April 27, 2026

ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଛାତ୍ରାବାସ ଓ କାର୍ଯ୍ୟଳୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା………

jbh
Share

ନବରଙ୍ଗପୁର :- ନବରଙ୍ଗପୁର ସିନ୍ଧିଗୁଡା ପଞ୍ଚାୟତର ନୂଆଗଡ ମୌଜା ରେ ଜିଲ୍ଲା ଯାଦବ ସମାଜକୁ ସରକାର ଙ୍କ ତରଫରୁ ପ୍ରଦାନ କରାଯାଇଥିବା ୧୫ ସେଣ୍ଟ ଜମିରେ ଯାଦବ ସମାଜ ନିମନ୍ତେ ଗରୀବ ଓ ମେଧାବୀ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଏକ ଛାତ୍ରାବାସ ଓ କାର୍ଯ୍ୟାଳୟ ର ଭିତି ପ୍ରସ୍ତର ସ୍ଥାପନ କରା ଯାଇଥିଲା।ଏହି ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝି, ବିଧାୟକ ନବରଙ୍ଗପୁର ଶ୍ରୀ ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର, ଜିଲ୍ଲାପରିଷଦ ୧ ସଦସ୍ୟ ଶ୍ରୀ ଦିବ୍ୟଦାନ ସୁନା ଉପସ୍ଥିତ ରହି ଭିତି ପ୍ରସ୍ତର ସ୍ଥାପନ କରିବା ସହ ଭବିଷ୍ୟତରେ ସମାଜର ପ୍ରତ୍ୟକ ଉନ୍ନତି ମୂଳକ କାର୍ଯ୍ୟରେ ପ୍ରଶାସନ ତଥା ଜନ ପ୍ରତିନିଧି ଙ୍କ ସାହାଯ୍ୟ ଓ ସହଯୋଗ ରହିବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିଲେ ଯାଦବ ସମାଜ ସଭାପତି ଶ୍ରୀ ଜ୍ୟୋତି ରଞ୍ଜନ କଂସ ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ଦେବଦାସ ମହାଙ୍କୁଡ କାର୍ଯକାରୀ ସଭାପତି।ଶ୍ରୀ ଦୈତାରି ମାଝୀ,ପଞ୍ଚୁନାଥ ପାତ୍ର, ସୈନିକ ଗୌଡ,କମଳ ଲୋଚନ ବାଘ,ନବଘନ ଗୌଡ,ସହଦେବ ନିଆଲ,ଲଖିନାଥ ରାଉତ,ଟଙ୍କ ଗୌଡ,ହରି ଗୌଡ, ତ୍ରିନାଥ ଗୌଡ଼,କନେଶ୍ୱର ଗୌଡ, ଦୁର୍ଲଭ ଗୌଡ, ପ୍ରହ୍ଲାଦ ନାୟକ,ବାବୁ ଯାଦବ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନାଶୁ ଆଚାରୀ ଙ୍କ ରିପୋର୍ଟ)