଲାଗ ମାର୍ଚ୍ଚ….
ପୁରୀ , ପୁରୀ ସହରରେ ଆଜି ସୁରକ୍ଷା ବଳ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ ପି ପିନାକ ମିଶ୍ର ଙ୍କ ନେତୃତ୍ୱରେ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ସିଂହ ଦ୍ଵାର ଠାରୁ ବାହାରି ଶ୍ରୀମନ୍ଦିର ଚତୁର୍ପାଶ୍ୱ ଓ ବଡଦାଣ୍ଡ ଦେଇ ଶରଧାବାଲି ପର୍ଯ୍ୟନ୍ତ ଯାଇଥିଲା।ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶୃଙ୍ଖଳା ରକ୍ଷା ସହ ଲୋକ ମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି ଏହି ଫ୍ଲାଗ ମାର୍ଚ୍ଚ ର ଉଦ୍ଦେଶ୍ୟ।ଜିଲ୍ଲା ର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ସଶସ୍ତ୍ର ବାହିନୀ ଓ ପୋଲିସ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିବା ର କାର୍ଯ୍ୟକ୍ରମ ରହିଛି।ନିର୍ବାଚନ କୁ ମୁକ୍ତ,ଅବାଧ , ନିରପେକ୍ଷ ଓ ନିର୍ଭୀକ ଭାବେ ପରିଚାଳନା କରିବା ପ୍ରଶାସନ ର ଲକ୍ଷ୍ୟ।ଏଥିପାଇଁ ସମସ୍ତ ଉଦ୍ୟମ କରାଯାଉଛି।ତେଣୁ ସମସ୍ତ ଭୋଟର ସେମାନଙ୍କ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିବେକାନୁମୋଦିତ ଭାବେ ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ଓ ଏସ ପି ଅନୁରୋଧ କରିଛନ୍ତି।ଏହି ଫ୍ଲାଗ ମାର୍ଚ୍ଚ ରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଅତିରିକ୍ତ ଏସ ପି ସୁଶୀଲ ମିଶ୍ର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।
(ରମେଶ ସାହୁଙ୍କ ରିପୋର୍ଟ)